25.1 C
Bhubaneswar
Saturday, December 6, 2025
Homeଓଡିଶାଶାବଳରେ ପିଟି ପତ୍ନୀଙ୍କୁ ମାରିଲା ସ୍ୱାମୀ

ଶାବଳରେ ପିଟି ପତ୍ନୀଙ୍କୁ ମାରିଲା ସ୍ୱାମୀ

କଟକ: କଟକ ଜିଲ୍ଲା ଚୌଦ୍ବାର ଥାନା ଅନ୍ତର୍ଗତ ଆମ୍ବିଲିଝରିରେ ଶାବଳରେ ପିଟି ପିଟି ୬୨ ବର୍ଷିୟ ପତ୍ନୀଙ୍କୁ ହତ୍ୟା କଲା ୭୨ ବର୍ଷିୟ ସ୍ୱାମୀ । ଘଟଣା ପରେ ୭୨ ବର୍ଷୀୟ ହତ୍ୟାକାରୀ ସୁବର୍ଣ୍ଣ କାଲାକୁ ଗିରଫ କରି ଶାବଳ ଜବତ କଲା ପୋଲିସ । ସୂଚନା ମୁତାବକ, ପରକୀୟା ପ୍ରୀତିକୁ ନେଇ ହତ୍ୟାକାଣ୍ଡ । ଆମ୍ୱିଲିଝରିରେ ୭୨ ବର୍ଷିୟ ସୁବର୍ଣ୍ଣ କାଲା ଏବଂ ତାଙ୍କ ପତ୍ନୀ ଏକାଠି ରହୁଥିଲେ । ହେଲେ ପରକୀୟା ପ୍ରୀତିକୁ ନେଇ ହତ୍ୟାକାରୀ ସାଜିଲା ସ୍ୱାମୀ । ଶାବଳରେ ପିଟି ପିଟି ୬୨ ବର୍ଷିୟ ବୃଦ୍ଧଙ୍କୁ ହତ୍ୟା କଲା ସୁବର୍ଣ୍ଣ କାଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଏସ୍‌ସିବିରେ ଭର୍ତ୍ତି କରିଛି ଚୌଦ୍ବାର ଥାନା ପୋଲିସ । ଏହା ସହ ହତ୍ୟାରେ ବ୍ୟବହୃତ ହୋଇଥିବା ଶାବଳ ଜବତ କରି ଅଭିଯୁକ୍ତ ସୁବର୍ଣ୍ଣ କାଲାକୁ ଗିରଫ କରିଛି ପୋଲିସ ।ଘଟଣା ସ୍ଥଳରେ ପୋଲିସ ଏବଂ ଏକ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାର ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking