15.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶଟ୍ରମ୍ପ ଶାସନରେ ତଡା ଖାଇବେ ୨୦ ହଜାର ଭାରତୀୟ

ଟ୍ରମ୍ପ ଶାସନରେ ତଡା ଖାଇବେ ୨୦ ହଜାର ଭାରତୀୟ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ, କଠୋର ପ୍ରବାସନ ନୀତିର କାର୍ଯ୍ୟକରିତା ଆରମ୍ଭ କରିଛନ୍ତି। ଟ୍ରମ୍ପ ଶାସନରେ ତଡା ଖାଇବେ ଭାରତୀୟ । ଏହି କଠୋର ନୀତିର ଅଧୀନରେ ପ୍ରାୟ ୨୦ ହଜାର ଭାରତୀୟ ଅସୁବିଧାରେ ପଡିଛନ୍ତି । ଆମେରିକା କହିବା ଅନୁସାରେ ସେମାନଙ୍କ ପାଖରେ ଆମେରିକାରେ ରହିବାକୁ ଭାଲିଡ଼ କାଗଜପତ୍ର ନାହିଁ । ଯାହାଫଳରେ ସେମାନଙ୍କୁ ଭାରତକୁ ପଠାଇ ଦିଆଯିବ । ଆମେରିକା ଏହି ୨୦ ହଜାର ଭାରତୀୟଙ୍କ ନାଁ ଡିପୋର୍ଟେସନ ତାଲିକାରେ ରଖିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶାସନକୁ ଆସିବା ପରେ , ବେଆଇନ ପ୍ରବାସୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଆମେରିକାରେ ଥିବା ବେଆଇନ ଅପ୍ରବାସୀ , ଯାହା ପାଖେ ‘କାଗଜ’, ଅର୍ଥାତ୍ ଭିସା ଦସ୍ତାବେଜ ସମ୍ପୂର୍ଣ୍ଣ ନାହିଁ ସେମାନେ ଭୟଭୀତ ଅଛନ୍ତି । ଏଥିଯୋଗୁଁ ଅପ୍ରବାସୀ ମାନେ ଆଇନ ବିକଳ୍ପର ଆଶ୍ରୟ ନେବାକୁ ଚେଷ୍ଟା କରୁଛନ୍ତି। ଏହାକୁ ନେଇ ଭାରତରେ ଚିନ୍ତା ବଢ଼ିଛି। ଆମେରିକା ପ୍ରଶାସନ ତିଆରି କରିଥିବା ଦସ୍ତାବେଜ ଅନୁସାରେ ଆମେରିକାରେ ଥିବା ଭାରତୀୟଙ୍କ ମଧ୍ୟରୁ ପ୍ରାୟ ୧୮ ହଜାର ଭାରତୀୟଙ୍କ ପାଖରେ ଆମେରିକାରେ ରହିବାକୁ ଭାଲିଡ଼ ଦସ୍ତାବେଜ ନାହିଁ । ଏଣୁ ଟ୍ରମ୍ପ ପ୍ରଶାସନ ସେମାନଙ୍କୁ ନୂଆଦିଲ୍ଲୀକୁ ପଠାଇଦେଇପାରେ । ଏହି ପରିସ୍ଥିତି ଏବେ ନୂଆଦିଲ୍ଲୀ ପାଇଁ ଚିନ୍ତାର କାରଣ ପାଲଟିଛି । ଆମେରିକାର ତଥ୍ୟ ଅନୁସାରେ ୟୁଏସ୍ ଇମିଗ୍ରେସନ ଏଣ୍ଡ କଷ୍ଟମ ଇନଫୋର୍ସମେଣ୍ଟ, ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ୨୦,୪୦୭ ଅପ୍ରବାସୀ ‘ବିନା ଦସ୍ତାବେଜ’ ବା ‘ଅଧୂରା ଦସ୍ତାବେଜ’ କରି ଆମେରିକାରେ ଥିଲେ । ଏହି ଅପ୍ରବାସୀ ଙ୍କ ଉପରେ ଟ୍ରମ୍ପ ପ୍ରଶାସନ କଡ଼ା ନଜର ରଖିଛି । ଏମାନଙ୍କ ପାଇଁ କେବେବି ‘ଫାଇନାଲ ରିମୁଭାଲ ଅର୍ଡର’ ଆସିପାରେ ବୋଲି ଆଶା କରାଯାଉଛି । ଏଥିମଧ୍ୟରୁ ୨,୪୬୭ ଭାରତୀୟ ଆମେରିକାର ଇମିଗ୍ରେସନ ଶିବିରରେ ବନ୍ଦ ଅଛନ୍ତି । ୧୭,୯୪୦ ଭାରତୀୟଙ୍କୁ ଆମେରିକା ‘ପେପରଲେସ’ ବୋଲି କହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking