23.1 C
Bhubaneswar
Wednesday, March 4, 2026
Homeଦେଶ ବିଦେଶସଞ୍ଜୟ ରାୟଙ୍କୁ ଆଜୀବନ ଜେଲ

ସଞ୍ଜୟ ରାୟଙ୍କୁ ଆଜୀବନ ଜେଲ

କୋଲକତା: କୋଲକତା ଡାକ୍ତିରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ କୋର୍ଟ ଦଣ୍ଡ ଶୁଣାଣ କରଛନ୍ତିି । ସଞ୍ଜୟ ରାୟଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଯାଇଛି । ସିଆଲଦା ସେସନ୍ସ କୋର୍ଟ ଦଣ୍ଡ ଶୁଣାଇଛି । ମୃତ୍ୟୁ ପର‌୍ୟନ୍ତ ଜେଲରେ ରହିବେ ସଞ୍ଜୟ ରାୟ । ୫୦ ହଜାର ଟଙ୍କାର ଜରିମାନା ଶୁଣାଇଲେ କୋର୍ଟ । ପୀଡ଼ିତାଙ୍କ ପରିବାରକୁ ୧୭ ଲକ୍ଷ ଟଙ୍କା ଦେବାକୁ ରାଜ୍ୟ ସରକାରଙ୍କୁ କୋର୍ଟଙ୍କ ନିର୍ଦେଶ ରହିଛି । ଗତ ୧୮ ତାରିଖରେ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ଏହା ବିରଳରୁ ବିରଳତମ ମାମଲା ନଥିବାରୁ ଆଜୀବନ କରାଦଣ୍ଡ ଦିଆଯାଇଛି   ା ଦଣ୍ଡାଦେଶ ଘୋଷଣା ବେଳେ ରହିଲେ ଜଷ୍ଟିସ ଅନିର୍ବାଣ ଦାସ । ୨୦୨୪ ଅଗଷ୍ଟ ୯କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଅତି ବିଭତ୍ସ ଭାବେ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିଲା ସଞ୍ଜୟ। ଏହି ଘଟଣା ସାରା ଦେଶକୁ ଦୋହଲାଇଦେଇଥିଲା। ଅଭୟାଙ୍କୁ ନ୍ୟାୟ ଦେବାକୁ କୋଲକାତାରେ ରାଜରାସ୍ତାକୁ ଓହ୍ଲାଇଥିଲେ ଡାକ୍ତରୀ ସଂଘ। ମମତାଙ୍କୁ ଆସନ ବି ଦୋହଲିଯାଇଥିଲା। କ୍ରମେ ସମସ୍ତ ପ୍ରମାଣକୁ ଆଧାର କରି ଦୁଷ୍କର୍ମ ଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଦୋଷୀ ସାବ୍ୟସ୍ତ ହୋଇଥିଲା । ସିଆଲଦାହର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟ ତାକୁ ଦୋଷୀ ସାବ୍ୟସ୍ତ କରିଥିଲେ । ଆଜି ତାକୁ ଆଜୀବନ ଦଣ୍ଡ ଶୁଣାଯାଇଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking