ଭୁବନେଶ୍ୱର: ଡ୍ରାଏ ଫ୍ରୁଟସ୍ ଖାଇବା ଅତ୍ୟନ୍ତ ସୁସ୍ଥ ବୋଲି ବିବେଚନା କରାଯାଏ, କିନ୍ତୁ ଏହା ସମସ୍ତଙ୍କ ପାଇଁ ସୁସ୍ଥ ନୁହେଁ । କିଛି ଲୋକ ଏହାକୁ ଏଡାଇବା ଆବଶ୍ୟକ । ଅନେକ ଲୋକ ଏସିଡିଟି, ଗ୍ୟାସ୍, ପେଟ ଯନ୍ତ୍ରଣା ଭଳି ପେଟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ମଧୁମେହ ରୋଗୀମାନେ ଖାଲି ପେଟରେ ଡ୍ରାଏ ଫ୍ରୁଟସ୍ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ । ଏହା କରିବା ଦ୍ୱାରା ସେମାନଙ୍କର ରକ୍ତରେ ଶର୍କରା ସ୍ତର ବଢିପାରେ । କିଛି ଲୋକଙ୍କୁ ଡ୍ରାଏ ଫ୍ରୁଟସ୍ ଏବଂ ବାଦାମରେ ଆଲର୍ଜି ହୋଇଥାଏ । ସେଥିପାଇଁ ଖାଇବା ପୂର୍ବରୁ ଥରେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ । ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ସେମାନେ ଡ୍ରାଏ ଫ୍ରୁଟସ୍ ନ ଖାଇବା ଉଚିତ୍ । କାରଣ ଏଥିରେ ଅଧିକ ପରିମାଣର କ୍ୟାଲୋରୀ ଥାଏ । ଯେଉଁମାନଙ୍କର ଚର୍ମ ଜାତୀୟ ସମସ୍ୟା ରହିଛି ସେମାନେ ମଧ୍ୟ ଡ୍ରାଏ ଫ୍ରୁଟସ୍ ଖାଇବା ଉଚିତ୍ ନୁହଁ । ଯଦି ଖାଇବାକୁ ଚାହାଁନ୍ତି ତେବେ ଅଳ୍ପ ପରିମାଣର ଖାଇପାରିବେ । ଯଦି ଅତ୍ୟଧିକ ଡ୍ରାଏ ଫ୍ରୁଟସ୍ ଖଆନ୍ତି ତେବେ ଦାନ୍ତ ପୋକ ହେବାର ସମ୍ଭାବନା ରହିଥାଏ, ତେଣୁ ଖାଇବାବେଳେ ଚୋବାଇ ଚୋବାଇ ଖାଇବା ଉଚିତ୍ । ଯେଉଁମାନେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ସେମାନଙ୍କ ପାଇଁ ଡାକ୍ତରମାନେ ଗୋଟିଏ ଦିନରେ ସର୍ବାଧିକ ୩୦ ରୁ ୪୦ ଗ୍ରାମ ଡ୍ରାଏ ଫ୍ରୁଟସ୍ ଖାଇବାକୁ ପରାମର୍ଶ ଦିଅନ୍ତି ।










