32.1 C
Bhubaneswar
Sunday, March 29, 2026
Homeଦେଶ ବିଦେଶପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଠାରେ ଦୀର୍ଘକାଳୀନ କୋଭିଡ୍ ହେବା ଆଶଙ୍କା ୩୧% ଅଧିକ:ରିପୋର୍ଟ

ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଠାରେ ଦୀର୍ଘକାଳୀନ କୋଭିଡ୍ ହେବା ଆଶଙ୍କା ୩୧% ଅଧିକ:ରିପୋର୍ଟ

ନୂଆଦିଲ୍ଲୀ: ପୁରୁଷମାନଙ୍କ ତୁଳନାରେ ମହିଳା(ବିଶେଷକରି ୪୦ରୁ ୫୫ ବର୍ଷୀୟା)ଙ୍କ ଠାରେ ଦୀର୍ଘକାଳୀନ କରୋନା ବା କୋଭିଡ୍ ସଂକ୍ରମଣ ହେବା ଆଶଙ୍କା ପ୍ରାୟ ୩୧% ଅଧିକ ରହିଛି। ଏକ ଗବେଷଣାଭିତ୍ତିକ ରିପୋର୍ଟରୁ ଏଭଳି ଏକ ତଥ୍ୟ ସାମ୍ନାକୁ ଆସିଛି। ଏହି ଅଧ୍ୟୟନ କୋଭିଡ୍ ସଂକ୍ରମଣଜନିକ ରିସ୍କ ଫ୍ୟାକ୍ଟରଗୁଡ଼ିକୁ ଚିହ୍ନଟ କରିବାରେ ସାହାଯ୍ୟ କରିବା ସହ ଏହାର ଚିକିତ୍ସା ଏବଂ ପ୍ରତିରୋଧକ ଦିଗରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

ଦି ଜର୍ଣ୍ଣାଲ୍ ଅଫ୍ ଆମେରିକୀୟ ମେଡିକାଲ୍ ଆସୋସିଏସନ୍ (ଜାମା) ନେଟୱାର୍କ ଓପନ୍‌ରେ ପ୍ରକାଶିତ ରିପୋର୍ଟ ଅନୁସାରେ ‘ରିକଭର’ ଟ୍ରାଏଲ୍ସ ଫଳାଫଳରୁ ଋତୁସ୍ରାବକାଳୀନ ମହିଳାଙ୍କ ମଧ୍ୟରେ ଦୀର୍ଘକାଳୀନ କୋଭିଡ୍ ବିପଦ ୪୨% ରହୁଥିବା ବେଳେ ଋତୁସ୍ରାବ ନଥିବା ମହିଳାମାନଙ୍କ ଠାରେ ଏହା ୪୫% ରହୁଛି। ତେବେ ଏସମସ୍ତ ମହିଳାଙ୍କ ବୟସ ୪୦ରୁ ୫୫ ବର୍ଷ ମଧ୍ୟରେ ରହିଥିବା ବେଳେ ଏହି ଆଶଙ୍କା ରହୁଛି। ଆମେରିକାର ଟେକ୍ସାସ୍ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ନେତୃତ୍ୱରେ ଅନୁସନ୍ଧାନକାରୀମାନେ ୧୨,୨୦୦ ରୁ ଅଧିକ ଲୋକଙ୍କୁ (୭୩% ମହିଳା) ଅନୁଧ୍ୟାନ କରିଥିଲେ, ଯେଉଁମାନେ ଅତି କମ୍‌ରେ କୋଭିଡ୍ ସଂକ୍ରମଣର ୬ ମାସ ପରେ ପ୍ରଥମ ଅଧ୍ୟୟନ ପରିଦର୍ଶନରେ ପ୍ରଶ୍ନପତ୍ରର ଉତ୍ତର ଦେବାବେଳେ ସେମାନଙ୍କର ଲକ୍ଷଣ ବିଷୟରେ ଜଣାଇଥିଲେ। ଗବେଷଣାରେ ମୁଖ୍ୟତଃ ଅକ୍ଟୋବର ୨୦୨୧ରୁ ଜୁଲାଇ ୨୦୨୪ ମଧ୍ୟରେ ମହିଳାମାନେ ସାମିଲ ହୋଇଥିଲେ। ସେହିପରି ଏହି ପରୀକ୍ଷଣରୁ ୧୮-୩୯ ବର୍ଷ ବୟସର ମହିଳାଙ୍କ ଠାରେ ଦୀର୍ଘକାଳୀନ କୋଭିଡ୍ ସଂକ୍ରମଣ ଆଶଙ୍କା ପ୍ରାୟ ୩୧% ଅଧିକ ରହିଥିବା ଜଣାପଡିଛି। ଯେତେବେଳେ କି ଏମାନେ ଜାତି, ବର୍ଣ୍ଣ, କୋଭିଡ ପ୍ରକାର ଏବଂ ଭାଇରାଲ ସଂକ୍ରମଣର ଗମ୍ଭୀରତା ସମ୍ପର୍କରେ ସମ୍ପୂର୍ଣ୍ଣ ବେଖାତିର ମନୋଭାବ ରଖୁଥିଲେ।

ମେଡିସିନ୍ ପ୍ରଫେସର ତଥା ଟେକ୍ସାସ୍ ସ୍କୁଲ୍ ଅଫ୍ ମେଡିସିନ୍ ବିଭାଗରେ ସଂକ୍ରାମକ ରୋଗର ବିଭାଗୀୟ ମୁଖ୍ୟ ଅନୁସନ୍ଧାନକାରୀ ଥୋମାସ୍ ପାଟରସନଙ୍କ ଅନୁଯାୟୀ, ଦୀର୍ଘକାଳୀନ କୋଭିଡ୍ ସଂକ୍ରମଣ କ୍ଷେତ୍ରରେ ଲିଙ୍ଗ-ନିର୍ଦ୍ଦିଷ୍ଟ ପାର୍ଥକ୍ୟରେ ସହାୟକ ହେଉଥିବା ଜୈବିକ ପ୍ରକ୍ରିୟାଗୁଡ଼ିକୁ ଚିହ୍ନଟ କରିବାର ଆବଶ୍ୟକତା ରହିଛି ଯାହା ଲକ୍ଷ୍ୟ ରଖାଯାଇଥିବା ଔଷର ବିକାଶ ତଥା ସ୍ଥିତିର ପରିଚାଳନାରେ ଉନ୍ନତି ଆଣିପାରେ। ଟେକ୍ସାସ ବିଶ୍ୱବିଦ୍ୟାଳୟର ଜନସଂଖ୍ୟା ସ୍ୱାସ୍ଥ୍ୟ ବିଜ୍ଞାନର ସହକାରୀ ପ୍ରଫେସର ଡିମ୍ପି ଶାହ କହିଛନ୍ତି, “ଏହି ଅନୁସନ୍ଧାନ ସୂଚିତ କରେ ଯେ ରୋଗୀ ଏବଂ ସ୍ୱାସ୍ଥ୍ୟ ସେବା ଦଳ ଦୀର୍ଘକାଳୀନ କୋଭିଡ୍‌ଜନିତ ବିପଦରେ ଥିବା ପାର୍ଥକ୍ୟକୁ ବିଚାର କରିବା ଉଚିତ୍‌। ଡିମ୍ପି ଶାହଙ୍କ କହିବାନୁସାରେ ଏହି ପାର୍ଥକ୍ୟ ବୁଝିବା ଦ୍ୱାରା ଆମକୁ ଦୀର୍ଘକାଳନୀ କୋଭିଡ୍ ରୋଗୀଙ୍କୁ ଚିହ୍ନଟ କରିବାରେ ଏବଂ ସେମାନଙ୍କୁ ଚିକିତ୍ସା କରିବାରେ ସାହାଯ୍ୟ କରିପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking