23.1 C
Bhubaneswar
Sunday, February 8, 2026
Homeଅପରାଧଷ୍ଟେସନ୍‌ରୁ ନାବାଳକ ଅପହରଣ, ଜଣେ ଗିରଫ

ଷ୍ଟେସନ୍‌ରୁ ନାବାଳକ ଅପହରଣ, ଜଣେ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ରେଳ ଷ୍ଟେସନରୁ ଜଣେ ନାବାଳକଙ୍କୁ ଅପହରଣ କରିନେଇଥିବା ଜଣେ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ଧରି ପୁଲିସକୁ ହସ୍ତାନ୍ତର କରିଥିବା ଜଣାପଡିଛି । ସୂଚନା ପ୍ରକାରେ ଖଲ୍ଲିକୋଟ ଥାନା ବାଣିଆ ଗ୍ରାମର ମାମା ଗୌଡ ନାମ୍ନୀ ଜଣେ ମହିଳା ତା’ଙ୍କ ନାବାଳକ ପୁଅ ସହ ବ୍ରହ୍ମପୁର ଷ୍ଟେସନର ଦୁଇ ନଂ ପ୍ଲାଟଫର୍ମରେ ବସିଥିଲେ। ଏହି ସମୟରେ ହଠାତ ମହିଳାଙ୍କ ଆଖି ଲାଗିଯିବାରୁ ତାଙ୍କ ନିକଟରେ ଥିବା ନାବାଳକ ପୁଅ ଅନ୍ତର୍ଦ୍ଧାନ ହୋଇଯାଇଥିଲା । କିଛି ସମୟ ପରେ ମହିଳାଙ୍କ ନିଦ ଭାଙ୍ଗିବା ବେଳକୁ ତାଙ୍କ ପୁଅ ସେଠାରେ ନଥିବା ଦେଖି କାନ୍ଦି କାନ୍ଦି ଜିଆରପି ପୁଲିସ୍ ନିକଟରେ ଅଭିଯୋଗ କରିଥିଲେ ।

ଉକ୍ତ ଅଭିଯୋଗ ପାଇ ଜିଆର୍‌ପି ପକ୍ଷରୁ ଦୁରନ୍ତ ବିଭିନ୍ନ ଆଖପାଖ ଅଞ୍ଚଳରେ ତଲାସୀ ଆରମ୍ଭ କରାଯାଇଥିଲା। ସମ୍ପୃକ୍ତ ନାବାଳକଙ୍କୁ ଧରି ଜଣେ ବ୍ୟକ୍ତି ୪ ନଂ ପ୍ଲାଟଫର୍ମ ଦେଇ ଲାଞ୍ଜିପଲ୍ଲୀ ପଟେ ଯାଉଥିବା ବେଳେ ପୁଲିସ ଓ ସ୍ଥାନୀୟ ଲୋକଙ୍କ ସହଯୋଗରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିଥିଲେ । ଧରାପଡିଥିବା ବ୍ୟକ୍ତି ଜଣକ ଲାଞ୍ଜିପଲ୍ଲୀର ଲିଙ୍ଗରାଜ ମିଶ୍ର ବୋଲି ଜଣାପଡିଛି। ସ୍ଥାନୀୟ ଲୋକ ଅପହର୍ତ୍ତାକୁ ଧରି ନର୍ଦ୍ଧୁମ ଛେଚିଥିଲେ। ଜିଆରପି ପୁଲିସ ଘଟଣା ସ୍ଥଳରେ ପହଞ୍ôଚ ଅପହୃତ ନାବାଳକକୁ ଉଦ୍ଧାର କରି ଅପହର୍ତ୍ତାକୁ ଗିରଫ କରିଥିବା ଜଣାପଡିଛି । ଟ୍ରେନ୍ ଯାତ୍ରୀଙ୍କ ସୁରକ୍ଷା ପାଇ ଜିଆର୍‌ପି ଓ ଆରପିଏଫ୍ ସଦା ପ୍ରସ୍ତୁତ ଥିବା ଜିଆରପି ଥାନା ଅଧିକାରୀ କହିଛନ୍ତି । ଏଭଳି ଅପହରଣକାରୀ ସନ୍ଧିଗ୍ଧଙ୍କ ସମ୍ପର୍କରେ କୌଣସି ଖବର ପାଇଲେ ଜିଆରପି କିମ୍ବା ଆର୍‌ପିଏଫକୁ ସୂଚନା ଦେବା ପାଇଁ ଥାନା ଅଧିକାରୀ ନିବେଦନ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking