15.1 C
Bhubaneswar
Monday, February 9, 2026
Homeଦେଶ ବିଦେଶ୪ ମହିଳା ଇସ୍ରାଏଲୀ ମହିଳା ବନ୍ଧକଙ୍କୁ ମୁକ୍ତ କଲା ହମାସ୍‌

୪ ମହିଳା ଇସ୍ରାଏଲୀ ମହିଳା ବନ୍ଧକଙ୍କୁ ମୁକ୍ତ କଲା ହମାସ୍‌

ତେଲଅଭିଭ୍‌: ହମାସ୍ ପକ୍ଷରୁ ଆଜି ଆଉ ୪ ଇସ୍ରାଏଲୀ ମହିଳା ବନ୍ଧକଙ୍କୁ ମୁକ୍ତ କରାଯାଇଛି। ଏମାନେ ହେଲେ ୨୦ ବର୍ଷୀୟ କାରିନା ଆରିଭ୍‌, ଡାନିଏଲା ଗିଲବୋଆ ଏବଂ ନାମା ଲେଭି ଏବଂ ଲିରି ଆଲବାଗ (୧୯)। ଏମାନେ ସମସ୍ତେ ଇସ୍ରାଏଲ୍ ସେନାର ମହିଳା ସୈନିକ ହୋଇଥିବା ବେଳେ ଏମାନଙ୍କୁ ଅକ୍ଟୋବର ୭ରେ ହମାସ ଆକ୍ରମଣ ସମୟରେ ଇସ୍ରାଏଲର ନାହଲ ଓଜ୍ ସାମରିକ ଘାଟିରୁ ଅପହରଣ କରିନିଆଯାଇଥିଲା। ଏହି ଘଟଣା ପରେ ଇସ୍ରାଏଲ ଗାଜା ଉପରେ ପ୍ରବଳ ଆକ୍ରମଣ କରିଥିଲା। ଏମାନଙ୍କୁ ହମାସ୍ ଗାଜା ସ୍ଥିତ ରେଡକ୍ରସ୍ ସଂସ୍ଥାକୁ ହସ୍ତାନ୍ତର କରିବା ପରେ ଏମାନଙ୍କୁ ଇସ୍ରାଏଲ୍ ଅଭିମୁଖେ ପଠାଯାଇଥିଲା। ଇସ୍ରାଏଲ ଓ ହମାସ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ଅନୁଯାୟୀ ପ୍ରାୟ ୨୦୦ ପାଲେଷ୍ଟାଇନ୍ କଏଦୀଙ୍କ ମଧ୍ୟରୁ ୭୦ଜଣଙ୍କୁ ଇସ୍ରାଏଲ୍ ମୁକ୍ତ କରିବା ପାଇଁ ପ୍ର୍ରକିୟା ଆରମ୍ଭ କରିବା ପରେ ହମାସ୍ ଶନିବାର ଏହି ୪ ମହିଳା ଇସ୍ରାଏଲ ସୈନିକଙ୍କୁ ମୁକ୍ତ କରିଛି। ଏହି ୪ ଇସ୍ରାଏଲୀୟ ମହିଳା ସୈନିକଙ୍କୁ ମୁକ୍ତ କରିବା ପୂର୍ବରୁ ଗାଜା ସିଟିର ପାଲେଷ୍ଟାଇନ ଛକରେ ହମାସ ବନ୍ଧୁକଧାରୀ ଏବଂ ବହୁ ସଂଖ୍ୟକ ଲୋକ ଏକାଠି ହୋଇଥିଲେ। ପ୍ରକାଶ, ଏହାପୂର୍ବରୁ ହମାସ୍ ଗତ ୧୯ ତାରିଖରେ ଅନ୍ୟ ୩ ଇସ୍ରାଏଲୀ ମହିଳା ବନ୍ଧକଙ୍କୁ ମୁକ୍ତ କରିଥିଲା। ଏହି ୩ ମହିଳା ଇସ୍ରାଏଲୀୟ ନାଗରିକ ହେଲେ ରୋମି ଗୋନେନ, ଏମିଲି ଡାମରି ଏବଂ ଡୋରନ ଷ୍ଟାଇନବ୍ରେଚର।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking