27.1 C
Bhubaneswar
Wednesday, April 29, 2026
Homeଓଡିଶାଯାଜପୁର ଜିଲ୍ଲା ମହୋତ୍ସବ ଯଯାତି ୨୦୨୫ ପରିପ୍ରେକ୍ଷୀରେ ଆଲୋଚନା ଚକ୍ର ଅନୁଷ୍ଠିତ

ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି ୨୦୨୫ ପରିପ୍ରେକ୍ଷୀରେ ଆଲୋଚନା ଚକ୍ର ଅନୁଷ୍ଠିତ

ଯାଜପୁର:ସୋମବାର ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି ୨୦୨୫ ପରିପ୍ରେକ୍ଷୀରେ ଏକ ଆଲୋଚନା ଚକ୍ର ଇନଟାକ ଯାଜପୁର ଚାପଟର ଏବଂ ଜିଲ୍ଲା ସଂସ୍କୃତି ପରିଷଦ, ଯାଜପୁର ଆନୁକୁଲ୍ୟରେ ଅତିରିକ୍ତ ଆୟୁକ୍ତ, ଭୂ ଅର୍ଜନ ଜମିବାଡ଼ି, ବନ୍ଦୋବସ୍ତ, କଟକ ଶ୍ରୀ ଅକ୍ଷୟ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଗୌତମ ବୁଦ୍ଧ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଆଲୋଚନାରେ ବରେଣ୍ୟ ଆଲୋଚକ ଡ. ସୌମ୍ୟରଞ୍ଜନ ସାହୁ ଯୋଗଦେଇ ଯାଜପୁରର ଇତିହାସରେ ମହାଯଜ୍ଞ ଏବଂ ମହାରାଜା ଯଯାତି କେଶରୀଙ୍କ ଅବଦାନ ଉପରେ ଆଲୋକପାତ କରିଥିଲେ। ବରେଣ୍ୟ ଆଲୋଚକ ପ୍ରଫେସର ଡଃ ହରିହର ପଣ୍ଡା ଉଡ୍ର ରାଜ୍ୟରେ ଯଯାତି ନଗରର ଭୂମିକା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ପ୍ରାରମ୍ଭରେ ଅତିଥିମାନେ ମା’ ବିରଜାଙ୍କ ଫଟୋରେ ମାଲ୍ୟାର୍ପଣ ଓ ପୁଷ୍ପାର୍ଘ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ବଳନ କରି ଆଲୋଚନା ଚକ୍ରକୁ ଆରମ୍ଭ କରିଥିଲେ। ଏହି ଆଲୋଚନା ଚକ୍ରରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀମତୀ ସୋନାଲୀ ବେହେରା, ବରେଣ୍ୟ ଆଲୋଚକ ଅବସରପ୍ରାପ୍ତ ଅଧ୍ୟକ୍ଷ, ବିରଜା ମହିଳା ମହାବିଦ୍ୟାଳୟ, ଡ. ଦୁଷ୍ମନ୍ତ କୁମାର ନାୟକ, ସଂସ୍କୃତି ପରିଷଦର ସଦସ୍ୟ,ସନ୍ତୋଷ ନନ୍ଦ, ପଦ୍ମାକର ଗୁରୁ, ବରୁଣେଶ୍ୱର ମହାବିଦ୍ୟାଳୟର ଅଧ୍ୟକ୍ଷା ବିନ୍ଦୁରେଖା ନାୟକ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ଶିକ୍ଷାବିତ୍ ମାନ୍ୟଗଣ୍ୟ ବ୍ୟକ୍ତି ଓ ବିଭିନ୍ନ ବିଭାଗର ଅଧିକାରୀ ଭାଗ ନେଇ ଦ୍ଵିତୀୟ ଯଯାତି କେଶରୀଙ୍କ ଯାଜପୁର ପାଇଁ ଅବଦାନ ଥିବା ସମ୍ପର୍କରେ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking