23.1 C
Bhubaneswar
Thursday, December 25, 2025
Homeଓଡିଶାଲଭ ଜିହାଦ : ଯୁବତୀଙ୍କୁ ଫସାଇଲେ ଯୁବକ

ଲଭ ଜିହାଦ : ଯୁବତୀଙ୍କୁ ଫସାଇଲେ ଯୁବକ

ମୟୁରଭଞ୍ଜ : ପ୍ରେମ ମାନେନି ଜାତି ବନ୍ଧନ କି ବୟସ। ହେଲେ ଆମେ ଏଠି ଯୋଉ ପ୍ରେମ କଥା କହୁଛୁ ଏ ହେଉଛି ଏକ ଭିନ୍ନ ପ୍ରେମ । ଏପ୍ରେମରେ ଭଲ ପାଇବାର ଆନ୍ତରିକତା, ଉତ୍ସର୍ଗୀକୃତ ମନୋଭାବ,ଦାୟିତ୍ୱବଦ୍ଧତା ପ୍ରତି ଅଙ୍ଗୀକାର ଭାବ ଅପେକ୍ଷା ଉଭୟ ସମୟର ଆବଶ୍ୟକତା ପୂରଣ କରିବାକୁ ଗୁରୁତ୍ବ ଦେଉଥିବା ଭଳି ସମାଲୋଚନା ମୂଳକ ଆଲୋଚନା ହେଉଥିବା ଲକ୍ଷ୍ୟ କରାଯାଇଥିଲା ।ପ୍ରେମିକଜଣକ ୪ ଟି ପିଲାର ବାପା ହୋଇଥିବା ବେଳେ ଘରେ ରହିଛି ସ୍ତ୍ରୀ । ଆଉ ପ୍ରେମିକା ପାଲଟି ଥିବା ଯୁବତୀ ଜଣକ କୋଳରେ ଧରିଥିବା ଗୋଟେ ଛୁଆର ମାଆ। ଉଭୟ ଉଭୟଙ୍କୁ ପ୍ରେମ ବିବାହ କରିବା ପାଇଁ ପହଞ୍ଚି ଥିଲେ କୋର୍ଟ ପରିସରରେ । ହେଲେ ସମୟ ସାଥ ଦେଲାନି ଅକାଳ ବଜ୍ରପାତ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଭାଙ୍ଗି ରୁଜି ଚୁରମାର ହୋଇ ଯାଇଥିଲା ସ୍ବପ୍ନ ଛାଡ଼ି ଯାଇଥିଲା ପ୍ରେମନିଶା । ତେବେ ମୂଷିଦାବାଦରୁ ଆସିଥିବା ଛଦ୍ମ ବେଶୀର ଲୋଭ ଜିହାଦକୁ ଅଟକାଇଲେ ବିଶ୍ଵହିନ୍ଦୁ ପରିଷଦ, ବଜରଙ୍ଗଦଳ ଏବଂ ଦୁର୍ଗାବାହିନୀ କାର୍ଯ୍ୟକର୍ତ୍ତାମାନେ ବଙ୍ଗଳାଦେଶକୁ ଲାଗିରହିଥିବା ପଶ୍ଚିମବଙ୍ଗ ରାଜ୍ୟର ମୂଷିଦାବାଦ ରୁ ଆସି ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଠାରେ ରହି ରାଜମିସ୍ତ୍ରୀ କାମ କରୁଥିବା ଆଜାଦ ତାର ସାଙ୍ଗରେ କାମ କରୁଥିବା ଏକ ଆଦିବାସୀ ମହିଳାକୁ ପ୍ରେମ ଜାଲରେ ପକାଇ ବିବାହ କରିବା ପାଇଁ ବାରିପଦା ସ୍ଥିତ ସବରେଜେଷ୍ଟ୍ରି ଅଫିସକୁ ଆସିଥିବା ବେଳେ ସ୍ଥାନୀୟ ଲୋକମାନେ ବିଶ୍ଵହିନ୍ଦୁ, ବଜରଙ୍ଗଦଳ ଏବଂ ଦୁର୍ଗାବାହିନୀ କାର୍ଯ୍ୟକର୍ତ୍ତାମାନଙ୍କ ସାହାଯ୍ୟ ନେଇ ବେଆଇନ ବିବାହକୁ ବନ୍ଦ କରିବା ସହ ମହିଳାଙ୍କ ବାପାଙ୍କ ଏତଲା ସହ ବାରିପଦା ଟାଉନ ଥାନାରେ ଜିମା ଦେଇଛନ୍ତି । ମିଳିଥିବା ସୂଚନାନୁଯାଇ ପଶ୍ଚିମବଙ୍ଗ ମୂଷିଦାବାଦ ଜିଲ୍ଲାର ଆଜାଦ ପେସାରେ ଜଣେ ରାଜମିସ୍ତ୍ରୀ ଘରେ ତାଙ୍କର ଅଛନ୍ତି ସ୍ତ୍ରୀ ଏବଂ ଚାରୋଟି ପିଲା ।ରୋଜଗାର ଆଶାରେ ସିଏ କିଛି ବର୍ଷ ଧରି କୁଳିଅଣା ଅଂଚଳରେ ରହି ରାଜମିସ୍ତ୍ରୀ କାମ କରୁଥିଲେ.. ସମୟ ଅନୁସାରେ ଏକ ବିବାହିତା ଆଦିବାସୀ ମହିଳା ଯାହାର ଅଛି ସ୍ୱାମୀ ଏବଂ କୁନିଛୁଆ ତାକୁ ପ୍ରେମ ଜାଲରେ ପକାଇ ନିଜ ସ୍ତ୍ରୀକୁ ଛାଡ଼ପତ୍ର ନଦେଇ.. ଏବଂ ଉକ୍ତ ମହିଳାର ଛାଡପତ୍ର ହୋଇନଥିବା ଜାଣି ମଧ୍ୟ ମିଛ କାଗଜପତ୍ର ଦେଇ ସବରେଜିଷ୍ଟର ଅଫିସରେ ବିବାହ କରିବା ପାଇଁ ଆସିଥିବା ବେଳେ ସ୍ଥାନୀୟ ଲୋକମାନେ ବିଶ୍ଵହିନ୍ଦୁ, ବଜରଙ୍ଗଦଳ ଏବଂ ଦୁର୍ଗାବାହିନୀ କାର୍ଯ୍ୟକର୍ତ୍ତା ମାନଙ୍କ ସାହାଯ୍ୟ ନେଇ ବେଆଇନ ବିବାହକୁ ବନ୍ଦ କରିବା ସହ ମହିଳାଙ୍କ ବାପାଙ୍କ ଏତଲା ସହ ବାରିପଦା ଟାଉନ ଥାନାରେ ଜିମା ଦେଇଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking