16.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶମହାରାଷ୍ଟ୍ରରେ ମାଡୁଛି ନୂଆ ବ୍ୟାକ୍ଟେରିଆ

ମହାରାଷ୍ଟ୍ରରେ ମାଡୁଛି ନୂଆ ବ୍ୟାକ୍ଟେରିଆ

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ବଢିବାରେ ଲାଗିଛି ନୂଆ ରୋଗର ଭୟ । ଯାହାର ନାଁ ହେଉଛି ଜିବିଏସ ବା ଗୁଇଲେନ-ବାରେ ସିଣ୍ଡ୍ରୋମ । ମହାରାଷ୍ଟ୍ରରେ ଆତଙ୍କ ମଚାଇଛି ଏହି ରୋଗ । ଏହାର ପ୍ରଭାବରେ ପୁନେରେ ପାଖାପାଖି ୧୧୧ରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୧୭ଜଣ ଭେଣ୍ଟିଲେଟରରେ ଥିବା ବେଳେ ବାକି ରୋଗୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଏବେ ଗୁରୁତର ଅବସ୍ଥାରେ ରହିଛନ୍ତି । ସେମାନଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ସେହିପରି ପୁନେ ପରେ ଏହି ରୋଗ ଏବେ ନାଗପୁରରେ ମଧ୍ୟ ବ୍ୟାପିବାରେ ଲାଗିଛି । ନାଗପୁରରେ ୪ ଜଣ ଆକ୍ରନ୍ତାଙ୍କୁ ଚିହ୍ନଟ ପରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଏଥିରେ ଛୋଟ ଶିଶୁ ମଧ୍ୟ ରହିଛନ୍ତି । ସେପଟେ ଜିବିଏସର ମୁକାବିଲା ପାଇଁ ଏକ ସ୍ବତନ୍ତ୍ର ଟିମ୍ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । ଏହି ଟିମ୍ ରେ ୭ ଜଣ ସ୍ବାସ୍ଥ୍ୟ ବିଶେଷଜ୍ଞ ରହିଛନ୍ତି । ସେମାନେ ସୋମବାର ମହାରାଷ୍ଟ୍ରର ପୁନେ ଓ ନାଗପୁରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ଆରମ୍ଭ କରିଛନ୍ତି । ଏହି ଟିମ୍ ରେ ଦେଶର ଜଣାଶୁଣା ଭୂତାଣୁ ଗବେଷକ ମଧ୍ୟ ସାମିଲ ହୋଇଛନ୍ତି । ମହାରାଷ୍ଟ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସହିତ ଏହି ବିଶେଷଜ୍ଞ ଦଳ ରହି ଏହି ନୂଆ ରୋଗକୁ ଯାଂଚ କରିବେ । ଏଥିସହିତ ଏହି ରୋଗର ନିରାକରଣ ପାଇଁ ପ୍ରୟାସ କରିବେ ବୋଲି ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking