18.1 C
Bhubaneswar
Thursday, February 12, 2026
Homeଓଡିଶାସ୍କୁଲ ବସରେ ଛାତ୍ରୀଙ୍କୁ ଦୁଷ୍କର୍ମ

ସ୍କୁଲ ବସରେ ଛାତ୍ରୀଙ୍କୁ ଦୁଷ୍କର୍ମ

ବାଲେଶ୍ୱର: ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା  ଅଧୀନ ସମ୍ବଲପୁରର  ଏକ ଇଂରାଜୀ  ମାଧ୍ୟମ  ବିଦ୍ୟାଳୟର ଚତୁର୍ଥ  ଶ୍ରେଣୀ ସ୍କୁଲ ଛାତ୍ରୀକୁ ସ୍କୁଲ ବସରେ ଅସଦାଚାରଣ କରାଯାଇଛି । ସ୍କୁଲକୁ ଯାଉଥିବା ସମୟରେ  ବସର କର୍ମଚାରୀ   ଅସଦାଚରଣ  କରିଥିବା ନେଇ ପରିବାର ପକ୍ଷରୁ   ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ ।   ଗତ ୨୦ ତାରିଖରେ ଏହି ଘଟଣା ଘଟିଥିଲା। ଛାତ୍ରୀଜଣକ ବାପାମା’ଙ୍କ ନିକଟରେ ଏ ବିଷୟରେ ଜଣାଇଥିଲେ। ପରିବାରବର୍ଗ ପ୍ରଥମେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ଏବଂ ଆବଶ୍ୟକ ପଡ଼ିଲେ ଥାନାର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି। ସେପଟେ ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ବସ୍ କର୍ମଚାରୀଙ୍କୁ ନିଲମ୍ବିତ କରିବା ସହ ଘଟଣା ନେଇ ତଦନ୍ତ କରାଯାଇଥିବା ସଫେଇ ଦେଇଛନ୍ତି। ତେବେ ଏହି ଘଟଣା ପରେ ଏବେ ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ଯାତ୍ରା ନେଇ ଅଭିଭାବକ ମହଲ ଚିନ୍ତିତ ହୋଇପଡ଼ିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking