ଭୁବନେଶ୍ୱର : ଭୁବନେଶ୍ୱରରେ ଦୁଇ ଦିନ ଧରି ଜନତା ମଇଦାନରେ ଚାଲିଥିବା ଉତ୍କର୍ଷ ଓଡିଶା ୨୦୨୫ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମେତ ବହୁ ଶିଳ୍ପପତି ଅଂଶ ଗ୍ରହଣ କରିଥିଲେ ା ପ୍ରଥମ ଦିନରେ ୫୪ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା । ସେହିପରି ଉକ୍ତ ସମ୍ମିଳନୀରେ ଭାଗ ନେବାକୁ ଆସିଥିବା ଜେଏସପି ମୁଖ୍ୟ ନବୀନ ଜିନ୍ଦଲ କହିଛନ୍ତି , କେନ୍ଦୁଝରରେ ଏକ ଇସ୍ପାତ କାରଖାନା କରିବା ପାଇଁ ଆମେ ଚାହୁଁଛୁ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଆଲୋଚନା ହୋଇଛି । ଇସ୍ପାତ କାରଖାନାର ସ୍ୱରୁପ କଣ ହେବ ତାହା ଏପଯ୍ୟନ୍ତ ସ୍ଥିର ହୋଇନାହିଁ । ଆମେ ପ୍ରଥମେ ଅନୁଧ୍ୟାନ କରିବୁ । ତାପରେ ସେଠାରେ କେତେ ନିବେଶ ହେବ କୁହାଯିବ । ନବୀନଙ୍କ ଭାଇ ସଜ୍ଜନ ଜିନ୍ଦଲଙ୍କ ଦ୍ୱାରା ପରିଚାଳିତ ଜେଏସଡବ୍ଲ୍ୟୁ ଷ୍ଟିଲ ଦକ୍ଷିଣ କୋରିଆର ପୋସ୍କୋ ସହ ଯୌଥ ଉଦ୍ୟୋଗ ସ୍ଥାପନ କରି କେନ୍ଦୁଝର ଇସ୍ପାତ କାରଖାନା ସ୍ଥାପନ କରିବାକୁ ଘୋଷଣା କରିଛନ୍ତି । ନବୀନ ଆହୁରି କହିଛନ୍ତି ଓଡିଶାରେ ବର୍ତ୍ତମାନ ସୁଦ୍ଧା କମ୍ପାନୀ ଲକ୍ଷେ କୋଟି ଟଙ୍କାର ପୁଞ୍ଜିନିବେଶ କରିସାରିଲାଣି । ଅନୁଗୁଳ କାରଖାନାର ବାର୍ଷିକ କ୍ଷମତା ୬ ନିୟୁତ ଟନ ରହିଛି । ବର୍ଷ ଶେଷ ସୁଦ୍ଧା ତାହା ୧୨ ନିୟୁତ ଟନକୁ ବୃଦ୍ଧି ପାଇବ । ୬ ବର୍ଷରେ ତାହା ୨୫ ନିୟୁତ ଟନ କରିବାକୁ ଲକ୍ଷଠ ରଖିଛି କହିଛନ୍ତି ନବୀନ । କମ୍ପାନୀ ଏହାର କ୍ଷମତା ସମ୍ପ୍ରସାରଣରେ ୭୦ ହଜାର କୋଟି ଠଙ୍କା ନିବେଶ କରିବ ବୋଲି ନବୀନ ଜିନ୍ଦଲ ସୂଚନା ଦେଇଛନ୍ତି ।










