ନୂଆଦିଲ୍ଲୀ : ସଂସଦରେ ଉପସ୍ଥାପିତ ହେଲା ଅର୍ଥନୈତିକ ସର୍ଭେ ରିପୋର୍ଟ । ୨୦୨୪ – ୨୫ ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ । ସର୍ଭେ ରିପୋର୍ଟ ଆଗତ କଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ଆସନ୍ତାକାଲି ସକାଳ ୧୧ଟା ଯାଏଁ ଗୃହ ମୁଲତବି ରହିଛି । ଏଥର ଅର୍ଥନୈତିକ ସର୍ଭେ ରିପୋର୍ଟରେ କଣ ରହୁଛି ଦେଶପାଇଁ ଏବଂ ଦେଶର ଅର୍ଥନୈତିକ କ୍ଷେତ୍ରରେ ଗତିବିଧି କୁଆଡେ ଯାଉଛି ଏବଂ ସରକାରଙ୍କ ପଲିସି କଣ ରହୁଛି ଏ ସବୁର ରୁପରେଖ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦେଖାଯାଇଥାଏ । ଏହାର ପ୍ରତିଫଳନ ଆସନ୍ତାକାଲି ବଜେଟରେ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି ।










