26.1 C
Bhubaneswar
Wednesday, March 25, 2026
Homeଓଡିଶାଫେବୃଆରୀ ୯ରେ ବାରବାଟୀରେ ଆୟୋଜିତ ହେବ ଭାରତ-ଇଂଲଣ୍ଡ ୱାନ୍‌ ଡେ ଇଣ୍ଟରନ୍ୟାସନାଲ୍ କ୍ରିକେଟ ମ୍ୟାଚ

ଫେବୃଆରୀ ୯ରେ ବାରବାଟୀରେ ଆୟୋଜିତ ହେବ ଭାରତ-ଇଂଲଣ୍ଡ ୱାନ୍‌ ଡେ ଇଣ୍ଟରନ୍ୟାସନାଲ୍ କ୍ରିକେଟ ମ୍ୟାଚ

ଆଜି ପ୍ରସ୍ତୁତି ବୈଠକରେ ସମସ୍ତ ପ୍ରସ୍ତୁତିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ

ଫେବୃଆରୀ ୨ ରୁ ଅନଲାଇନରେ ବିକ୍ରି ହେବ ୪୦୦୦ ଟିକେଟ

ଫେବୃଆରୀ ୫ ଓ ୬ରେ କାଉଣ୍ଟରେ ହେବ ଟିକେଟ ବିକ୍ରି

ଚଳିତ ବର୍ଷ ଫ୍ୟାନ୍‌ ପାର୍କର ବ୍ୟବସ୍ଥା ରହିବା ସହ ଷ୍ଟାଡିୟମ୍ ବାହାରେ ଓ କଟକର ବିଭିନ୍ନ ସ୍ଥାନରେ ଲେଇଡ଼ି ସ୍କ୍ରିନ ମାଧ୍ୟମରେ ମ୍ୟାଚକୁ ଉପଭୋଗ କରିପାରିବେ ଦର୍ଶକ

ଭୁବନେଶ୍ୱର : କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର। ଆସନ୍ତା ଫେବୃଆରୀ ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ ଠାରେ ଆୟୋଜିତ ହେବ ଭାରତ-ଇଂଲଣ୍ଡ ୱାନ୍‌ ଡ଼େ ଇଣ୍ଟରନ୍ୟାସନାଲ୍ କ୍ରିକେଟ ମ୍ୟାଚ।

ଉକ୍ତ କ୍ରିକେଟ ମ୍ୟାଚଟିର ସୁପରିଚାଳନା ନିମନ୍ତେ ଆଜି ଓଡ଼ିଶା କ୍ରିକେଟ ଆସୋସିଏସନର ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇଥିଲା। ବୈଠକରେ କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଅଧ୍ୟକ୍ଷତା କରି ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଥିଲେ।

ଆଜିର ବୈଠକରେ ଆଗାମୀ ଦିନରେ ହେବାକୁ ଥିବା ୱାନ୍‌ ଡେ ଇଣ୍ଟରନ୍ୟାସନାଲ୍ ମ୍ୟାଚଟି ଯେପରି ଓଡ଼ିଶା କ୍ରିକେଟ ଆସୋସିଏସନ, କଟକ ଜିଲ୍ଲା ପ୍ରଶାସନ, ପୋଲିସ ଅଧିକାରୀ ଏବଂ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କ ମଧ୍ୟରେ ସମନ୍ଵୟ ରଖାଯାଇ ସୂଚାରୁ ରୂପେ ସମ୍ପାଦନ କରାଯାଇପାରିବ ସେ ସମ୍ବନ୍ଧରେ ସବିସ୍ତୃତ ଆଲୋଚନା କରାଯାଇଥିଲା।

ଷ୍ଟାଡିୟମ୍ ରେ ମ୍ୟାଚ ଅନୁଷ୍ଠିତ ହେଉଥିବା ବେଳେ ସମସ୍ତ ଖେଳାଳୀ, ଦର୍ଶକ ଏବଂ ଅଂଶୀଦାର ମାନଙ୍କର ସୁରକ୍ଷା ବ୍ୟବସ୍ଥାକୁ ବିଶେଷ ଭାବରେ ଧ୍ୟାନ ଦିଆଯିବ। ଏଥିସହିତ ମ୍ୟାଚର ଟିକେଟକୁ ଦର୍ଶକମାନଙ୍କ ପାଇଁ ସୁଲଭ ଦରରେ ବିକ୍ରି କରାଯିବା ସହିତ ଟିକେଟ ବିକ୍ରିର ସମସ୍ତ ପ୍ରକ୍ରିୟାକୁ ଯେପରି ସ୍ୱଚ୍ଛଳ ଭାବେ ନିରୂପଣ କରାଯିବ ସେ ସମ୍ବନ୍ଧରେ ବୈଠକରେ ଆଲୋଚନା କରାଯାଇଥିଲା।

କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ଆସନ୍ତା ଫେବୃଆରୀ ୯ ତାରିଖରେ କଟକ ସ୍ଥିତ ବାରବାଟୀ ଷ୍ଟାଡିୟମ ଠାରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୱାନ୍‌ ଡ଼େ ଇଣ୍ଟରନ୍ୟାସନାଲ୍ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେବ। ଏହା ନିଶ୍ଚିତ ରୂପେ ସମସ୍ତ କ୍ରୀଡ଼ାପ୍ରେମୀମାନଙ୍କ ପାଇଁ ଖୁସି ଖବର। ଫେବୃଆରୀ ୨ ତାରିଖରୁ ଅନଲାଇନ ମୋଡ଼ରେ ଏବଂ ଫେବୃଆରୀ ୫ ଓ ୬ ତାରିଖରେ ଅଫଲାଇନ ମୋଡ଼ ଅର୍ଥାତ ଟିକେଟ କାଉଣ୍ଟରରେ ଟିକେଟ ବିକ୍ରି କରାଯିବ। ଅନଲାଇନ ମୋଡ଼ରେ ୪୦୦୦ ଟିକେଟ ବିକ୍ରି ହେବାର ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ଫ୍ୟାନ ପାର୍କର ବ୍ୟବସ୍ଥା କରାଯିବା ସହ ଷ୍ଟାଡିୟମ ବାହାରେ ଓ କଟକର ବିଭିନ୍ନ ସ୍ଥାନରେ ଏଲ. ଇ. ଡ଼ି ସ୍କ୍ରିନ ମାଧ୍ୟମରେ ମଧ୍ୟ ଦର୍ଶକମାନେ ମ୍ୟାଚକୁ ଉପଭୋଗ କରିପାରିବେ।

ଚଳିତ ବର୍ଷ ସାଧାରଣ ଦର୍ଶକମାନେ ସୁଲଭ ମୂଲ୍ୟରେ ଟିକେଟ କ୍ରୟ କରି ଯେପରି ମ୍ୟାଚଟିକୁ ଉପଭୋଗ କରିପାରିବେ ସେ ଦିଗରେ ଧ୍ୟାନ ଦିଆ ଯିବା ସହ ଆଗାମୀ ଦିନରେ ହେବାକୁ ଥିବା ଟିକେଟ ବିକ୍ରିର ସମ୍ପୂର୍ଣ୍ଣ ପ୍ରକିୟାକୁ ସ୍ବଚ୍ଛଳ ଭାବେ ନିରୂପଣ କରାଯିବ ବୋଲି କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂରଜ ମତପ୍ରକାଶ କରିଛନ୍ତି।

ଏଥିସହ କ୍ରୀଡ଼ାମନ୍ତ୍ରୀ କହିଛନ୍ତି ଯେ, ମ୍ୟାଚରେ ଦର୍ଶକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସମସ୍ତ ଖେଳାଳୀ ଓ ଦର୍ଶକଙ୍କ ସୁରକ୍ଷା ଠାରୁ ଆରମ୍ଭ କରି ପାନୀୟ ଜଳ ବ୍ୟବସ୍ଥା, ସ୍ୱଚ୍ଛତା, ପୋଲିସ ଫୋର୍ସ ମୁତୟନ କରିବା ଏବଂ ସମସ୍ତ ପ୍ରଶାସନିକ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯିବ। ସମସ୍ତ ବ୍ୟବସ୍ଥାକୁ ତଦାରଖ କରିବା ପାଇଁ ଇଣ୍ଟିଗ୍ରେଟେଡ଼ କଣ୍ଟ୍ରୋଲ ରୁମ୍ ମଧ୍ୟ ରହିବ।

ଏଥିସହିତ ମ୍ୟାଚ ଦେଖିବାକୁ ଆସୁଥିବା, ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତିବିଶେଷମାନଙ୍କର ବସିବା ପାଇଁ ଲେଜେଣ୍ଡ୍ରି ବକ୍ସର ବ୍ୟବସ୍ଥା ମଧ୍ୟ କରାଯାଇଛି।

ଓଡ଼ିଶା କ୍ରିକେଟ ଆସୋସିଏସନର ସେକ୍ରେଟାରୀ ଶ୍ରୀ ସଞ୍ଜୟ ବେହେରା କହିଛନ୍ତି ଯେ, ଆଗାମୀ ଦିନରେ ହେବାକୁ ଥିବା ୱାନ ଡ଼େ ଇଣ୍ଟର ନ୍ୟାସନାଲ ମ୍ୟାଚଟି ଯେପରି ଶାନ୍ତି ଓ ଶୃଙ୍ଖଳାର ସହ ପରିଚାଳିତ ହେବ ସେ ଦିଗରେ ଆମେ ସମସ୍ତ ପଦକ୍ଷେପ ନେଇଛୁ। ଚଳିତ ବର୍ଷ ଦର୍ଶକଙ୍କ ପାଇଁ ମ୍ୟାଚର ସର୍ବନିମ୍ନ ଟିକେଟ ମୂଲ୍ୟ ୭୦୦ ଟଙ୍କା ରହିଥିବା ବେଳେ, ସର୍ବମୋଟ ୬ ଟି କାଉଣ୍ଟରରେ ଟିକେଟ ବିକ୍ରି କରାଯିବାର ବ୍ୟବସ୍ଥା ରହିଛି। ସମସ୍ତ କ୍ରୀଡ଼ାପ୍ରେମୀମାନେ ଷ୍ଟାଡିୟମରେ ମ୍ୟାଚକୁ ଉପଭୋଗ କରିବେ ବୋଲି ଆମେ ଆଶା କରୁଛୁ।

ଆଜିର ପ୍ରସ୍ତୁତି ବୈଠକରେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ, କଟକ ଚୌଦାର ବିଧାୟକ ଶ୍ରୀ ସୌଭିକ ବିଶ୍ୱାଳ, କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, ବାଙ୍କୀ ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ, କଟକ ମେୟର ଶ୍ରୀ ସୁବାଷ ଚନ୍ଦ୍ର ସିଂ, ଓଡ଼ିଶା କ୍ରିକେଟ ଆସୋସିଏସନର ସେକ୍ରେଟାରୀ ଶ୍ରୀ ସଞ୍ଜୟ ବେହେରା, କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉ ସାହେବ ସିନ୍ଦେ, କ୍ରୀଡ଼ା ଓ ଯୁବସେବା ବିଭାଗର ନିର୍ଦେଶକ ତଥା ହକି ପ୍ରମୋସନ କାଉନସିଲ ଓଡ଼ିଶାର ସିଇଓ ଶ୍ରୀ ଦୀପଙ୍କର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking