22.1 C
Bhubaneswar
Friday, February 6, 2026
Homeଓଡିଶାଏନସି ହାଇସ୍କୁଲ ୧୯୯୨ ବ୍ୟାଚର " ସାଙ୍ଗ ପାଇଁ ଦିନ ଟିଏ " କାର୍ଯ୍ୟକ୍ରମ

ଏନସି ହାଇସ୍କୁଲ ୧୯୯୨ ବ୍ୟାଚର ” ସାଙ୍ଗ ପାଇଁ ଦିନ ଟିଏ ” କାର୍ଯ୍ୟକ୍ରମ

ଯାଜପୁର: ଆଜି ସ୍ଥାନୀୟ ବ୍ୟାସସରୋବର ଠାରେ ଏନସି ହାଇସ୍କୁଲ ୧୯୯୨ ବ୍ୟାଚର ” ସାଙ୍ଗ ପାଇଁ ଦିନ ଟିଏ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥିଭାବେ ଓଲିଉଡ କଳାକାର ଅନନ୍ତ ନାରାୟଣ ମିଶ୍ର ଯୋଗ ଦେଇ ବନ୍ଧୁର ମହତ୍ତ୍ଵ ଏବଂ ଜୀବନରେ ଏହାର ଜରୁରୀ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ଜ୍ଞାନରଞ୍ଜନ ରାଉତ ଅତିଥି ପରିଚୟ ପ୍ରଦାନ କରିବା ପରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପତାକା ଉତ୍ତୋଳନ ଏବଂ ଦିବଙ୍ଗତ ସାଙ୍ଗ ରାମଚନ୍ଦ୍ର ନାୟକ (ଧୁଳିଆ) ଓ ରମେଶ ଚନ୍ଦ୍ର ଦାସଙ୍କ ଆତ୍ମାର ସଦଗତି କାମନା କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଠାରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ କଳ୍ପତରୁ ସାହୁ, ଜ୍ଞାନରଞ୍ଜନ ପ୍ରିୟଦର୍ଶନ, ପ୍ରିୟବ୍ରତ ମହାପାତ୍ର, ସୁଶାନ୍ତ କୁମାର ନାୟକ, ବିବେକାନନ୍ଦ ରାଉତ, ପ୍ରଭାକର ଦାସ, ଜିତେନ୍ଦ୍ର ରାଉତ, ମିହିର ରଂଜନ ବିଶ୍ବାଳ,ପ୍ରତାପ ନାୟକ, ଛତ୍ରପତି ବିଶ୍ବାଳ, ଉମାକାନ୍ତ ସ୍ବାଇଁ,ପ୍ରଭାତ କୁମାର ବଳ,ଦୀପକ ଦାସ, ପ୍ରଶାନ୍ତ ନାୟକ, କୈଳାସ ଚନ୍ଦ୍ର ସାହୁ,ଉଦୟ ରାଉତ,ଶରତ ମଲ୍ଲ,ଶୈଳେନ୍ଦ୍ର ସ୍ବାଇଁ, ବିଭୁପ୍ରସାଦ ସାମଲ ପ୍ରମୁଖ ଯୋଗଦେଇଥିଲେ। ଶେଷରେ ଅଶୋକ କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking