20.1 C
Bhubaneswar
Saturday, December 20, 2025
Homeଓଡିଶାଯାଜପୁର ଜିଲ୍ଲା ମହୋତ୍ସବ ଯଯାତି - ୨୦୨୫ ଏବଂ ପଲ୍ଲୀଶ୍ରୀ ମେଳାର ଚତୁର୍ଥ ସନ୍ଧ୍ୟା

ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି – ୨୦୨୫ ଏବଂ ପଲ୍ଲୀଶ୍ରୀ ମେଳାର ଚତୁର୍ଥ ସନ୍ଧ୍ୟା

ଯାଜପୁର: ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି -୨୦୨୫ ର ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ସମବାୟ, ହସ୍ତତନ୍ତ, ବୟନଶିଳ୍ପ ଶ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗଦେଇ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ କହିଲେ ଆପଣମାନେ ସମସ୍ତଙ୍କ ସହଯୋଗରେ ଏ ଉତ୍ସବ ଏହିଭଳି ପ୍ରତିବର୍ଷ ପାଳନ ହେଉ। ଯାଜପୁରର ଗର୍ବ ଗୌରବ ସବୁବେଳେ ଏମିତି ଟେକ ହୋଇ ଥାଉ। ଇତିହାସ କୁହେ ଏହା ଥିଲା ପ୍ରାଚୀନ ଓଡ଼ିଶାର ରାଜଧାନୀ। ଯଯାତି ନଗର ଭାବେ ଏହା ଖ୍ୟାତି ଥିଲା। ସୋମବଂଶ ର ମହାନ ନରପତି ଯଯାତି କେଶରୀ ଏହି ନଗର ସ୍ଥାପନ କରିଥିଲେ। ଜିଲ୍ଲା ମହୋତ୍ସବ ପାଳନର ଏହି ଶୁଭ ଅବସରରେ ମୁଁ ମହାନ ନରପତି ଯଯାତି କେଶରୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧା ସୁମନ ଅର୍ପଣ କରୁଛି। ବୌଦ୍ଧ, ଶୈବ, ଶାକ୍ତ ଓ ବୈଷ୍ଣବ ଉପାସକଙ୍କ ପାଇଁ ଯାଜପୁର ଏକ ପୁଣ୍ୟ ଭୂମି। ସାଧନା ଏବଂ ସିଦ୍ଧିର ଏକ ଅନୁପମ କ୍ଷେତ୍ର । ଏହାର ମାଟି ସୁଗନ୍ଧିତ, ଏହାର ଜଳ ସୁରଭିତ ଏବଂ ଏହାର ପବନରେ ଗୁଞ୍ଜରିତ ହେଉଛି ଶାନ୍ତିର ସ୍ତୁତି ସଙ୍ଗୀତ ସଂପ୍ରିତି ଓ ମାନବିକତାର ମହମନ୍ତ୍ର। ପଲ୍ଲୀଶ୍ରୀ ମେଳାରେ ଯେଉଁ ୨୦୦ ଟି ଷ୍ଟଲ୍ ପଡ଼ିଛି ସେଥିରେ ଜିଲ୍ଲାର ହସ୍ତଶିଳ୍ପ, ହସ୍ତତନ୍ତର ସମୃଦ୍ଧ ପରମ୍ପରା ପ୍ରଦର୍ଶିତ ହେଉଛି। ଗଡମଧୁପୁରର କାଇଁଚ, ରୁଦ୍ରପୁର ର ପଥର ଖୋଦେଇ କାରୁକାର୍ଯ୍ୟ, ହରିପୁରର ଚାନ୍ଦୁଆ, କଣ୍ଟାବଣିଆର ବେତ କାରୁକାର୍ଯ୍ୟ, ବୈଦ୍ୟରାଜପୁରର କଂସା ପିତ୍ତଳ କାମ, ଗୋପାଳପୁର ର ଟେରାକୋଟା କାର୍ଯ୍ୟ ଆଦି ପ୍ରଦର୍ଶିତ ହେଉଛି। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ଆନୁକୁଲ୍ୟରେ ଆୟୋଜିତ ଜିଲ୍ଲା ମହୋତ୍ସବ ଯଯାତି ୨୦୨୫ ଯାଜପୁର ଜିଲ୍ଲାବାସୀ ଙ୍କ ଜନଜୀବନର ବାସ୍ତବ ପ୍ରତିଫଳନ। ଆମର ସମୃଦ୍ଧି, ଐତିହ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ଏହା କ୍ରାନ୍ତିକାରୀ ଭୂମିକା ଗ୍ରହଣ କରିଛି। ବୌଦ୍ଧିକ ଚେତନାର ପ୍ରଚାର ପ୍ରସାର, ଧର୍ମୀୟ ଭାବଧାରା ର ବିକାଶ ଓ ଶକ୍ତି ଉପାସନାର ସମୃଦ୍ଧି ପରମ୍ପରା ଏହି ମାଟିର ମହିମାକୁ ଦ୍ଵିଗୁଣିତ କରିଛି। ଏ ମାଟି ପାଲଟିଛି ସମୃଦ୍ଧିର ବାର୍ତ୍ତାବହ। ଆମ ପାଖରେ ରହିଛି ଖଣିଜ ସମ୍ପଦର ଆଶୀର୍ବାଦ, ଐତିହ୍ୟ ସୁନ୍ଦରୀ ଯାଜପୁରକୁ ଦେଖିଲେ ଲାଗେ ସତେ ଯେପରି ଏହା ଏହା ସର୍ଜନ ର ଏକ ପାହାଡ଼ । ବୌଦ୍ଧଗିରି, ଲଳିତଗିରି, ଉଦୟଗିରି, ପ୍ରାଚୀନ ପୁଷ୍ପଗିରି ବିହାର, ମା ବିରଜାଙ୍କ ପବିତ୍ର ଶକ୍ତି ପୀଠ ଆମ କୃତି ଓ କୀର୍ତ୍ତିର ଗୋଟିଏ ଗୋଟିଏ ବର୍ଦ୍ଧିତ ସ୍ୱାକ୍ଷର। ପୂର୍ଣ୍ୟଦୟା ବୈତରଣୀର କୂଳେ କୂଳେ ରହିଛି ଅନେକ ପ୍ରସିଦ୍ଧ ମଠ । ଏ ମାଟିର ସାରସ୍ଵତ ସାଧକ ଅଭିମନ୍ୟୁ ସାମନ୍ତ ସିଂହାରଙ୍କର କାଳଜୟୀ ବିଦଗ୍ଧ ଚିନ୍ତାମଣି କାବ୍ୟ ଉପମା ଅଳଙ୍କାର ଓ ଅର୍ଥର ତ୍ରିବେଣୀ ସଙ୍ଗମ ରହିଛି। ଯାଜପୁରବାସୀଙ୍କ ଆଶା ଆକାଂକ୍ଷା କୁ ତୋଳି ଧରିବାକୁ ଚେଷ୍ଟା କରିଛି ଜିଲ୍ଲା ମହୋତ୍ସବ ଯଯାତି। ଏହି ମହୋତ୍ସବ ହେଉଛି ନାଚ, ଗୀତ ଏବଂ ଖୁସି ମନର ଏକ ଅନନ୍ୟ ଅବସର। ନିଜ ଅଞ୍ଚଳର ଶିଳ୍ପୀ ଓ ପ୍ରତିଭା ମାନଙ୍କୁ ଚିହ୍ନିବା ସହ ଅନ୍ୟ ଅଞ୍ଚଳର ନିମନ୍ତ୍ରିତ ଶିଳ୍ପୀମାନଙ୍କ ସହିତ ସେମାନଙ୍କ ସମ୍ପର୍କକୁ ଅଧିକ ନିବିଡ଼ କରିବ, ଫଳରେ ସୁଦୃଢ ହେବ ଆମର ସାମାଜିକ ବ୍ୟବସ୍ଥା। ଜିଲ୍ଲା ମହୋତ୍ସବ ଯଯାତି ୨୦୨୫ ଏବଂ ପଲ୍ଲୀଶ୍ରୀ ମେଳା ର ଚତୁର୍ଥ ସନ୍ଧ୍ୟାରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ପି. ଅନ୍ୱେଷା ରେଡ୍ଡୀ ଯୋଗଦେଇ ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହ କହିଲେ ଯଯାତି ୨୦୨୫ ଏବଂ ପଲ୍ଲୀଶ୍ରୀ ମେଳା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଦ୍ଵାରା ବହୁତ ଭଲ ଭାବରେ ଶୁଭ ଉଦଘାଟନ ହୋଇଥିଲା। ବହୁ ମାତ୍ରାରେ ଜନ ସାଧାରଣ ଯୋଗଦେଇ ମହୋତ୍ସବକୁ ଉତ୍ସବମୁଖର କରିଥିଲେ। ମହୋତ୍ସବର ଦ୍ଵିତୀୟ ଓ ତୃତୀୟ ସନ୍ଧ୍ୟାରେ ମଧ୍ୟ ବହୁ ମାତ୍ରାରେ ଲୋକମାନେ ନିଜ ନିଜ ପରିବାର ସହିତ ଆସି ଖୁସି ମନରେ ସାଂସ୍କୃତିକ କାର୍ଯ୍ୟକ୍ରମ, ପଲ୍ଲୀଶ୍ରୀ ମେଳା, ଖାଦ୍ୟ ଷ୍ଟଲ ସବୁଗୁଡିକ ଉପଭୋଗ କରିଥିଲେ। ଯାଜପୁର ମହୋତ୍ସବ ଯଯାତି – ୨୦୨୫ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ବ୍ୟତୀତ ସେମିନାର, ବ୍ୟଙ୍ଗ କବି ସମ୍ମିଳନୀ ଓ କବି ସମ୍ମିଳନୀ ପରି ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା ଯେଉଁଥିରେ ଯାଜପୁରର ବହୁ ପ୍ରତିଭାଶାଳୀ ବ୍ୟକ୍ତିତ୍ଵ ଅଂଶ ଗ୍ରହଣ କରିଥିଲେ। ଏହା ଯାଜପୁରର କଳା, ସଂସ୍କୃତି ଓ ଐତିହ୍ୟକୁ ମଧ୍ୟ ବହୁ ମାତ୍ରାରେ ପ୍ରୋତ୍ସାହିତ କରିବ । ଯାଜପୁରର କଳା, ସଂସ୍କୃତି ଓ ଐତିହ୍ୟକୁ ଆହୁରି ଆଗକୁ ନେବାକୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ।ଶେଷରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଶୋକ କୁମାର ବେହୁରିଆ ଧନ୍ୟବାଦ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking