16.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଜୟଶଙ୍କରଙ୍କ ବୟାନରେ ପାକ୍‌ରେ ହଙ୍ଗାମା

ଜୟଶଙ୍କରଙ୍କ ବୟାନରେ ପାକ୍‌ରେ ହଙ୍ଗାମା

ୱାଶିଂଟନ୍: ଭାରତ କେବେ ପାକିସ୍ତାନ ସହ ବ୍ୟବସାୟ ବନ୍ଦ କରିନଥିଲା  ବରଂ ନିଜେ ପାକିସ୍ତାନ ଏହା ଆରମ୍ଭ କରିଥିଲା । ଏହା କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର । ଯାହାକୁ ନେଇ ପାକିସ୍ତାନରେ ସୃଷ୍ଟି ହୋଇଛି ହଙ୍ଗାମା ଆଉ ତର୍କ ବିତର୍କ । ଜୟଶଙ୍କର କହିଥିଲେ ଭାରତ ତ ପାକିସ୍ତାନକୁ ମୋଷ୍ଟ ଫେବର୍ଡ ନେସନ ମାନ୍ୟତା ଦେଇଥିଲା । କିନ୍ତୁ ଭାରତକୁ ପାକିସ୍ତାନ ତରଫରୁ ଏପରି ମାନ୍ୟତା ପ୍ରଦାନ କରାଯାଇନି । ବାଶ୍‌ ଜୟଶଙ୍କରଙ୍କ ଏତିକି କଥାରେ ପାକିସ୍ତାନରେ ହଙ୍ଗାମା ମଚିଥିଲା । କଥା ଏତିକିରେ ସରିନଥିଲା ଜୟଶଙ୍କର ଆଗକୁ ଆହୁରି ମଧ୍ୟ କହିଥିଲେ ଯେ ଏପର୍ଯ୍ୟନ୍ତ ଭାରତ ପାକ୍‌ ସହ ବାଣିଜ୍ୟ କ୍ଷେତ୍ରରେ କୌଣସି ପଦକ୍ଷେପ ନେଇନାହିଁ କିମ୍ବା ପାକିସ୍ତାନ ପକ୍ଷରୁ ଏପରି କିଛି କରାଯାଇନାହିଁ ।  ଆମେରିକାର ଏକ ପ୍ରେସକନଫରେନ୍ସରେ ଜୟଶଙ୍କର ବାଣିଜ୍ୟବ୍ୟବସାୟ ବୟାନକୁ ନେଇ ପାକ୍‌ରେ ହଲଚଲ ମଚିଛି । ପୂର୍ବତନ ପାକିସ୍ତାନୀ କୂଟନୀତିଜ୍ଞ ଅବଦୁଲ ବାସିତ କହିଛନ୍ତି, ଭାରତର ବିଦେଶ ମନ୍ତ୍ରୀ ଯାହା କହିଛନ୍ତି ତାହା ସମ୍ପୂର୍ଣ୍ଣ ଠିକ୍‌ କଥା । ବହୁତ ବର୍ଷ ପୂର୍ବରୁ ଭାରତ ପାକିସ୍ତାନକୁ ମୋଷ୍ଟ ଫେବର୍ଡ ନେସନର ମାନ୍ୟତା ଦେଇଥିଲା । କିନ୍ତୁ ଆମର ଅର୍ଥବ୍ୟବସ୍ଥା ଖୁବ୍‌ ଛୋଟ ତେଣୁ ଭାରତକୁ  ମଧ୍ୟ ଏହି ମାନ୍ୟତା ଦେବା ପାଇଁ ଆମେ ଅସମର୍ଥ ଥିଲୁ । ଭାରତ- ପାକିସ୍ତାନର ବ୍ୟବସାୟକୁ ପାକିସ୍ତାନ ତରଫରୁ ପ୍ରଥମେ ବନ୍ଦ କରାଯାଇଥିଲା ଏହା  ସ୍ବିକାର କରିଥିଲେ ଅବଦୁଲ ବାସିତ ।  କିନ୍ତୁ ପରବର୍ତ୍ତୀ ମୂହୁର୍ତ୍ତରେ ସେ କହିଥିଲେ ୨୦୧୯ରେ ଯେତେବେଳେ ପୁଲୱାମା  ଆଟାକ ହୋଇଥିଲା ସେତେବେଳେ ଭାରତ ମୋଷ୍ଟ ଫେବର୍ଡ ନେସନର ମାନ୍ୟତା ପାକ୍‌ଠାରୁ ଛଡାଇନେଇଥିଲା । ଏଥିସହିତ ପାକ୍‌ର ଜିନିଷପତ୍ର ଉପରେ ୨୦୦ ପ୍ରତିଶତ ଟ୍ୟାକ୍ସ  ଲଗାଇଦେଇଥିଲା ଭାରତ।  ଯାହାଦ୍ବାରା ପାକ୍‌କୁ କ୍ଷତି ସହିବାକୁ ପଡିଥିଲା ବୋଲି କହିଥିଲେ ବାସିତ । ସେ ଆହୁରି ମଧ୍ୟ କହିଥିଲେ, ଭାରତ ଏକ ବଡ ଦେଶ  ତେଣୁ ଭାରତ ତରଫରୁ ପ୍ରଥମେ ବ୍ୟବସାୟ ଆରମ୍ଭ କରିବା  ପାଇଁ ପଦକ୍ଷେପ ନେବା ଉଚିତ୍‌ । ଏଥିସହିତ ମୋଷ୍ଟ ଫେବର୍ଡ ନେସନର ମାନ୍ୟତାକୁ ପୁନଃନିଯୁକ୍ତ କରିବା ଦରକାର । ଯଦି ଭାରତ ଚାହୁଁଛି ପାକିସ୍ତାନ ସହ ସମ୍ପର୍କ ସୁଧିରି ଯାଉ ତେବେ ଭାରତକୁ ଏପରି କରିବା ଦରକାର ବୋଲି ବାସିତ କହିଛନ୍ତି ।  ତେବେ ଏଥିରୁ ସ୍ପଷ୍ଟ  ଜଣାପଡୁଛି  ଭାରତ ସହ ବ୍ୟବସାୟ କରିବାକୁ ବ୍ୟାକୁଳ ହେଉଛି ପାକିସ୍ତାନ । ସେଥିପାଇଁ ତ ଅବଦୁଲ ବାସିତ କହିଥିଲେ ପ୍ରଥମେ  ବ୍ୟବସାୟ କ୍ଷେତ୍ରରେ ଭାରତ ପ୍ରଥମେ ପଦକ୍ଷେପ ନେଲେ ଭଲ ହୁଅନ୍ତା । ପାକ୍‌ର ଅର୍ଥନେତିକ ସ୍ଥିତ ବହୁତ ସାଙ୍ଘାତିକ । ଏପଟେ ଆମେରିକାରେ ଟ୍ରମ୍ପ ସରକାର ସମ୍ପୂର୍ଣ୍ଣ ଭାରତର ସହଯୋଗରେ ।  ଭାରତ ସହ ଆମେରିକା ସମ୍ପର୍କ ଆହୁରି ମଜଭୁତ ହେଉଛି  । ବୋଧ୍‌ ହୁଏ ଏହା ଦେଖି ଭିତଃସ୍ତତ ହେଉଛି ପାକିସ୍ତାନ । ସେଥିପାଇଁ ଜୟଶଙ୍କରଙ୍କର ବୟାନରେ ପାକ୍‌ରେ ବିତର୍କ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking