25.1 C
Bhubaneswar
Wednesday, February 11, 2026
Homeଓଡିଶାଯାଜପୁରରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶକ

ଯାଜପୁରରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶକ

ଯାଜପୁର: କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଶ୍ରୀ ପ୍ରେମଚାନ୍ଦ ଚୌଧାରୀ ଯାଜପୁର ଗସ୍ତରେ ଆସି ଯାଜପୁର ବ୍ଲକର ବିଚିତ୍ରପୁର ଗ୍ରାମପଞ୍ଚାୟତରେ ୨୬ ପାନବରଜ, କୃଷକ ରେଜିଷ୍ଟ୍ରି କ୍ୟାମ୍ପ ପରିଦର୍ଶନ କରି ଉପସ୍ଥିତ ଚାଷୀ ମାନଙ୍କର ସହ ଯୋଜନା ରୁପାନ୍ତରିକରଣ ବିଷୟରେ ଆଲୋଚନା କରିଥିଲେ। ତା’ ପରେ ଜାହାନପୁର ଗ୍ରାମ ପଞ୍ଚାୟତରେ ଧାନ ପରବର୍ତ୍ତୀ ପଡିଆ ଜମି ପରିଚାଳନା ଆନୁକୁଲ୍ୟରେ ହୋଇଥିବା ମୁଗ କ୍ଷେତ୍ର ପ୍ରଦର୍ଶନୀ ପରିଦର୍ଶନ କରି ଚାଷୀ ମାନଙ୍କ ସହ ଯୋଜନା, ଖାଦ୍ୟସାର ପରିଚାଳନା, ସମନ୍ୱିତ ରୋଗ ସେବା ପରିଚାଳନା ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ଏବଂ ତାଙ୍କ ଉପସ୍ଥିତିରେ ଡ୍ରୋନ୍ ମାଧ୍ୟମରେ ନାନୋ ଡି.ଏ.ପି ସାର ସିଞ୍ଚନ ପ୍ରଣାଳୀ ପ୍ରଦର୍ଶନ କରାଯାଇଥିଲା। ତତ୍ ସହିତ କବୀରପୁର ଗ୍ରାମରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ରେ ଅନ୍ତର୍ଭୁକ୍ତ କୃଷି ସେବା କେନ୍ଦ୍ର ପରିଦର୍ଶନ କରିବା ସହ ଶଙ୍କର ବିହନ ଉତ୍ପାଦନ କେନ୍ଦ୍ର ପରିଦର୍ଶନ କରିବା ପରେ ଜିଲ୍ଲାପାଳ, ଯାଜପୁରଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ, ଯାଜପୁର, ପି ଅନ୍ଵେଷା ରେଡ୍ଡୀ,ଅତିରିକ୍ତ ଜିଲ୍ଲାପାଳଙ୍କ ଉପସ୍ଥିତିରେ କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଓ ଜଳଛାୟା, ଅନ୍ୟ ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର, ଯାଜପୁର ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀଙ୍କ ସହ ବିଭିନ୍ନ ଯୋଜନା କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲେ ଏବଂ କିପରି ଜିଲ୍ଲାର ଆହୁରି ଅଧିକ କୃଷି ତଥା ଆନୁଷଙ୍ଗିକ କ୍ଷେତ୍ରରେ ଉନ୍ନତି ହୋଇ ପାରିବ ସେଥିପାଇଁ ଯୋଜନା ପ୍ରସ୍ତୁତ କରିବା ପାଇଁ ଉପଦେଶ ଦେଇଥିଲେ। ଏହାପରେ କୃଷି ନିର୍ଦ୍ଦେଶକ ପାଣିକୋଇଲି ସ୍ଥିତ ଛତୁ ବିହନ ଉତ୍ପାଦନ କେନ୍ଦ୍ର, ଜୈବ ଉର୍ବରକ ଉତ୍ପାଦନ ଉଦ୍ୟୋଗ ପରିଦର୍ଶନ କରିଥିଲେ। ଜିଲ୍ଲାରେ ଯେପରି ସାର ଓ ଔଷଧ ବିକ୍ରୟ ହେଉଛି ସେଥି ନିମନ୍ତେ ରାସାୟନିକ ସାର ଓ ଔଷଧ ଗୋଦାମ ଗୃହ ପରିଦର୍ଶନ କରିଥିଲେ। ଶେଷରେ ବଡ଼ଚଣା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରି କୃଷି ବିଜ୍ଞାନ କେନ୍ଦ୍ରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଗବେଷଣାତ୍ମକ କାର୍ଯ୍ୟପ୍ରଣାଳୀ ଅନୁଧ୍ୟାନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking