20.1 C
Bhubaneswar
Sunday, February 8, 2026
Homeଓଡିଶାଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌-୨ ଫୁଲନଖରା କ୍ୟାମ୍ପସ୍‌ରେ କଲ୍‌ପୋସ୍କୋପିକୁ ନେଇ କର୍ମଶାଳା ଆୟୋଜିତ

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌-୨ ଫୁଲନଖରା କ୍ୟାମ୍ପସ୍‌ରେ କଲ୍‌ପୋସ୍କୋପିକୁ ନେଇ କର୍ମଶାଳା ଆୟୋଜିତ

ଭୁବନେଶ୍ୱର: ମହିଳାଙ୍କ କ୍ଷେତ୍ରରେ ଗର୍ଭାଶୟ କ୍ୟାନ୍ସର ଏକ ଚିନ୍ତାର ପ୍ରସଙ୍ଗ ଭାବେ ବଢ଼ିଚାଲିଥିବା ବେଳେ ଏହି ରୋଗକୁ ଚିହ୍ନଟ କରିବା ନିମନ୍ତେ କଲ୍‌ପୋସ୍କୋପି ପଦ୍ଧତି ଖୁବ୍ ଫଳପ୍ରଦ ହୋଇଥାଏ। ଏହି ପ୍ରସଙ୍ଗକୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌-୨ ଫୁଲନଖରା କ୍ୟାମ୍ପସରେ ବୁଧବାର ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ଏହି କର୍ମଶାଳାରେ ସୋଆର ଉପକୁଳପତି ପ୍ରଫେସର (ଡାକ୍ତର) ପ୍ରସେନ୍‌ଜିତ ମହାନ୍ତି ଏବଂ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌-୨ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ ଲେଙ୍କା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ତଥା ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ୧ର ପୂର୍ବତନ ଡିନ୍ ପ୍ରଫେସର (ଡାକ୍ତର) ଗଙ୍ଗାଧର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି ପଦ୍ଧତି କିଭଳି ରୋଗ ଚିହ୍ନଟ କରିବାରେ ଉପକାରୀ ସେ ବିଷୟରେ ମତ ବ୍ୟକ୍ତ କରିଥିଲେ।

ଏହି ଅବସରରେ ସ୍ୱାଗତ ଭାଷଣ ଦେବା ପ୍ରସଙ୍ଗରେ ହସ୍ପିଟାଲ୍‌ର ସ୍ତ୍ରୀ ଓ ପ୍ରସୂତି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ତାପସୀ ପତି କହିଥିଲେ ଯେ କଲ୍‌ପୋସ୍କୋପି ଦ୍ୱାରା କ୍ୟାନ୍ସରର ସେଲ୍ କେଉଁ ସ୍ଥାନରେ ରହିଛି ତାହା ଚିହ୍ନଟ କରି ସେହି ସ୍ଥାନରୁ ହିଁ ବାୟୋପ୍ସି କରାଯାଇଥାଏ। ଏହି ଅବସରରେ ପ୍ରଫେସର ଲେଙ୍କା କହିଥିଲେ ଯେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ -୨ ତା’ର ଏକ ବର୍ଷ ପୂରଣ କରିସାରିଥିବା ବେଳେ ରୋଗୀ ସେବା କ୍ଷେତ୍ରରେ ଅନେକ ସଫଳତା ହାସଲ କରିଛି। ଏହି ହସ୍ପିଟାଲ୍‌ରେ କ୍ୟାନ୍ସର ଚିକିତ୍ସା ନେଇ ଉତ୍କୃଷ୍ଟ ସେବା ପ୍ରଦାନ କରାଯିବାର ଯୋଜନା ରହିଛି ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମ ଶେଷରେ ପ୍ରଫେସର ସୁନୀତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking