ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ହରିୟାଣା ସରକାର ଏଫଆଇଆର ଦାଖଲ କରିବେ । ରାଜନୀତିକୁ ଆହୁରି ଗରମ କରିବା ପାଇଁ ହରିୟାଣା କ୍ୟାବିନେଟ ମନ୍ତ୍ରୀ ଭିପୁଲ ଗୋୟଲ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲ ଯମୁନାରେ ବିଷ ମିଶାଇଛନ୍ତି ବୋଲି ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ବିପର୍ଯ୍ୟୟ ପରିଚାଳନା ବିଭାଗର ଧାରା ୨ଡ଼ି , ୧୫୪ ଅନୁଯାୟୀ ସୋନିପାଟର ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଙ୍କ କୋର୍ଟରେ କେଜ୍ରିୱାଲଙ୍କ ବିରୋଧରେ ଏକ ମାମଲା ରୁଜୁ ହେବ । କେଜ୍ରିୱାଲ ହରିୟାଣା ଏବଂ ଦିଲ୍ଲୀର ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବା ପାଇଁ ଏଭଳି କାର୍ଯ୍ୟ କରିଛନ୍ତି କାର୍ଯ୍ୟ କରିଛନ୍ତି। ଯମୁନାର ବିଷାକ୍ତ ପାଣି ଉପରେ ମନ୍ତବ୍ୟ ପାଇଁ ଅରବିନ୍ଦ କେଜରିୱାଲଙ୍କୁ ନିର୍ବାଚନ କମିଶନଙ୍କୁ ନୋଟିସ୍ । ଆଜି ରାତି ୮ ସୁଦ୍ଧା ଜବାବ ଦେବାକୁ କେଜରିୱାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ। ଗତକାଲି କେଜରିୱାଲ ଅଭିଯୋଗ କରିଥିଲେ ଯେ, ହରିିୟାଣା ସରକାର ଯମୁନା ନଦୀ ପାଣିରେ ବିଷ ମିଶାଇ ଦେଉଛନ୍ତି। ଜଳ ବୋର୍ଡ ଅଧିକାରୀମାନେ ତାହା ଜାଣି ପାରି ବିଶୋଧନ କରୁଛନ୍ତି। ନ ହେଲେ ବଡ଼ ଅଘଟଣ ଘଟନ୍ତା । ତାଙ୍କର ଏହି ମନ୍ତବ୍ଯ ବହୁତ ଗୁରୁତର । ଏପରିକି ଏହା ଲୋକଙ୍କ ମଧ୍ୟରେ ବିଦ୍ଵେଷ ସୃଷ୍ଟି କରିପାରେ ବୋଲି ବିଜେପି ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଥିଲା । ଏହା ପରେ ନିର୍ବାଚନ କମିଶନ କେଜରିୱାଲଙ୍କୁ ନୋଟିସ୍ କରିଛନ୍ତି ଏବଂ ଅଭିଯୋଗର ପ୍ରମାଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୋଗ ମିଛ ହେଲେ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ ବୋଲି କହିଛନ୍ତି ନିର୍ବାଚନ କମିଶନ । ସେପଟେ ଆପ୍ ପକ୍ଷରୁ କୁହାଯାଉଛି, ଯମୁନା ନଦୀରେ ମାତ୍ରାଧିକ ଆମୋନିଆ ମିଶୁଛି । ହରିୟାଣା ସରକାର ଯଦି ଏହାକୁ ରୋକୁଥାନ୍ତା, ତେବେ ଦିଲ୍ଲୀରେ ଯମୁନା ଏତେ ପ୍ରଦୂଷିତ ହୋଇନଥାନ୍ତା ବୋଲି ଆପ୍ ପକ୍ଷରୁ କୁହାଯାଉଛି । ଏହି ଘଟଣାକୁ ନେଇ ବଡ଼ ରାଜନୀତି ହେଲାଣି ।










