19.1 C
Bhubaneswar
Friday, December 19, 2025
Homeଓଡିଶାପରିଚୟ ସଙ୍କଟରୁ ବର୍ତିବା ପାଇଁ କଂଗ୍ରେସ କରୁଛି ପ୍ରୟାସ: ଅଭିଳାଷ ପଣ୍ଡା

ପରିଚୟ ସଙ୍କଟରୁ ବର୍ତିବା ପାଇଁ କଂଗ୍ରେସ କରୁଛି ପ୍ରୟାସ: ଅଭିଳାଷ ପଣ୍ଡା

ଭୁବନେଶ୍ୱର : ଓଡ଼ିଶାରେ କଂଗ୍ରେସର ଶାଖାକୁ କେନ୍ଦ୍ରୀୟ କମିଟି ବନ୍ଦ କରି ଦେଇଛନ୍ତି । ଏଠାରେ କଂଗ୍ରେସର ନାଁ ଅଛି ସଙ୍ଗଠନ, ନାଁ ଅଛନ୍ତି ସଭାପତି, ନାଁ ଅଛି କୌଣସି କାର୍ଯ୍ୟକାରିଣୀ । ଗୋଟିଏ ବାକ୍ୟରେ କହିବାକୁ ଗଲେ ଓଡ଼ିଶାରେ କଂଗ୍ରେସ ସମ୍ପୂର୍ଣ୍ଣ ସ୍ଥାଣୁ ପାଲଟିଯାଇଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା କହିଛନ୍ତି ।
ଶ୍ରୀ ପଣ୍ଡା କହିଛନ୍ତି ଯେ, ପ୍ରଦେଶ କଂଗ୍ରେସ ପରି ତାଙ୍କ ଯୁବ କଂଗ୍ରେସ ଏବେ ସମ୍ପୂର୍ଣ୍ଣ ଦିଶାହୀନ । ସେମାନେ ଏବେବି ଯୁବକ ଓ ବରିଷ୍ଠ ମଧ୍ୟରେ ତାରତାମ୍ୟ ଜାଣିପାରୁନାହାନ୍ତି । ସେମାନଙ୍କ ପାଇଁ ରାହୁଲ ଗାନ୍ଧୀ ଏବେବି ଯୁବକ । ରାହୁଲ ଗାନ୍ଧୀଙ୍କୁ ପ୍ରତିଷ୍ଠିତ କରାଇବା ପାଇଁ କଂଗ୍ରେସ ଅନେକ ଯୁବନେତାଙ୍କ ତଂଟି ଚିପିଛି । ତାଙ୍କ ଦଳରେ ଆଉ ନୂଆପିଢ଼ି ମଧ୍ୟ ନାହାନ୍ତି । ପ୍ରଦେଶ କଂଗ୍ରେସ କମିଟିର ଗୋଷ୍ଠୀକନ୍ଦଳ ଏବେ ସାରା ଓଡ଼ିଶା ଦେଖୁଛି । ନିଜ ଦଳ ଭିତରେ ଥିବା ଅସନ୍ତୋଷକୁ ସେମାନେ ଏପର୍ଯ୍ୟନ୍ତ ସମାଧାନ କରିପାରୁ ନ ଥିବାବେଳେ ସମାବେଶ କରିବା ଅତ୍ୟନ୍ତ ହାସ୍ୟାସ୍ପଦ । ନିଜ ଦଳ ଭିତର ଅସନ୍ତୋଷକୁ ଜାହିର କରିବା, ପରିଚୟ ସଙ୍କଟରୁ ବର୍ତିବା ଓ ନିଜର ଅସ୍ଥିତ୍ୱ ଜାହିର କରିବା ପାଇଁ କଂଗ୍ରେସ ପକ୍ଷରୁ ଆଜି ସମାବେଶ କରାଯାଉଛି । ଏହି କାର୍ଯ୍ୟକ୍ରମ କେବଳ ନାମକୁ ମାତ୍ର କରାଯାଉଛି ବୋଲି ସେମାନଙ୍କ ହାତଗଣତି ସଂଖ୍ୟାରୁ ଜଣାପଡ଼ୁଛି । କଂଗ୍ରେସ ଆଗେ ନିଜେ ଜାଣିବା ଦରକାର ଯେ, ଦଳ ଆଉ ଓଡ଼ିଶାରେ କାମ କରିବ କି ନାହିଁ? ଯଦି କାମ କରିବ ତେବେ ଦଳର କିଏ କାର୍ଯ୍ୟକାରିଣୀ ସଦସ୍ୟ ହେବ, କିଏ ସଭାପତି ହେବ ଆଉ କେଉଁମାନେ ଅନ୍ୟାନ୍ୟ ଦାୟିତ୍ୱରେ ରହିବେ ସେନେଇ ନିଷ୍ପତି ନେବା ଆବଶ୍ୟକ । ଓଡ଼ିଶାରେ କଂଗ୍ରେସ ଦଳ ୫୫ ବର୍ଷ ଧରି କ୍ଷମତାସୀନ ଥିଲା । ଏହି ସମୟ ମଧ୍ୟରେ ସେମାନେ ଓଡ଼ିଶା ପାଇଁ ଯାହା କରିଥିଲେ, ମାତ୍ର ୫ବର୍ଷରେ ଓଡ଼ିଶାରେ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ତା’ଠାରୁ ଢ଼େର ଅଧିକା କାମ କରି ଦେଖାଇବ । ଏହାର ହିସାବ ଆଗାମୀ ସାଧାରଣ ନିର୍ବାଚନରେ ଲୋକେ କଂଗ୍ରେସକୁ ଦେଇଦେବେ । ମୁଣ୍ଡ ନ ଥିବା ଗଣ୍ଡି ଯେପରି କୌଣସି ନିର୍ଦ୍ଦେଶ ନ ପାଇ ଦିଶାହୀନ ହୋଇଯାଏ, ଶରୀରର ଅଙ୍ଗପ୍ରତ୍ୟଙ୍ଗମାନେ କ’ଣ କରିବେ ଆଉ ନ କରିବେ ତାହା ଜାଣିପାରନ୍ତି ନାହିଁ ଓଡ଼ିଶାରେ କଂଗ୍ରେସର ଅବସ୍ଥାରେ ଏବେ ସେହିପରି ହୋଇଯାଇଛି । ତେଣୁ ଓଡ଼ିଶା କଂଗ୍ରେସର କୌଣସି କାର୍ଯ୍ୟକ୍ରମକୁ ଗୁରୁତ୍ୱର ସହ ନେବା ଆବଶ୍ୟକ ନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking