26.1 C
Bhubaneswar
Wednesday, February 11, 2026
Homeଓଡିଶାଯୁବକଙ୍କୁ ଗିରଫ କରି ନିସ୍ତୁକ ମାଡ ମାରିଲେ ପୁଲିସ ଅଧିକାରୀ

ଯୁବକଙ୍କୁ ଗିରଫ କରି ନିସ୍ତୁକ ମାଡ ମାରିଲେ ପୁଲିସ ଅଧିକାରୀ

ଭଦ୍ରକ: ଭଦ୍ରକ ଟାଉନ ଥାନା ଅଞ୍ଚଳରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ବିବାହିତ ଯୁବକଙ୍କୁ ଥାନାକୁ ଆଣି ଜଣେ ମହିଳା କନେଷ୍ଟବଳଙ୍କ ସମେତ ୮ରୁ ଅଧିକ ପୁଲିସ କର୍ମଚାରୀ ମିଶି ମାଡ଼ ମାରି ଲହୁଲୁହାଣ କରିଛନ୍ତି। କଥା ସେତିକିରେ ସରିନାହିଁ। ପୁଣି ପୀଡ଼ିତ ଯୁବକଙ୍କୁ ଗିରଫ କରି ତରବରିଆ ଭାବେ ପୁଲିସ କୋର୍ଟଚାଲାଣ କରିଛି। ଭଦ୍ରକ ଟାଉନ ଥାନାର ଥାନା ଅଧିକାରୀ ଛୁଟିରେ ଥିବା ବେଳେ ଏଭଳି ଅଭାବନୀୟ ଓ ଅମାନବୀୟ କାଣ୍ଡ କାହିଁକି ଭିଆଯାଇଛି, ତାକୁ ନେଇ ପ୍ରଶ୍ନ ଉଠିଛି। ସ୍ବାମୀଙ୍କୁ ଥାନାକୁ ଆଣି ଜଣେ ମହିଳା କନେଷ୍ଟବଳଙ୍କ ସମେତ ୮ରୁ ଅଧିକ ପୁଲିସ କର୍ମଚାରୀ ମିଶି ମାଡ଼ ମାରି ଲହୁଲୁହାଣ କରିଥିବା ନେଇ ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ । ଆହତ ଅବସ୍ଥାରେ ତାଙ୍କ ସ୍ଵାମୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking