19.1 C
Bhubaneswar
Tuesday, February 3, 2026
Homeଓଡିଶାବରିଷ୍ଠ ନାଗରିକ ବିକାଶ ପରିଷଦ, ନୀଳାଦ୍ରି ବିହାର ତରଫରୁ ସାଧାରଣତନ୍ତ୍ର ଦିବସ ପାଳନ.

ବରିଷ୍ଠ ନାଗରିକ ବିକାଶ ପରିଷଦ, ନୀଳାଦ୍ରି ବିହାର ତରଫରୁ ସାଧାରଣତନ୍ତ୍ର ଦିବସ ପାଳନ.

ଭୁବନେଶ୍ୱର : ଶତାଧିକ ବରିଷ୍ଠ ନାଗରିକ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ଗହଣରେ ଆଜି ନୀଳାଦ୍ରି ବିହାର ରେ ପ୍ରତିଷ୍ଠିତ “ବରିଷ୍ଠ ନାଗରିକ ବିକାଶ ପରିଷଦ ” ଆନୁକୂଲ୍ୟ ରେ 76ତମ ସାଧାରଣତନ୍ତ୍ର ଦିବସ ଏକ ବୌଦ୍ଧିକ ସମାବେଶ ପରିସରରେ ପାଳନ କରାଯାଇଥିଲା। ମୁଖ୍ୟ ଅତିଥି ରୂପେ ସ୍ବନାମଧନ୍ୟ ସାହିତ୍ୟିକ, ଲେଖକ, ଶତାଧିକ ପୁସ୍ତକ ର ରଚୟିତା ଓ ରାଜ୍ୟ ବାଳ ସାହିତ୍ୟ ଓ ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା, ଶ୍ରୀଯୁକ୍ତ ଦାଶ ବେନହୁର, ମୁଖ୍ୟ ଅତିଥି ଙ୍କ ଦ୍ୱାରା ଜାତୀୟ ପତାକା, ଉନ୍ନମୋଚିତ ହୋଇଥିଲା। ଶ୍ରୀ ଦାଶ ବେନହୂର, ନିଜ ସମ୍ବୋଧନ ରେ , ସାଧାରଣତନ୍ତ୍ର ଦିବସ ର ଗୁରୁତ୍ୱ ବଖାଣିବା ସହିତ , ଭାରତ ର ସମ୍ବିଧାନ ର ପ୍ରାଣୟନ ର କ୍ରମ ବିକାଶ, ନାଗରିକ ମାନଙ୍କ ମୌଳିକ ଅଧିକାର ଓ କର୍ତ୍ୟବ୍ୟ ଗୁଡିକୁ ପ୍ରଂଜାଳ ଭାବେ ବୁଝାଇଥିଲେ। 75 ବର୍ଷ ର ସ୍ୱାଧୀନତା ପରେବି ଲୋକେ ନିଜ ନିଜ ର ଅଧିକାର ସାଉଁଟି ବାରେ ଭୁଲି ଗଲେଣି ସେମାନଙ୍କର ସାମାଜିକ କର୍ତବ୍ୟବୋଧ – ବୋଲି ମତବ୍ୟକ୍ତ କରିଥିଲେ। “ଅଧିକାର ପ୍ରଥମ ” ନା “କର୍ତବ୍ୟ ପ୍ରଥମ”, ତାହା ଆଜି ସାଧାରଣତନ୍ତ୍ର ଦିବସ ର ସମସ୍ତଙ୍କ ର ଚିନ୍ତନ ହେଉ ବୋଲି ଶ୍ରୀ ବେନହୁର ମନ୍ତବ୍ୟ ଦେଇଥିଲେ। ସ୍ୱାଧୀନ ଭାରତ ର ସ୍ୱାଧୀନ ନାଗରିକ ଟିଏ କୁ କୁଶାସନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାର, ପ୍ରଶ୍ନ କରିବାର କ୍ଷମତା ଏଇ ସମ୍ବିଧାନ ହିଁ ଦେଇଛି । ମହାତ୍ମା ଗାନ୍ଧୀ ଙ୍କୁ ଦକ୍ଷିଣା ଆଫ୍ରିକା ରେ ଟ୍ରେନ ରୁ ଜବରଦସ୍ତ ତଳକୁ ଠେଲି ଦେଇଥିବା ବିରୁଦ୍ଧରେ ସିଏ ଯଦି ସ୍ୱର ଉତ୍ତାଳନ କରି ନଥାନ୍ତେ, ତେବେ ହୁଏତ ଗୋଟେ ସାମାନ୍ୟ ଓକିଲ ଟିଏ ହେଇ ଜୀବନ ଯାପନ କରିଥାନ୍ତେ। ଆମେ ନିରୂପାୟ ନହୋଇ ଆମ ଦେଶ ଶାସନ ବ୍ୟବ୍ୟସ୍ଥା କୁ ନିକଟ ରୁ ପରଖି, ତତସହିତ ଦେଖା ଦେଉଥିବା ଦୋଷ ତ୍ରୁଟି ଉପରେ ପ୍ରଶ୍ନବାଚି ସୄଟି କରନ୍ତୁ ଓ ନିଜକୁ ନିଜ ପରିବାର ଭିତରେ ସଂଶ୍ଲିଷ୍ଟ ନରଖି ତାକୁ ବ୍ୟାପକ କରନ୍ତୁ ; ସମାଜ, ପରିବେଶ ଓ ନିଜ ଦେଶ ର ଉନ୍ନତି ପାଇଁ ସମୁହିକ ଚେତନା ସୃଷ୍ଟି କରିପାରିଲେ ହିଁ , ସ୍ୱାଧୀନତା ର ଅମୁଲ୍ୟ ସ୍ୱାଦ ପାଇଁ ପାରିବା ବୋଲି ନିଜ ଓଜସ୍ୱିନୀ ଭାଷଣ ମାଧ୍ୟମରେ କହିଥିଲେ। ପରିଷଦ ର ମୁଖ୍ୟ ଶ୍ରୀ ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ, ପୂର୍ବତନ ପ୍ରଶାସକ, ମୁଖ୍ୟ ଅତିଥି ଙ୍କ ପରିଚୟ ପ୍ରଦାନ ସହ ଆଜି ର ପବିତ୍ର ଦିବସ ର ଗାରୀମା ଓ ସାଧାରଣ ନାଗରିକ ର ଜୀବନ ରେ ସମ୍ବିଧାନ କୁ ମାନ୍ୟ କରିବାର, ଆବଶ୍ୟକତା ଉପରେ ମାତ ବ୍ୟକ୍ତ କରିଥିଲେ। ଅନୁଷ୍ଠାନ ର ଉପ ସଭାପତି ଶ୍ରୀ ଦିଲ୍ଲୀପ କୁନାର ମହାନ୍ତି, ପୂର୍ବତନ ପ୍ରଶାସକ ଓ ଅନୁଷ୍ଠାଜନା ର ବୟୋଜ୍ୟୋଷ୍ଠ ସଭ୍ୟ, ଡାକ୍ତର ଶ୍ରୀ ସୁଦର୍ଶନ ପଣ୍ଡା ମୁଖ୍ୟ ଅତିଥିଙ୍କୁ ସମ୍ମାନିତ କରିଥିବା ବେଳେ, ଶ୍ରୀ ସୁଦର୍ଶନ ନାୟକ, ପୂର୍ବତନ ପ୍ରଶାସକ, ଧନ୍ୟବଦ ଅର୍ପଣ କରିଥିଲେ। ଅନ୍ୟମାନଂକ ମଧ୍ୟରେ ପରିଷଦର ସମ୍ପାଦକ ଅମରେନ୍ଦ୍ର ରଥ, କାରଯ୍ୟକାରୀ ସଦସ୍ୟ କର୍ଣ୍ଣେଲ୍ ଭବେଶ ମହାନ୍ତି, ସନ୍ତୋଷ ମହାନ୍ତି, ଦୁର୍ଯ୍ୟୋଧନ ବେହେରା ,ଡ଼କ୍ଟର ଶାନ୍ତନୁ ଦାସ ଓ ଅଶୋକ କୁମାର ସାହୁ ପ୍ରମୁଖ ଏହି ମହାନ ଜାତୀୟ ପର୍ବ ଆୟୋଜନରେ ସକ୍ରିୟ ଭୂମିକା ନିର୍ବାହ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking