ଭୁବନେଶ୍ୱର : ଓଡିଶା ଶିଳ୍ପର ହବ ହେବାକୁ ଯାଉଛି କହିଲେ ମୁଖ୍ୟମନ୍ତ୍ରୀ । ଆଗାମୀ ଦିନରେ ଓଡିଶା ଶ୍ରେଷ୍ଠ – ୫ ଶିଳ୍ପ ସମୃଦ୍ଧ ରାଜ୍ୟ ହେବ । ପ୍ରଧାନମନ୍ତ୍ରୀଙ୍କ ଆଶୀର୍ୱାଦ ରହିଛି । ଆଜି ଓଡିଶା ପାଇଁ ଐତିହାସିକ ଦିନ । ଶିଳ୍ପ ପାଇଁ ଓଡିଶାରେ ଭରପୁର ସୁଯୋଗ ରହିଛି । ନିବେଶ ପାଇଁ ଏହି ସମୟ ଠିକ ସମୟ କହିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୩୬ ସୁଦ୍ଧା ଓଡିଶା ସମୃଦ୍ଧି ପଥରେ ଆଗକୁ ବଢିବ । ୩ ଜିଲ୍ଲା ମାଲକାନଗିରି , ରାୟଗଡା ଓ କେନ୍ଦୁଝରରେ ଫୁଡ ପ୍ରୋସେସିଂ ସମ୍ଭାବନା ରହିଛି । ସ୍କିଲ୍ଡ ଇନ ଓଡିଶା ଭଳି ପଦକ୍ଷେପ ନେଇଛୁ ।










