26.1 C
Bhubaneswar
Tuesday, March 24, 2026
Homeଓଡିଶାବିକାଶ ଓ କଲ୍ୟାଣ ଉପରେ ଫୋକସ ରହିବ : ମୁଖ୍ୟମନ୍ତ୍ରୀ

ବିକାଶ ଓ କଲ୍ୟାଣ ଉପରେ ଫୋକସ ରହିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତ ବର୍ଷ ପରି ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟାକୁ ଲୋକାଭିମୁଖୀ କରିବା ପାଇଁ ଆମ ସରକାର ପ୍ରେସ୍ ଇସ୍ତାହାର ମାଧ୍ୟମରେ ଜନସାଧାରଣଙ୍କଠାରୁ ବହୁମୂଲ୍ୟ ମତାମତ ଆହ୍ୱାନ କରିଛନ୍ତି । ବିଭିନ୍ନ ମାଧ୍ୟମରେ ଆସୁଥିବା ଏହି ପରାମର୍ଶ ଗୁଡିକୁ ଅନୁଧ୍ୟାନ ଓ ତର୍ଜମା କରି ଚଳିତ ବଜେଟ୍ ରେ ସ୍ଥାନୀତ କରାଯିବା ପାଇଁ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଆଜି ଲୋକସେବା ଭବନ କନଭେନସନ ସେଣ୍ଟର ଠାରେ ଆୟୋଜିତ ପ୍ରାକ୍ ବଜେଟ୍ ଆଲୋଚନା ବୈଠକରେ ମୁଖ୍ୟମନ୍ତ୍ରୀ ବିଶେଷଜ୍ଞ, ନାଗରିକ ସମାଜ ଓ ବିଭିନ୍ନ କ୍ଷେତ୍ରର ପ୍ରତିନିଧିଙ୍କ ସହିତ ପ୍ରାକ୍ ବଜେଟ୍ ପରାମର୍ଶ ଆଲୋଚନା କରିଛନ୍ତି ।

ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ଏବଂ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ ଶ୍ରୀ ପ୍ରଫୁଲ ଚନ୍ଦ୍ର ଘଡାଇ, ଶ୍ରୀ ପଞ୍ଚାନନ କାନୁନଗୋ, ଶ୍ରୀ ଶଶୀଭୂଷଣ ବେହେରା, ଶ୍ରୀ ନିରଞ୍ଜନ ପୂଜାରୀ, ପୂର୍ବତନ ଅର୍ଥ ସଚିବ ଶ୍ରୀ ରବି ନାରାୟଣ ସେନାପତି, ଶ୍ରୀ ଉପେନ୍ଦ୍ର ନାଥ ବେହେରା, ବରିଷ୍ଠ ରାଜନେତା ଶ୍ରୀ ସମୀର ମହାନ୍ତି, ଶ୍ରୀ ସଜ୍ଜନ ଶର୍ମା ପ୍ରମୁଖ ବିଭିନ୍ନ କ୍ଷେତ୍ରର ପ୍ରାୟ 24 ଜଣ ବିଶିଷ୍ଠ ବ୍ୟକ୍ତି ବଜେଟ୍ ସଂକ୍ରାନ୍ତୀୟ ସେମାନଙ୍କର ସୁଚିନ୍ତିତ ମତାମତ ଦେଇଥିଲେ । ବୈଠକ ପରେ ଗଣମାଧ୍ୟମକୁ ନିଜର ବିବୃତ୍ତି ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚଳିତ ବର୍ଷର ବଜେଟ୍ କିପରି ଲୋକାଭିମୁଖୀ ହୋଇପାରିବ ସେ ନେଇ ବୈଠକରେ ସମସ୍ତେ ନିଜର ବହୁମୂଲ୍ୟ ମତାମତ ଦେଇଛନ୍ତି। ଏ ବାବଦରେ ସାଧାରଣ ଲୋକ ଜାନୁଆରୀ 31 ତାରିଖ ସୁଦ୍ଧା ଇ-ମେଲ ଓ ହ୍ୱାଟସ ଅପ୍, ୱେବ୍ ପୋର୍ଟାଲ ମାଧ୍ୟମରେ ସେମାନଙ୍କ ମତାମତ ଦେବା ପାଇଁ ବ୍ୟବସ୍ଥା କରାଯାଇଛି ।

ଲୋକଙ୍କ ସରକାରରେ ଲୋକଙ୍କ ମତାମତକୁ ଗୁରୁତ୍ୱ ଦିଆଯିବ ଏବଂ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଯୋଜନା ପ୍ରସ୍ତୁତ କରାଯିବ । ବିଶେଷ କରି ବଜେଟ୍ ରେ ଗ୍ରାମାଞ୍ଚଳବାସୀ ଓ ଅର୍ଥନୈତିକ ଅନଗ୍ରସର ଲୋକମାନଙ୍କୁ ଫୋକସ କରାଯାଉଛି । ଏଥି ସହିତ ରାଜସ୍ୱ ବୃଦ୍ଧି, ଆଇ.ଟି, ସେମିକଣ୍ଡକ୍ଟର, ପେଟ୍ରୋକେମିକାଲ, ଷ୍ଟିଲ, ଅକ୍ଷୟ ଶକ୍ତି, ଟେକ୍ସଟାଇଲ, ଆଗ୍ରୋ ଇଣ୍ଡଷ୍ଟ୍ରି ଭଳି ଶିଳ୍ପ ସହିତ ପର୍ଯ୍ୟଟନକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । କୃଷକ ମାନଙ୍କ ଆୟ ବୃଦ୍ଧି ସହିତ ଶୀତଳ ଭଣ୍ଡାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଗ୍ରାମାଞ୍ଚଳରେ ରୋଜଗାର ବୃଦ୍ଧି ସହିତ ଭିତ୍ତିଭୂମି ସୁଦୃଢ ପାଇଁ ବିକଶିତ ଗାଁ, ବିକଶିତ ଓଡିଶା କାର୍ଯ୍ୟକାରୀ କରାଯିବ । ନିଯୁକ୍ତି କ୍ଷେତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି, ବର୍ତ୍ତମାନ ସୁଦ୍ଧା 20 ହଜାର ନିଯୁକ୍ତି ଦିଆସରିଛି, ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା 40 ହଜାର ନିଯୁକ୍ତି ଦିଆଯିବ । 2025-26 ଆର୍ଥିକ ବର୍ଷ ଶେଷ ସୁଦ୍ଧା ଆମ ସରକାର 65 ହଜାର ନିଯୁକ୍ତି ଦେବାର ଲକ୍ଷ୍ୟ ରଖିଛନ୍ତି । ଶିଳ୍ପ କ୍ଷେତ୍ରରେ ବର୍ତ୍ତମାନ ସୁଦ୍ଧା ଅଢେଇ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ଅନୁମୋଦନ କରାଯାଇଛି, ଯାହା ଦ୍ୱାରା 1 ଲକ୍ଷ 10 ହଜାର ନିଯୁକ୍ତି ସୃଷ୍ଟି ହେବ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବଜେଟ୍ ପାଇଁ ଯେଉଁ ମତାମତ ଆସିଛି ତନ୍ମଧ୍ୟରୁ ଲୋକ ହିତକାରୀ ମତାମତ ଗୁଡିକୁ ଫିସକାଲ ରେସ୍ପନ୍ସ ଟିମ୍ ଗୁରୁତ୍ୱ ଦେବ ଏବଂ ଏହି ବଜେଟ୍ ସମୃଦ୍ଧ ଓଡିଶା ଗଠନ ପାଇଁ ନିଶ୍ଚିତ ଭାବେ ଏକ ପୂର୍ଣ୍ଣାଙ୍ଗ ରୂପରେ ଆସିବ ବୋଲି ସେ କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking