30.1 C
Bhubaneswar
Thursday, February 12, 2026
Homeଓଡିଶାଦ୍ଵିତୀୟ ଦିବସରେ ଜିଲ୍ଲାସ୍ତରୀୟ ସ୍କାଉଟ୍ ଏବଂ ଗାଇଡ କ୍ୟାମ୍ପୋରୀ ଉତ୍ସବ  

ଦ୍ଵିତୀୟ ଦିବସରେ ଜିଲ୍ଲାସ୍ତରୀୟ ସ୍କାଉଟ୍ ଏବଂ ଗାଇଡ କ୍ୟାମ୍ପୋରୀ ଉତ୍ସବ  

ଯାଜପୁର:ଯାଜପୁର ସହର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସ୍କାଉଟ୍ ଗାଇଡ କ୍ୟାମ୍ପୋରୀ ୨୦୨୫ ଦ୍ଵିତୀୟ ଦିବସର ଉତ୍ସବକୁ ଯାଜପୁର ଜିଲ୍ଲା ଶିକ୍ଷାଧିକାରୀ ନିତ୍ୟାନନ୍ଦ ବାରିକ ସଭାପତିତ୍ଵ କରିଥିବା ବେଳେ ମୁଖ୍ୟ ଅତିଥିଭାଵେ ଅବସରପ୍ରାପ୍ତ ନିର୍ଦ୍ଦେଶକ ମାଧ୍ୟମିକ ଶିକ୍ଷା ଓଡ଼ିଶା ବୃନ୍ଦାବନ ଶତପଥୀ ଯୋଗଦେଇ ଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ପ୍ରକାଶ ଚନ୍ଦ୍ର ଵଳ, ଅବସରପ୍ରାପ୍ତ ଯୁଗ୍ମ ନିର୍ଦେଶକ ମାଧ୍ୟମିକ ଶିକ୍ଷା ଓଡ଼ିଶା ବିଷ୍ଣୁ ଚରଣ ସୂତାର, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ କୃତିବାସ ବାରିକ, ରାଜେଶ କୁମାର ସ୍ଵାଇଁ, ଜିଲ୍ଲା ସ୍କୁଲର ପ୍ରଧାନଶିକ୍ଷକ ଆଲୋକ କୁମାର ବନ୍ଧ, ଯଯାତି କେଶରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଷ୍ଣୁ ଚରଣ ପଣ୍ଡା, ରାମ ଲକ୍ଷ୍ମଣ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତୁଷାରକାନ୍ତି ମିଶ୍ର, ଓଷ୍ଟା ରାଜ୍ୟ ସଂପାଦକ ଵ୍ରଜ କିଶୋର ବିଶ୍ଵାଳ, ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ଶମ୍ଭୁନାଥ ଦାଶ, ଓଡଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ନିରଞ୍ଜନ ସାମଲ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଜୟଶ୍ରୀ ମହାପାତ୍ର ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କର ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ପ୍ରଶଂସା କରିଥିଲେ। ଆଜି ଶିଵିରାର୍ଥୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯଥା କୁଇଜ୍, ଫୋକ ଡ୍ୟାନ୍ସ ଗ୍ରାମ୍ୟମେଳା ଖାଦ୍ୟ ପସରା, ଡିଵେଟ୍, ପାଟ୍ରିୟୋଟିକ୍ ସଙ୍ଗ, ଫିଜିକାଲ ଡିସପ୍ଲେ, ସ୍କିଲୋରାମା ପ୍ରମୁଖ ପ୍ରଦର୍ଶନୀ ଏଵଂ ପ୍ରତିଯୋଗିତା ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥିଲା। ସେଥି ମଧ୍ୟରୁ କୃତି ପ୍ରତିଯୋଗୀଙ୍କୁ ବରିଷ୍ଠ ବିଚାରକଙ୍କ ଦ୍ଵାରା ଚୟନ କରାଯାଇଥିଲା । ସେହିପରି ସନ୍ଧ୍ୟାର ଶିଵିରାଗ୍ନିରେ ମୁଖ୍ୟ ଅତିଥି ଭାବେ ଯାଜପୁର ଆଞ୍ଚଳିକ ପରିବହନ ଅଧିକାରୀ ନୀଳକଣ୍ଠ ପ୍ରଧାନ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଯାଜପୁର ମଣ୍ଡଳ ଶିକ୍ଷାଧିକାରିଣୀ ସ୍ମୃତିରେଖା ନାୟକ ଯୋଗଦେଇ ଥିଲେ। ସନ୍ଧ୍ୟାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ୫୨ଜଣ ସ୍କାଉଟମାଷ୍ଟର ଓ ଗାଇଡ କ୍ୟାପଟେନ ଏଵଂ ୬୫୨ଜଣ ସ୍କାଉଟ ଗାଇଡ ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ। ଜିଲ୍ଲା କ୍ରୀଡ଼ାଧିକାରୀ ଫକୀର ମୋହନ ଟୁଡୁ, ଜିଲ୍ଲା ସ୍କୁଲର ବରିଷ୍ଠ ଶିକ୍ଷକ, ଜହିରୁଦ୍ଦିନ୍ ଖାଁ, ଶଙ୍କର୍ଷଣ ବେହେରା, ମମତା ସେଠୀ, ରାଜେଶ ସେଠୀ, ଵିନୋଦ କୁମାର ଦଳାଇ, ଅରୁଣ ଜେନା, ରତିକାନ୍ତ ନାୟକ, ସେକ୍ ମୋଜିଦ ବକ୍ସର, ଜିଲ୍ଲା ସଂଯୋଜକ ଅବିନାଶ ଖୁଣ୍ଟିଆ, ତପସ୍ଵିନୀ ଦାଶ, ଭକ୍ତହରି ସାହୁ ପ୍ରମୁଖ ସଭା ପରିଚାଳନା କରିଥିଲେ। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ମାନସ କୁମାର ଧଳ ଓ ମାୟାଧର ବେହେରାଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ, କର୍ମଚାରୀ ଏଵଂ ଜିଲ୍ଲା ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମର ସୁପରିଚାଳନାରେ ସହଯୋଗ କରିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking