28.1 C
Bhubaneswar
Sunday, March 29, 2026
Homeଦେଶ ବିଦେଶ୫ ବର୍ଷରେ ଦିଲ୍ଲୀରୁ ବେକାରି ହଟିବ: କେଜ୍ରିୱାଲ୍‌

୫ ବର୍ଷରେ ଦିଲ୍ଲୀରୁ ବେକାରି ହଟିବ: କେଜ୍ରିୱାଲ୍‌

ନୂଆଦିଲ୍ଲୀ: ଦିଲ୍ଳୀ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଶାସକ ଦଳର ଫ୍ରିବିଜ୍ ଘୋଷଣା ଏପର୍ଯ୍ୟନ୍ତ ଜାରି ରହିଛି। ଗୁରୁବାର ଶାସକ ଦଳ ଆମ୍ ଆଦମୀ ପାର୍ଟି (ଆପ୍‌)ର ରାଷ୍ଟ୍ରୀୟ ଆବାହକ ତଥା ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆସନ୍ତା ୫ ବର୍ଷ ମଧ୍ୟରେ ଦିଲ୍ଲୀରୁ ବେକାରି ସମସ୍ୟା ଦୂର କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଯୁବବର୍ଗଙ୍କୁ ରୋଜଗାର ଯୋଗାଇବା ତାଙ୍କ ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ହେବ ବୋଲି ସେ କହିଛନ୍ତି। ପ୍ରକାଶ, ଦିଲ୍ଲୀ ବିଧାନସଭା ନିର୍ବାଚନ ଲାଗି ପ୍ରଚାର ଏବେ ଜୋରସୋରରେ ଚାଲିଛି। ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ଦଳର ନେତାମାନେ ବିଭିନ୍ନ ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ଆମ୍ ଆଦମୀ ପାର୍ଟି (ଆପ୍‌) ପକ୍ଷରୁ ଦିଲ୍ଲୀର ପ୍ରାୟ ସବୁବର୍ଗର ହିତାଧିକାରୀଙ୍କ ପାଇଁ ଅନେକ ବଡ଼ବଡ଼ ଘୋଷଣା ହୋଇସାରିଥିବା ସତ୍ତ୍ୱେ କେଜ୍ରିୱାଲ୍ ଆଜି ଆଗାମୀ ୫ ବର୍ଷ ମଧ୍ୟରେ ଦିଲ୍ଲୀରୁ ବେରୋଜଗାରୀ ସମସ୍ୟା ଶେଷ କରିବା ଭଳି ପ୍ରତିଶ୍ରୁତି ଦେଇଛନ୍ତି। କେଜ୍ରିୱାଲ ଏକ ଭିଡିଓ ବାର୍ତ୍ତାରେ ରୋଜଗାର ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଛନ୍ତି। ବେକାରୀ ସମସ୍ୟାର ସମାଧାନ ପାଇଁ ଆମ ଟିମ୍ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରୁଛି ବୋଲି ସେ କହିଛନ୍ତି। କେଜ୍ରିୱାଲ କହିଛନ୍ତି, ପଞ୍ଜାବର ଆପ୍ ସରକାର ୨ ବର୍ଷରୁ କମ୍ ସମୟ ମଧ୍ୟରେ ୪୮,୦୦୦ ସରକାରୀ ଚାକିରି ପ୍ରଦାନ କରିଛନ୍ତି ଏବଂ ଯୁବବର୍ଗଙ୍କ ପାଇଁ ୩ ଲକ୍ଷରୁ ଅଧିକ ଘରୋଇ କ୍ଷେତ୍ରର ଚାକିରିରେ ସାହାଯ୍ୟ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking