28.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶଗୁପ୍ତାଙ୍ଗରେ ସର୍ଜିକାଲ ବ୍ଲେଡ ଭର୍ତ୍ତି କଲେ ଦୁଷ୍କର୍ମ ପୀଡ଼ିତା; ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ..

ଗୁପ୍ତାଙ୍ଗରେ ସର୍ଜିକାଲ ବ୍ଲେଡ ଭର୍ତ୍ତି କଲେ ଦୁଷ୍କର୍ମ ପୀଡ଼ିତା; ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ..

ନୂଆଦିଲ୍ଲୀ: ଦେଶର ଆର୍ôଥକ ରାଜଧାନୀ ମୁମ୍ବାଇରେ ଜଣେ ୨୦ ବର୍ଷୀୟା ଯୁବତୀଙ୍କ ସହ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି । ମଙ୍ଗଳବାର ବିଳମ୍ବିତ ରାତିରେ ଯେତେବେଳେ ଡାକ୍ତରୀ ମାଇନା କରାଯାଇଥିଲା, ସେତେବେଳେ ଆଶ୍ଚର୍ଯ୍ୟଜନକ ଖୁଲାସା କରାଯାଇଥିଲା। ପୀଡିତାର ଗୁପ୍ତାଙ୍ଗରେ ପ୍ଲାଷ୍ଟିକରେ ଗୁଡ଼ାଯାଇଥିବା ଏକ ପଥର ଏବଂ ଏକ ସର୍ଜିକାଲ ବ୍ଲେଡ୍ ମିଳିଥିଲା। ଏହା ଦେଖି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏବେ ପୋଲିସ ବଳାତ୍କାର ଅଭିଯୁକ୍ତ ଅଟୋ-ରିକ୍ସା ଡ୍ରାଇଭରଙ୍କୁ ହେପାଜତକୁ ନେଇଛି । କିନ୍ତୁ ତଦନ୍ତ ସମୟରେ ଯେଉଁ ଜିନିଷଗୁଡ଼ିକ ସାମ୍ନାକୁ ଆସିଛି ତାହା ପୋଲିସକୁ ଆଶ୍ଚର୍ଯ୍ୟ କରିଛି । ଯେତେବେଳେ ପୋଲିସ ଅଟୋ-ରିକ୍ସା ଡ୍ରାଇଭରଙ୍କୁ ହେପାଜତକୁ ନେଇ ପ୍ରାରମ୍ଭିକ ପଚରାଉଚରା କଲା, ସେତେବେଳେ ଏକ ଭିନ୍ନ କଥା ସାମ୍ନାକୁ ଆସିଥିଲା । ପୋଲିସର କହିବା ଅନୁଯାୟୀ, ଝିଅଟି ଏବଂ ଅଟୋ-ରିକ୍ସା ଡ୍ରାଇଭର ଏକାଠି ବେଳାଭୂମିକୁ ଯାଇଥିଲେ । ସେମାନେ ରାତି ବିତେଇବା ପାଇଁ ଭାବିଥିଲେ ହେଁ ସେମାନଙ୍କ ନିକଟରେ ବୈଧ ପ୍ରମାଣ ପତ୍ର ନଥିବା କାରଣରୁ ହୋଟେଲ ରୁମ୍ ମିଳିନଥିଲା ।

ସେମାନେ ବେଳାଭୂମୀରେ ହିଁ ରାତି ବିତାଇଥିଲେ । ବିଚ୍‌ରେ ରହିବା ସମୟରେ ଡ୍ରାଇଭର ଜଣକ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ ଓ ସେଠାରୁ ଫେରାର ହୋଇଯାଇଥିଲେ । ତେବେ ଘରକୁ ଫେରିଲେ ବାପା ମା’ ତାଙ୍କୁ ମାଡ଼ ମାରିବେ ବୋଲି ଯୁବତୀ ଆଶଙ୍କା କରିଥିଲେ। ଏଥିପାଇଁ ସେ ପ୍ରଥମେ ଗୋଟିଏ ସର୍ଜିକାଲ ବ୍ଲେଡ କିଣିଥିଲେ। ଏହାପରେ ଏହି ବ୍ଲେଡକୁ ଗୋଟିଏ ପ୍ଲାଷ୍ଟିକ ପଲିଥିନରେ ଗୁଡ଼ାଇ ନିଜ ଗୁପ୍ତାଙ୍ଗରେ ଭର୍ତ୍ତି କରି ଦେଇଥିଲେ। କିଛି ଛୋଟ ଗୋଡ଼ି ମଧ୍ୟ ସେ ଗୁପ୍ତାଙ୍ଗରେ ଭର୍ତ୍ତି କରିଥିବା ଜଣାପଡ଼ିଛି । ତେବେ ଏହାପରେ ସେ କିଛିବାଟ ଯିବା ପରେ ତାଙ୍କର ରକ୍ତସ୍ରାବ ଆରମ୍ଭ ହୋଇଥିଲା । ଏହାପରେ ସେ କୌଣସି ଉପାୟ ନ ପାଇ ସ୍ଥାନୀୟ ପୋଲିସ୍‌?କୁ ଯୋଗାଯୋଗ କରିଥିଲେ । ପୋଲିସ ହସ୍ପିଟାଲରେ ଭର୍ତ୍ତି କରିବା ପରେ ଡାକ୍ତର ଏସବୁ ବାହାର କରିଥିଲେ । ଏହାପରେ ଯୁବତୀଙ୍କ ଅଭିଯୋଗ ଆଧାରରେ ଗୋଟିଏ ଦୁଷ୍କର୍ମ ମାମଲା ରୁଜୁ କରାଯାଇଥିଲା। ଯୁବତୀ ଜଣଙ୍କ ଚେତା ଫେରିଲା ପ୍ରଶ୍ନ କରିବା ପରେ ସେ କୌଣସି ସଠିକ ଉତ୍ତର ଦେଇପାରି ନଥିଲା । ଏହାପରେ ପୋଲିସ ଆଗରେ ନିଜେ ହିଁ ଏସବୁ କରିଥିବା କଥା କହିିଥିଲେ । ବର୍ତ୍ତମାନ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking