30.1 C
Bhubaneswar
Friday, February 13, 2026
Homeଓଡିଶାପୁଣି ମୁଖ୍ୟମନ୍ତ୍ରୀଙ୍କ ରେକର୍ଡ଼: ୨ ଘଣ୍ଟା ୪୮ ମିନିଟ୍ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ

ପୁଣି ମୁଖ୍ୟମନ୍ତ୍ରୀଙ୍କ ରେକର୍ଡ଼: ୨ ଘଣ୍ଟା ୪୮ ମିନିଟ୍ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ

ଭୁବନେଶ୍ୱର: ପୁଣି ଥରେ ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଜେଟ୍ ଉପସ୍ଥାନା କରି ରେକର୍ଡ଼ କରିଛନ୍ତି। ସେ ବିଧାନସଭାରେ ଦୀର୍ଘ ୨ ଘଣ୍ଟା ୪୮ ମିନିଟ୍ ଧରି ଗୋଟିଏ ସ୍ଥାନରେ ନିରବଚ୍ଛିନ୍ନ ଭାବେ ଛିଡ଼ା ହୋଇ ପଢ଼ିଛନ୍ତି ୨୦୨୫-୨୬ ଆର୍ଥିକ ବର୍ଷରେ ପୂର୍ଣ୍ଣାଙ୍ଗ ବଜେଟ୍‌।ପୂର୍ବରୁ ଅର୍ଥାତ ୨୦୨୪-୨୫ ଆର୍ôଥକ ବର୍ଷରେ ମୁଖ୍ୟମନ୍ତ୍ରୀ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ପାଇଁ ଗୃହରେ ଛିଡ଼ା ହୋଇଥିଲେ ଦୀର୍ଘ ୨ ଘଣ୍ଟା ୮ ମିନିଟ୍‌। ପୂର୍ବରୁ କୌଣସି ଅର୍ଥମନ୍ତ୍ରୀ ଏତିକି ସମୟ ପର୍ଯ୍ୟନ୍ତ ବଜେଟ୍ ପଢ଼ି ନଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଏହି ବଜେଟ୍ ଉପସ୍ଥାପନକୁ ସର୍ବକାଳୀନ ରେକର୍ଡ଼ ବୋଲି କୁହାଯାଉଛି।

ଋଣଭାର ପରିମାଣ ୧,୩୪,୯୧୪ କୋଟି
ରାଜ୍ୟର ଋଣଭାର ପରିମାଣ ୧,୩୪,୯୧୪ କୋଟି। ସୁଧ ଦେୟ ୬୫୦୦ କୋଟି, ମୁଣ୍ଡପିଛା ଋଣଭାର ୨୮,୭୦୫ କୋଟି ହେବ। ଖୋଲା ବଜାରରରୁ ୩୭% ହେବ। ଓମ୍ବାଡିସି ଓ କାମ୍ପା ପାଇଁ ୨୭%, ସାକି ୧୫%, ନାବାର୍ଡ଼ ଭତ୍ତିକ ଋଣ ୧୭%, ସରକାରୀ ହିସାବ ୨% ହେବ।

୧୬ ନୂଆ ଯୋଜନା ଓ କାର୍ଯ୍ୟକ୍ରମ କାର୍ଯ୍ୟକାରୀ
ବଜେଟ୍‌ରେ ଉପସ୍ଥାପିତ ହୋଇଛି ୧୬ଟି ନୂଆ ଯୋଜନା। ଚଳିତ ବଜେଟ୍‌ରେ ଅନ୍ତ୍ୟୋଦୟ ଗୃହ ଯୋଜନା ପାଇଁ ୨୬୦୩ କୋଟି, ସୁଭଦ୍ରା ସୁରକ୍ଷା ଯୋଜନା ପାଇଁ ୧୫୩ କୋଟି, ଶହୀଦ ଲକ୍ଷ୍ମଣ ନାଏକ ଆଦର୍ଶ ବିଦ୍ୟାଳୟ ପାଇଁ ୧୦୦ କୋଟି, ବକୁଳ ବନର ଉନ୍ନତି ପାଇଁ ୫୦ କୋଟି, ଅଟଳ ବସ୍‌ଷ୍ଟାଣ୍ଡ୍ ପାଇଁ ୧୨୬୬ କୋଟି, ସମୃଦ୍ଧ ସହର ପାଇଁ ୪୦୮ କୋଟି ଟଙ୍କା, ପ୍ରବାସୀ ଓଡ଼ିଆଙ୍କ ପାଇଁ ୧୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ସବୁ ବ୍ୟବସ୍ଥା ଦ୍ୱାରା ଅପାର ସମ୍ଭାବନାର ଅଞ୍ଚଳ ଓଡ଼ିଶାର ପର୍ଯ୍ୟଟନକୁ ବଡ଼ ଗତି ମିଳିବ। ଓଡ଼ିଆ ଅସ୍ମିତାର ପ୍ରଚାର ପ୍ରସାର ହେବ। ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାର ଅଭିବୃଦ୍ଧି ହେବ। ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଆର୍ôଥକ ଅଭିବୃଦ୍ଧି ଅଧିକ ମଜଭୂତ୍ ହେବ।

ମହିଳାଙ୍କ ନିରାପତ୍ତା ଓ ସୁରକ୍ଷା ପାଇଁ ‘ସୁଭଦ୍ରା ପ୍ଲସ୍‌’
ସୁଭଦ୍ରା ଭଳି ଲୋକପ୍ରିୟ ଯୋଜନାର ପରିସରକୁ ରାଜ୍ୟ ସରକାର ବୃଦ୍ଧି କରି ଆରମ୍ଭ କରିବେ ‘ସୁଭଦ୍ରା ପ୍ଲସ୍ ଯୋଜନା’। ମହିଳାଙ୍କ ନିରାପତ୍ତା ଓ ସୁରକ୍ଷା ପାଇଁ ନୂଆ ଯୋଜନା ଆରମ୍ଭ କରାଯିବ। ଏଥିରେ କିଶୋରୀ ସୁଭଦ୍ରା, ସୁଭଦ୍ରା ସଂଚୟ, ସୁଭଦ୍ରା ସୁରକ୍ଷା, ସୁଭଦ୍ରା ସାକ୍ଷୀ, ସୁଭଦ୍ରା ଯାତ୍ରୀ, ସୁଭଦ୍ରା ସଂଘ, କୁହ ସୁଭଦ୍ରା (କଲ୍ ସେଣ୍ଟର), ସୁଭଦ୍ରା ସହଯୋଗୀ, ସୁଭଦ୍ରା ସ୍କଲାର, ସୁଯୋଗ୍ୟ ସୁଭଦ୍ରା। ଏହି ଯୋଜନା ପାଇଁ ୧୫୩ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି ଯେ,ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପ୍ରାୟ ୯୮ ଲକ୍ଷ ମହିଳା ସୁଭଦ୍ରା ସହାୟତା ପାଇଛନ୍ତି। ଏବାବଦରେ ସରକାର ପ୍ରାୟ ୪,୯୦୦ କୋଟି ଟଙ୍କା ବ୍ୟୟ ହୋଇଛିି। ଉକ୍ତ ସୁଭଦ୍ରା ଯୋଜନା ପାଇଁ ବଜେଟ୍‌ରେ ମୋଟ୍ ୧୦,୧୪୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking