32.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶବିହାରରେ ୨୪୩ ଆସନରେ ଲଢ଼ିବ ପଶୁପତି ପାରସଙ୍କ ଦଳ

ବିହାରରେ ୨୪୩ ଆସନରେ ଲଢ଼ିବ ପଶୁପତି ପାରସଙ୍କ ଦଳ

ପାଟନା: ଧାର୍ଯ୍ୟ ତାରିଖ ଘୋଷଣା ହୋଇନଥିଲେ ମଧ୍ୟ ଚଳିତ ବର୍ଷ ହିଁ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଏହାକୁ ଦୃଷ୍ଟିରେ ରଖି ରାଜନୈତିକ ଦଳଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହିକ୍ରମେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଶୁପତି କୁମାର ପାରସ ମଧ୍ୟ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଆଗାମୀ ବିହାର ବିଧାନସଭା ନିର୍ବାଚନରେ ତାଙ୍କ ଦଳ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି (ଆରଏଲ୍‌ଜେପି) ସମସ୍ତ ୨୪୩ ଆସନରେ ପ୍ରାର୍ଥୀ ଦେବ। ତାଙ୍କ ଦଳ ଏକ ତୃଣମୂଳ ସ୍ତରର ସଂଗଠନ ଏବଂ ଦଳିତ ସଶକ୍ତିକରଣ ଉପରେ ଧ୍ୟାନ ଦେଇ କାମ କରିଆସୁଛି। ଏହାକୁ ପାଥେୟ କରି ସେ ବିହାରବାସୀଙ୍କ ପାଖକୁ ଯିବେ ଏବଂ ୨୦୨୫ ନିର୍ବାଚନ ପାଇଁ ଭୋଟ୍ ମାଗିବେ।

ପାରସ କହିଛନ୍ତି, “ଆମେ ବିହାରର ପ୍ରତ୍ୟେକ ବୁଥରେ ଏକ ସଂଗଠନ ଗଠନ କରିବାକୁ ଯୋଜନା କରିଛୁ। ତଦନୁସାରେ, ସମସ୍ତ ନିର୍ବାଚନମଣ୍ଡଳୀରେ ବୁଥ ସ୍ତରୀୟ ଅଧିକାରୀ (ବିଏଲ୍‌ଓ) ନିଯୁକ୍ତ କରାଯିବ। ଏପରିକି ସେ ଏପ୍ରିଲ ୨୦୨୫ ସୁଦ୍ଧା ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ କର୍ମୀ ସମ୍ମିଳନୀ ଆୟୋଜନ କରିବାକୁ ମଧ୍ୟ ଘୋଷଣା କରିଛନ୍ତି। ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି ରାଜ୍ୟ ସଭାପତି ପ୍ରିନ୍ସ ରାଜ ସମସ୍ତ ପଦାଧିକାରୀ ଏବଂ ଜିଲ୍ଲା ସଭାପତିମାନଙ୍କୁ ସେମାନଙ୍କ ବାସଭବନରେ ଦଳୀୟ ପତାକା ଏବଂ ନାମ ଫଳକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିଧାନସଭା ନିର୍ବାଚନରେ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି ପକ୍ଷରୁ ଦୃଢ଼ ସମର୍ଥନ ଥିବା ଲୋକଙ୍କୁ ହିଁ ପ୍ରାର୍ଥୀ କରାଯିବ ବୋଲି ବରିଷ୍ଠ କର୍ମୀମାନଙ୍କୁ ଆଶ୍ୱାସନା ଦିଆଯାଇଛି।

ପ୍ରକାଶ, ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ, ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି, ଏନ୍‌ଡ଼ିଏ ମେଣ୍ଟର ଅଂଶ ଥିଲା ଏବଂ ପଶୁପତି କୁମାର ପାରସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାରରେ କ୍ୟାବିନେଟ ମନ୍ତ୍ରୀ ଥିଲେ। ତଥାପି, ଲୋକସଭା ନିର୍ବାଚନ ସମୟରେ ବିହାରରେ ଆରଏଲଜେପିକୁ ଗୋଟିଏ ବି ଆସନ ଦିଆଯାଇନଥିଲା। ଏହାକୁ ନେଇ ଫାଟ ସୃଷ୍ଟି ହୋଇଥିଲା। ପାରସ୍‌ଙ୍କ ବଡ଼ ଭାଇ ତଥା ଦିବଂଗତ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶୱାନ୍‌ଙ୍କ ପୁଅ ଚିରାଗ ପାଶୱାନ ନିଜ ଦଳ ଏଲଜେପି ସହ ଏନଡିଏରେ ଯୋଗ ଦେବାପରେ ପାରସ ନିଜକୁ ଦୂରେଇ ରଖିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking