34.9 C
Bhubaneswar
Thursday, June 18, 2026
Homeଦେଶ ବିଦେଶବଦଳିଲା ରାମମନ୍ଦିରର ଆଳତୀ ଓ ଦର୍ଶନ ସମୟ

ବଦଳିଲା ରାମମନ୍ଦିରର ଆଳତୀ ଓ ଦର୍ଶନ ସମୟ

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରର ଆଳତୀ ଓ ଦର୍ଶନ ସମୟରେ ପରିବର୍ତ୍ତନ କରାଯାଇଛି। ମନ୍ଦିର ପ୍ରଶାସନ ବା ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଏନେଇ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି। ରିପୋର୍ଟ ଅନୁସାରେ ବର୍ତ୍ତମାନ ସମୟରେ ଉତ୍ତରପ୍ରଦେଶର ପ୍ରୟାଗରାଜର ମହାକୁମ୍ଭକୁ ଆସୁଥିବା ଅନେକ ଶ୍ରଦ୍ଧାଳୁ ସେଠାରେ ବୁଡ଼ ପକାଇ ସାରିବା ପରେ ଅଯୋଧ୍ୟା ଆସି ପ୍ରଭୁ ଶ୍ରୀରାମଲାଲାଙ୍କ ଦର୍ଶନ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ଫଳରେ ମନ୍ଦିରରେ ଏବେ ଅହେତୁକ ଭିଡ ଦେଖିବାକୁ ମିଳୁଛି। ଏସବୁ ମଧ୍ୟରେ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଭୁଙ୍କ ଦର୍ଶନ ଏବଂ ଆଳତୀର ସମୟ ପରିବର୍ତ୍ତନ କରାଯାଇଛି। ଏହାସହିତ ପ୍ରଭୁଙ୍କୁ ଭୋଗ ଲାଗି ହେଉଥିବା ସମୟରେ ମଧ୍ୟ ଭକ୍ତମାନେ ଦର୍ଶନ କରିବାର ସୁଯୋଗ ପାଇପାରିବେ।

ରାମ ମନ୍ଦିରର ନୂତନ କାର୍ଯ୍ୟସୂଚୀ ଏବଂ ସମୟ ସମ୍ପର୍କରେ ଟ୍ରଷ୍ଟ ପକ୍ଷରୁ ସୂଚନା ଜାରି କରାଯାଇଛି। ଏହି ସୂଚନାନୁସାରେ ରାମ ମନ୍ଦିରରେ ରାମଲାଲାଙ୍କ ଦର୍ଶନ ଏବେ ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ। ସକାଳ ୪ଟାରେ ମଙ୍ଗଳ ଆଳତୀ କରାଯିବ। ମଙ୍ଗଳ ଆରତୀ ପରେ, ମନ୍ଦିରର ଦ୍ୱାର ବନ୍ଦ ହୋଇଯିବ। ଏହାପରେ ସକାଳ ୬ଟାରେ ଶୃଙ୍ଗାର ଆଳତୀ ଅନୁଷ୍ଠିତ ହେବ ଏବଂ ଏହା ସହିତ ରାମଲାଲା ମନ୍ଦିର ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ। ପରେ ମଧ୍ୟାହ୍ନ ୧୨ଟାରେ ରାମଲାଲାଙ୍କୁ ରାଜଭୋଗ ଅର୍ପଣ କରାଯିବ। ଭୋଗପରେ ଭକ୍ତମାନେ ପୁଣି ଥରେ ରାମଲାଲାଙ୍କ ନିରନ୍ତର ଦର୍ଶନ କରିପାରିବେ। ସେହିପରି ସନ୍ଧ୍ୟା ୭ଟାରେ ସନ୍ଧ୍ୟା ଆଳତୀ ଅନୁଷ୍ଠିତ ହେବ। ସନ୍ଧ୍ୟା ଆଳତୀ ସମୟରେ ମନ୍ଦିରର ଦ୍ୱାର ୧୫ ମିନିଟ୍ ପାଇଁ ବନ୍ଦ ରହିବ। ଏହାପରେ ପୁନର୍ବାର ଦର୍ଶନ ଜାରି ରହିବ। ରାତି ୧୦ଟାରେ ଶୟନ ଆରତୀ ହେବ। ଶୟନ ଆରତୀ ପରେ ପ୍ରଭୁଙ୍କ ମନ୍ଦିରର ଦ୍ୱାର ବନ୍ଦ ହୋଇଯିବ। ତେବେ ଏହି ନୂତନ ସମୟ ଫେବୃଆରି ୬ ତାରିଖରୁ ଲାଗୁ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking