19.1 C
Bhubaneswar
Friday, February 13, 2026
Homeଓଡିଶାଓଲଟିଲା ମଦ ବୋଝେଇ ଟ୍ରକ: ଜଣେ ମୃତ

ଓଲଟିଲା ମଦ ବୋଝେଇ ଟ୍ରକ: ଜଣେ ମୃତ

ପାରାଦୀପ: ମଦ ବୋଝେଇ ଟ୍ରକ ଓଲଟି ପଡ଼ିବାରୁ ଏଥିରେ ଚାପି ହୋଇଯାଇ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଡ୍ରାଇଭର ଆହତ ହୋଇଥିବା ଜଣାପଡ଼ିଛି। କୁଜଙ୍ଗ ବଜାର ନିକଟରେ ମଦ ବୋଝେଇ ଟ୍ରକଟି ଓଲଟି ପଡ଼ିଥିବା ସୂଚନା ମିଳିଛି।

ମଦ ବୋଝେଇ ଟ୍ରକଟି ପାରାଦୀପ ଯାଉଥିଲା ଏବଂ କୁଜଙ୍ଗ ବଜାର ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଡ୍ରାଇଭର ଆହତ ହୋଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକରେ ଚାପି ହୋଇ ରହିଥିବା ବ୍ୟକ୍ତିଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ। ଆହତ ଡ୍ରାଇଭରଙ୍କୁ ସ୍ଥାନୀୟ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking