ଭୁବନେଶ୍ୱର : ଶ୍ରୀମନ୍ଦିର ବାହାରେ ୱାଚ ଟାୱାର ଲଗାଇବାକୁ ସରକାରଙ୍କର ଚିନ୍ତା ବଢିଛି । ଏନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି କହିଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏହାଦ୍ୱାରା ଡ୍ରୋନ କେଉଁଠୁ ଆସୁଛି , ଉଚ୍ଚତାରୁ ନୀରୀକ୍ଷଣ କରିହେବ । ଗର୍ଭଗୃହ ଫଟୋ ଭାଇରାଲ ଘଟଣାର ତଦନ୍ତ ଚାଲିଛି । ଯିଏ ବି ଏଥିରେ ସମ୍ପୃକ୍ତ ଅଛି ବା ଏହା କରିଛି ତା ବିରୋଧରେ କାଯ୍ୟାନୁଷ୍ଠାନ ହେବ । ଚାରି ଦୁଆରରରେ ସିସିଟିଭି ଜରିଆରେ କଡା ଚେକିଂ ହେଉଛି ।