19.1 C
Bhubaneswar
Sunday, February 15, 2026
Homeଦେଶ ବିଦେଶମଧ୍ୟପ୍ରଦେଶ : ଭାରତୀୟ ବାୟୁସେନାର ମିରାଜ ୨୦୦୦ବିମାନ ଦୁର୍ଘଟଣାଗ୍ରସ୍ତ

ମଧ୍ୟପ୍ରଦେଶ : ଭାରତୀୟ ବାୟୁସେନାର ମିରାଜ ୨୦୦୦ବିମାନ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ପାଇଁ ଏକ ଦୁଃଖଦ ଖବର। ଗୁରୁବାର ମଧ୍ୟପ୍ରଦେଶର ଶିବପୁରୀରେ ଭାରତୀୟ ବାୟୁସେନାର ମିରାଜ ୨୦୦୦ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଘଟଣାରେ ଲଢୁଆ ବିମାନର ଉଭୟ ପାଇଲଟ ଆହତ ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣା ପରେ ଲଢୁଆ ବିମାନ ଟି ଖରାପ ଭାବେ ଜଳୁଥିବାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ,  ମିରାଜ ୨୦୦୦ ଲଢୁଆ ବିମାନଟି ଗୁରୁବାର ଅପରାହ୍ନ ପ୍ରାୟ ୨ଟା ୨୦ ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ର୍ଘଟଣାର କାରଣ ଜାଣିବା ପାଇଁ କୋର୍ଟ ଅଫ୍ ଇନକ୍ୱାରି ନିର୍ଦ୍ଦେଶ ଦିଆଯାଇଛି। ଏହି ଦୁର୍ଘଟଣା ସଂପର୍କରେ  ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି। ଆହତ ପାଇଲଟମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking