34.1 C
Bhubaneswar
Sunday, April 26, 2026
Homeଦେଶ ବିଦେଶଭାରତକୁ ୟୁଡବ୍‌ଲ୍ୟୁଡବ୍‌ଲ୍ୟୁର ନିଲମ୍ବନ ଧମକ

ଭାରତକୁ ୟୁଡବ୍‌ଲ୍ୟୁଡବ୍‌ଲ୍ୟୁର ନିଲମ୍ବନ ଧମକ

ନୂଆଦିଲ୍ଲୀ: କୁସ୍ତିର ଶୀର୍ଷ ବୈଶ୍ୱିକ ସଂସ୍ଥା ୟୁନାଇଟେଡ୍ ୱାର୍ଲ୍ଡ ରେସ୍‌ଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ) ଭାରତକୁ ନିଲମ୍ବନ ଧମକ ଦେଇଛି। ସଂସ୍ଥାର ଅଧ୍ୟକ୍ଷ ନେନାଦ୍ ଲାଲୋଭିଚ୍ ପତ୍ରଲେଖି ଜଣାଇଛନ୍ତି ଯେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)ର ଅନ୍ତରୀଣ ମାମଲାରେ ରାଜନୈତିକ ହସ୍ତକ୍ଷେପ ବନ୍ଦ ନହେଲେ ଏବଂ ସ୍ୱାୟତ୍ତତା ବଜାୟ ନରହିଲେ ମହାସଂଘକୁ ବ୍ୟାନ୍ କରାଯିବ। ଖେଳ ମନ୍ତ୍ରଣାଳୟ କୁସ୍ତି ମହାସଂଘକୁ ୨୦୨୩ ଡିସେମ୍ବରରୁ ନିଲମ୍ବିତ କରିଛି। ବିଶ୍ୱ ଚାମ୍ପିଅନ୍‌ଶିପ୍‌ରେ ଟିମ୍ ପଠାଇଥିଲେ ମଧ୍ୟ ଅନ୍ୟ ଟୁର୍ଣ୍ଣାମେଣ୍ଟ୍‌ରେ ଭାରତୀୟ ଟିମ୍ ଭାଗ ନେଇପାରୁ ନାହିଁ। ସେହିପରି କ୍ରୋଏସସ୍ରିଆ ଆମନ୍ତ୍ରଣ ଟୁର୍ଣ୍ଣାମେଣ୍ଟ୍ ପାଇଁ ବର୍ତ୍ତମାନ ସୁଦ୍ଧା ମନ୍ତ୍ରଣାଳୟର ସବୁଜ ସଙ୍କେତ ମିଳିନାହିଁ। ଭାରତୀୟ କୁସ୍ତି ମହାସଂଘର ପଦାଧିକାରୀଙ୍କୁ ୟୁଡବ୍ଲ୍ୟୁଡବ୍ଲ୍ୟୁ ମାନ୍ୟତା ପ୍ରଦାନ କରିବା ସହିତ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ୍ ଏବଂ ଅନ୍ୟ ଗତିବିଧି ପାଇଁ ସେମାନଙ୍କ ସହିତ ସମ୍ପର୍କ କରିବାକୁ କହିଛି। ନିଲମ୍ବିତ ହେଲେ ଭାରତୀୟ ପହେଲମାନ ଦେଶର ଜାତୀୟ ପତାକା ଅଧୀନରେ କୌଣସି ପ୍ରତିଯୋଗିତାରେ ଭାଗନେଇ ପାରିବେ ନାହିଁ। ନିଲମ୍ବନ ସ୍ଥିତିରେ ସେମାନଙ୍କୁ ୟୁଡବ୍ଲ୍ୟୁଡବ୍ଲ୍ୟୁ ପତାକା ଅଧୀନରେ ଖେଳିବାକୁ ପଡ଼ିବ। ଦେଶରେ କୁସ୍ତିର ଗତିବିଧି ବନ୍ଦ ରହିଛି ଏବଂ ପହେଲମାନଙ୍କ କୌଣସି ଜାତୀୟ ଶିବିର ମଧ୍ୟ ଆୟୋଜିତ ହେଉନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking