ପାଟନା : ବିହାରରେ ବିହାର ଭିଜିଲାନ୍ସ ଟିମ ଆଜି ସକାଳୁ ଜିଲ୍ଲା ଶିକ୍ଷା ଅଧିକାରୀ ରଜନୀକାନ୍ତ ପ୍ରବୀଣ ଙ୍କ ବାସଭବନ ସମେତ ଅନେକ ସ୍ଥାନରେ ଚଢାଉ କରିଛି । ଚାରୋଟି ଭିଜିଲାନ୍ସ ଟିମ ସାମିଲ ହୋଇ ତାଙ୍କ ଘରେ ଚଢାଉ କରିଛନ୍ତି । ବିହାର ସ୍ପେଶାଲ ସର୍ଭିଲାନ୍ସ ୟୁନିଟର ଏଡିଜି ପଙ୍କଜ କୁମାର ଦାରାଦଙ୍କ ନିର୍ଦ୍ଦେଶରେ ଏହି ଆକ୍ରମଣ କରାଯାଉଛି । ଭିଜିଲାନ୍ସ ଟିମ ନଗଦ ଟଙ୍କାକୁ ଗଣିବା ପାଇଁ ମେସିନ ଆଣିଥିଲା । କୋଟି କୋଟି ନଗଦ ଟଙ୍କାର ଜବତ ସହ ବିଭିନ୍ନ ଡକ୍ୟୁମେଣ୍ଟ ମଧ୍ୟ ଜବତ କରିଛନ୍ତି । ୩ ବର୍ଷ ଧରି ଜିଲ୍ଲା ଶିକ୍ଷା ଅଧିକାରୀ ରଜନୀକାନ୍ତ ପ୍ରବୀଣ ବେଟିଆରେ କାଯ୍ୟକରି ଆସୁଛନ୍ତି । ତାଙ୍କ ଘରୁ ୧.୮୭ କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଚିହ୍ନଟ ହୋଇଛି । ବିହାର ରାଜ୍ୟ ଶିକ୍ଷା ବିଭାଗର ୪୫ ତମ ବ୍ୟାଚ ଅଧିକାରୀ ।