29.1 C
Bhubaneswar
Sunday, May 3, 2026
Homeଓଡିଶାଜିଲ୍ଲାପାଳଙ୍କୁ ଭେଟିବାକୁ ୨୫ କି.ମି ଚାଲିଲେ ଅନ୍ତେବାସୀ

ଜିଲ୍ଲାପାଳଙ୍କୁ ଭେଟିବାକୁ ୨୫ କି.ମି ଚାଲିଲେ ଅନ୍ତେବାସୀ

ବାରିପଦା: ପୁଣି ରାଜରାସ୍ତାରେ ଚାଲିଲେ ଅନ୍ତେବାସୀ। ରାତିର ଅନ୍ଧାରରେ ଚାଲିଚାଲି ଆସି ବାରିପଦାରେ ପହଞ୍ଚିଛନ୍ତି। ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଏବଂ ଶିକ୍ଷକମାନେ ବିଭିନ୍ନ ସମୟରେ ବିନା କାରଣରେ  ଗାଳିଗୁଲଜ କରିଥିବା କାରଣରୁ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ନିମନ୍ତେ ଗତକାଲି ରାତି ୧୨ଟାରେ ହଷ୍ଟେଲର ଗେଟ୍ ଡେଇଁ ଡେଇଁ ପାଖାପାଖି ୨୫ କି.ମି ରାସ୍ତା ଅତିକ୍ରମ କରି ବାରିପଦାରେ ପହଞ୍ଚିଛନ୍ତି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍ ବାସିପିଠା ସ୍ଥିତ ସରକାରୀ ଏସ.ଏସ.ଡି ଉଚ୍ଚ ବିଦ୍ୟାଳୟର ଶତାଧିକ ଅନ୍ତେବାସୀ। ସେମାନେ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ଜିଦ୍ ଧରିଥିବା ବେଳେ ଜିଲ୍ଲାପାଳ ଏବେ ଜିଲ୍ଲା ବାହାରେ ରହିଥିଲେ ମଧ୍ୟ ସେ ପିଲାମାନଙ୍କ ସହିତ ଭିଡିଓ କଲରେ କଥା ହୋଇ ବୁଝାଇବା ପାଇଁ ଚେଷ୍ଟା କରିଛନ୍ତି। ତେବେ ସମସ୍ତ ଛାତ୍ର ଏବେ ବାରିପଦା ଛଉପିଡ଼ିଆ ଠାରେ ରହିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ବୁଝାସୁଝା କରି ହଷ୍ଟେଲକୁ ଫେରାଇ ନେବା ପାଇଁ ଚେଷ୍ଟା ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking