27.1 C
Bhubaneswar
Thursday, March 26, 2026
Homeଓଡିଶାମହାଶିବରାତ୍ରିରେ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ସେବାକାର୍ଯ୍ୟ କରିବେ ଶତାଧିକ ସ୍ବେଚ୍ଛାସେବୀ

ମହାଶିବରାତ୍ରିରେ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ସେବାକାର୍ଯ୍ୟ କରିବେ ଶତାଧିକ ସ୍ବେଚ୍ଛାସେବୀ

ଭୁବନେଶ୍ୱର: ବିଭିନ୍ନ ଯାନିଯାତ୍ରା ଯଥା ରଥଯାତ୍ରା, ତାରାତାରିଣୀଙ୍କର ଚଇତି ଯାତ୍ରା ଆଦିରେ ଶୃଙ୍ଖଳିତ ଢ଼ଙ୍ଗରେ ଲୋକଙ୍କର ସେବା କରି ପ୍ରଶାସନ ତଥା ସାଧାରଣ ଜନତାଙ୍କର ପ୍ରିୟପାତ୍ର ହୋଇଥିବା ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେବା ପ୍ରତିନିଧିର ବିଭିନ୍ନ ଜିଲ୍ଲା ଯଥା ଗଞ୍ଜାମ, ଅନୁଗୁଳ, ଜଗତସିଂହପୁର, ଖୋର୍ଦ୍ଧାର ଶତାଧିକ ସଦସ୍ୟ ଚଳିତବର୍ଷ ତା ୨୬-୦୨-୨୦୨୫ ବୁଧବାର ଦିନ ମହାଶିବରାତ୍ରିରେ ଏକାମ୍ର ଅଧିପତି ଶ୍ରୀ ଲିଙ୍ଗରାଜ ମନ୍ଦିରରେ ୨୪ଘଣ୍ଟିଆ ଅହରାତ୍ର ସେବା ଯୋଗାଇବା ନେଇ ସଙ୍ଗଠନର ମୁଖ୍ୟ ଶ୍ରୀ ନୀଳମଣି ମିଶ୍ର ଜଣାଇଛନ୍ତି। ଏହି ସଦସ୍ୟମାନେ ମନ୍ଦିରରେ ଉପସ୍ଥିତ ରହି ଯଥାସମ୍ଭବ ପ୍ରଶାସନକୁ ତଥା ଭକ୍ତବୃନ୍ଦଙ୍କୁ ସାହାଯ୍ୟ ସହଯୋଗ କରିବା ସହ ତା ୨୫-୦୨-୨୦୨୫ ରିଖ ରାତିରେ ବେଢ଼ା ପରିଷ୍କାର କରିବା ସହ ଶିବରାତ୍ରୀଦିନ ଭୋର ୩.୩୦ମିନିଟରୁ ତା ୨୭-୦୨-୨୦୨୫ ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ସେବାରେ ସାମିଲ ହେବେ।

ଏ ବର୍ଷ କିପରି ଆହୁରି ଶୃଙ୍ଖଳିତ ଭାବେ ଭକ୍ତଙ୍କୁ ସେବା ପ୍ରଦାନ କରାଯାଇପାରିବ, ସେ ନେଇ ଛତ୍ରପୁର ସ୍ଥିତ କଣମଣା ବାତ୍ୟା ଆଶ୍ରୟସ୍ଥଳୀରେ ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ମନୋରଞ୍ଜନ ବେହେରା, ବି. ଗୋପୀ, ଲସିତ ବରଣ ବେହେରା, ମାଧବ ସାସମଲ, ପ୍ରମୁଖ ଯୋଗ ଦେଇଥିଲେ। ଅନୁରୂପ ଭାବେ ଭୁବନେଶ୍ୱରରେ ଅନୁଷ୍ଠିତ ବୈଠକରେ ଦୁର୍ଗା ପ୍ରସାଦ ପରିଡା, ଡ଼ଃ ପ୍ରିୟବ୍ରତ ଶତପଥୀ, ସ୍ରୋତ ଶାଶ୍ୱତ ଦାସ, ଦୀପକ ମହାପାତ୍ର, ଶ୍ରୁତିକ ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ, ଏହି ସଦସ୍ୟମାନେ ଦୀର୍ଘ ୩୫ବର୍ଷ ଧରି ଦୈନନ୍ଦିନ ଭାବେ ଲିଙ୍ଗରାଜ ମନ୍ଦିରରେ ସ୍ବେଚ୍ଛାକୃତ ଭାବେ ବିଭିନ୍ନ ସେବା କରି ଆସୁଛନ୍ତି। ତେଣୁ ଏଥର ବି ଶିବରାତ୍ରିରେ ଭକ୍ତଙ୍କୁ ଧାଡିରେ ଛିଡା କରାଇବା ସହ ଗର୍ଭଗୃହ ତଥା ମନ୍ଦିର ପରିସର ପରିଷ୍କାର କରିବା, ଜଳ ବାଣ୍ଟିବା, ଅଘଟନରେ ଯଥାସମ୍ଭବ ସହାୟତା କରିବା, ଚୋରି ତଥା ଅନ୍ୟ ଅପରାଧ ପ୍ରତି ସଜାଗ ଦୃଷ୍ଟି ଦେବା ଓ ବିକଳାଙ୍ଗଙ୍କୁ ତଥା ବୟୋଜ୍ୟେଷ୍ଠଙ୍କୁ ଭଗବାନଙ୍କର ସୁଚାରୁ ଦର୍ଶନ କରାଇବା ସୁନିଶ୍ଚିତ କରିବେ ବୋଲି ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, ପରବର୍ତ୍ତୀ ସମୟରେ ଏହି ଦଳ ତାରାତାରିଣୀ ଯାତ୍ରାରେ ବି ସେବା କାର୍ଯ୍ୟ କରିବେ ବୋଲି ସ୍ଥିର ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking