24.1 C
Bhubaneswar
Sunday, December 7, 2025
Homeଓଡିଶାକିଟ୍ ଛାତ୍ରୀ ମୃତ୍ୟୁ ଘଟଣାର ମୁଖ୍ୟମନ୍ତ୍ରୀ ନିରବ କାହିଁକି ?

କିଟ୍ ଛାତ୍ରୀ ମୃତ୍ୟୁ ଘଟଣାର ମୁଖ୍ୟମନ୍ତ୍ରୀ ନିରବ କାହିଁକି ?

ଭୁବନେଶ୍ଵର: ଗତ ଫେବୃୟାରୀ ୧୫ ତାରିଖ ରାତିରେ ନେପାଳୀ ଛାତ୍ରୀ ମୃତ୍ୟୁ ଘଟଣାରେ ଦୀର୍ଘ ଦିନ ପରେ ମଧ୍ୟ ଖୋଦ୍ ମୁଖ୍ୟମନ୍ତ୍ରୀ ଏଭଳି ଏକ ସଙ୍ଗିନ୍ ଘଟଣା ଉପରେ ସଂପୂର୍ଣ୍ଣ ନିରବ ରହିବା ତତ୍‌ସହିତ ରାଜ୍ୟର ଶିକ୍ଷାମନ୍ତ୍ରୀ ଘଟଣା ଘଟିବାର ୧୦ ଦିନ ପରେ ମଧ୍ଯ ଘଟଣା ସ୍ଥଳକୁ ନ ଯିବା ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଏ ଘଟଣାରେ ଅହେତୁକ ନିରବଦତା ବହୁକିଛି ଅକୁହା କଥା କହିପକାଉଛି ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍କା ସାମ୍ବାଦିକମାନଙ୍କୁ ସମ୍ବୋଦିତ କରି ବିଶୋଦଗାର କରିଛନ୍ତି । ନେପାଳ ସହିତ ଭାରତର ଦ୍ଵିପାକ୍ଷିକ ସଂପର୍କ ଅତ୍ୟନ୍ତ ନୀବିଡ଼ । କିନ୍ତୁ କିଟ୍ ଘଟଣାରେ ଯେଉଁଭଳି ଭାବରେ ଏହି ଦ୍ବିପାକ୍ଷିକ ସଂପର୍କ ବ୍ୟାଘାତ ଘଟିଲା ଏହାକୁ ନେଇ ଦେଶ ଏବଂ ରାଜ୍ୟ ନେପାଳବାସୀଙ୍କ ସମ୍ମୁଖରେ ଘୋର ନିନ୍ଦିତ ଓ ଅପମାନିତ ହୋଇଛି। ଡବଲ ଇଞ୍ଜିନ ସରକାର ଦେଶ ଓ ରାଜ୍ୟର ମର୍ଯ୍ୟଦା ରକ୍ଷା କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ସେ କହିଛନ୍ତି । ଖାଲି ସେତିକି ନୁହେଁ ଯେଉଁଭଳି ଭାବରେ କିଟ୍ କର୍ତ୍ତୃପକ୍ଷ ନେପାଳ ଛାତ୍ରୀଙ୍କୁ ଜୋର ଜବରଦସ୍ତ କରି ରେଲୱେ ଷ୍ଟେସନରେ ଛାଡ଼ିଦେଲେ ତାହା ଅତ୍ୟନ୍ତ ଅମାନବିୟ ଓ ରାଜ୍ୟ କଂଗ୍ରେସ ଏ ଘଟଣାକୁ ଘୋର ନିନ୍ଦା କରୁଛି । ନେପାଳର ମୁଖ୍ୟମନ୍ତ୍ରୀ କିଟ୍ ଘଟଣା ଉପରେ ସାମାଜିକ ଗଣମାଧ୍ୟମ ଏକ୍ସରେ ତାଙ୍କ ବିବୃତି ରଖୁବା ପରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏ ଘଟଣା ଜାଣିବାକୁ ପାଇଲେ ବୋଲି ସେ କହିଛନ୍ତି । ସରକାର ସଂପୂର୍ଣ୍ଣ ନିଦାବିଷ୍ଣୁ ସାଜି ଶୋଇରହିଥିଲେ।

ଏଭଳି ଏକ ସଂଗିନ ପରିସ୍ଥିତିକୁ ନେଇ ବିଧାନସଭାରେ କଂଗ୍ରେସ ବିଧାୟକ ଦଳର ନେତା ଘୋର ଉଦ୍‌ବେଗ ପ୍ରକାଶ କଲା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଥାଇ ମଧ୍ୟ ଗୋଟିଏ ପଦ କହିଲେ ନାହିଁ । ମାତ୍ର ୮ କିଲୋମିଟର ବ୍ୟବଧାନରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଥାଇ ମଧ୍ୟ ଖୋଦ୍ ମୁଖ୍ୟମନ୍ତ୍ରୀ କିମ୍ବା ଉଚ୍ଚଶିକ୍ଷାମନ୍ତ୍ରୀ ଘଟଣା ସ୍ଥଳକୁ କାହିଁକି ଗଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି । ଆଜି ପର୍ଯ୍ୟନ୍ତ ମଧ୍ଯ କାହାରିକୁ ସମୟ ମିଳୁନାହିଁ, ଘଟଣାସ୍ଥଳକୁ ଯିବା ପାଇଁ। କଥାରେ କେବଳ ଓଡ଼ିଆ ଅସ୍ମିତା କିନ୍ତୁ କାମରେ ଓଡ଼ିଶା ସ୍ଵାର୍ଥ ବିରୋଧ । ନେପାଳୀ ଛାତ୍ର ମୃତ୍ୟୁ ଘଟଣାରେ ସଂପୃକ୍ତ ଛାତ୍ର ଅଦ୍‌ଭିକ ଶ୍ରୀବାସ୍ତବକୁ ଏପର୍ଯ୍ୟନ୍ତ ପୁଲିସ୍ କାହିଁକି ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଉପସ୍ଥାପନ କରୁନାହିଁ । ଆଇନର ବାଟକୁ କିଏ ଓଗାଳୁଛି ? ସରକାର ବାଟ ଓଗାଳିବା ପାଇଁ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି କି ? ଅଦ୍‌ଭିକ ଶ୍ରୀବାସ୍ତବଙ୍କ ବାପା ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅତି ନିକଟତମ ସହଯୋଗୀ । ଏପରିକି ସେ ମଧ୍ୟ କେନ୍ଦ୍ରୀୟ ନେତୃତ୍ଵ ଯଥା ଅମିତଶାହା ଓ ବହୁ ବରିଷ୍ଠ ବିଜେପି ନେତାମାନଙ୍କର ନିକଟତମ ବ୍ୟକ୍ତି । ଏକଥା ଆଉ ଲୁଚିକି ରହିନାହିଁ। ଏହି ସଂପର୍କ ଯୋଗୁ ଅଦ୍‌ଭିକ୍ ଶ୍ରୀବାସ୍ତବକୁ ରାଜ୍ୟ ସରକାର ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି ? ତାଙ୍କ ଯୋଗୁ ଯଦି ଛାତ୍ରୀଙ୍କ ମୃତ୍ୟୁ ହୋଇଛି ବୋଲି ସଂପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇସାରିଲା ପରେ ଏବଂ ପୁଲିସ୍ ତାଙ୍କୁ ଆରେଷ୍ଟ କରିବାର ଏତେଦିନ ପରେ ମଧ୍ୟ ତାଙ୍କୁ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ଉପସ୍ଥିତ ନ କରାଇବା କ’ଣ ଇଙ୍ଗିତ କରାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି ?

ଶ୍ରୀ ରାଜନ ଏକ୍କା ଅତିକ୍ଷୋଭର ସହିତ କହିଛନ୍ତି ଯେ ଯଦି ସରକାର ଅତିଶୀଘ୍ର ଦୋଷୀକୁ ଦଣ୍ଡ ନ ଦିଅନ୍ତି ଆସନ୍ତା ଦିନରେ ଏକ ବଡ଼ ଆନ୍ଦୋଳନ ହେବ ଏବଂ କିଭଳି ଭାବରେ ନେପାଳ ଭାରତର ସଂପର୍କ ଅକ୍ଷୁର୍ଣ୍ଣ ରହିବ ସେଥପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯତ୍ନବାନ ରହିବା ଦରକାର। ତତ୍‌ସହିତ ଏହି ଘଟଣାରେ ଯେଉଁମାନେ ଦୋଷୀ ତାଙ୍କୁ କଠୋର ଦଣ୍ଡ ବିଧାନ କରାଯାଉ ବୋଲି ସେ ଦାବି କରିଛନ୍ତି । ନେପାଳ ଛାତ୍ରଛାତ୍ରୀମାନେ ଭୟଶୂନ୍ୟ ହୋଇ କିଭଳି ପାଠ ପଢ଼ିବେ ସେଥୁପ୍ରତି ମଧ୍ୟ ଧ୍ୟାନ ଦେବାର ଆବଶ୍ୟକତା ଅଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ମୁଖପାତ୍ର ରଜନ ମହାନ୍ତି, ପୂର୍ବତନ ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦକ ମନୋଜ ବିଶ୍ବାଳ, ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ଛାତ୍ର କଂଗ୍ରେସ ସଭାପତି ଉଦ୍ଦିତ ପ୍ରଧାନ ଓ ସୁଧାଂଶୁ ଶେଖର ଦେଓ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking