22.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶବେଆଇନ ପ୍ରବାସୀଙ୍କୁ ନେଇ ଆମେରିକାରୁ ଆସିବ ୨ୟ ବିମାନ

ବେଆଇନ ପ୍ରବାସୀଙ୍କୁ ନେଇ ଆମେରିକାରୁ ଆସିବ ୨ୟ ବିମାନ

ୱାଶିଂଟନ: ଆମେରିକାରେ ରହୁଥିବା ବେଆଇନ ଭାରତୀୟ ପ୍ରବାସୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଫେବ୍ରୁଆରି ୧୬ କିମ୍ବା ୧୭ ତାରିଖରେ ଦ୍ୱିତୀୟ ବ୍ୟାଚ୍ ବେଆଇନ ଭାରତୀୟଙ୍କୁ ନେଇ ଆଉ ଏକ ବିମାନ ଭାରତ ଆସିବାର ସମ୍ଭାବନା ରହିଛି। ଏହି ଖବର ଏପରି ଏକ ସମୟରେ ଆସିଛି ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ ଦିନିଆ ଆମେରିକା ଗସ୍ତରେ ରହିଛନ୍ତି। କିନ୍ତୁ ମିଳିଥିବା ସୂତ୍ର ଆଧାରରେ ମୋଦୀଙ୍କ ଗସ୍ତ ଆସନ୍ତା କାଲି ଅର୍ଥାତ୍ ୧୪ ତାରିଖରେ ଶେଷ ହେବ ଏବଂ ମୋଦୀ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ। ଅର୍ଥାତ୍ ମୋଦୀ ଭାରତ ଫେରିବାର ୨/୩ ଦିନ ମଧ୍ୟରେ ହିଁ ଆମେରିକୀୟ ବିମାନ ବେଆଇନ୍ ପ୍ରବାସୀ ଭାରତୀୟଙ୍କୁ ଧରି ଭାରତ ଆସିବ।

ଏହା ପୂର୍ବରୁ ବେଆଇନ ପ୍ରବାସୀଙ୍କୁ ନେଇ ପ୍ରଥମ ବିମାନ ଗତ ଫେବ୍ରୁଆରି ୫ ତାରିଖରେ ଆମେରିକାରୁ ଆସି ଭାରତର ଅମୃତସରରେ ଓହ୍ଲାଇଥିଲା । ଏହି ବିମାନରେ ୧୦୪ ଜଣ ପ୍ରବାସୀ ଥିଲେ। ତେବେ ଏହି ବିମାନରେ ଆସିଥିବା ବେଆଇନ ପ୍ରବାସୀମାନଙ୍କ ହାତରେ ହାତକଡ଼ି ପକାଇ ଅତ୍ୟନ୍ତ ଅମାନବୀୟ ଭାବେ ଭାରତ ଅଣାଯାଇଥିବା ଅଭିଯୋଗ ହୋଇଥିଲା। କିନ୍ତୁ ଏହାକୁ ନେଇ ବିରୋଧୀ ଦଳମାନେ ସରକାରଙ୍କୁ ଟାର୍ଗେଟ୍ କରିଥିଲେ। ଏବେ ପୁଣି ଥରେ ବିମାନ ଆସୁଥିବାରୁ, ତାହା ପୁଣି ମୋଦୀ ଆମେରିକାରେ ଥିବା ସମୟରେ, ସରକାରଙ୍କ ଚିନ୍ତା ବଢିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking