26.1 C
Bhubaneswar
Tuesday, March 3, 2026
Homeଦେଶ ବିଦେଶବାଟ ଭୁଲିଗଲେ ଡ୍ରାଇଭର : ଆମ୍ବୁଲାନ୍ସରେ ମହିଳାଙ୍କ ମୃତ୍ୟୁ

ବାଟ ଭୁଲିଗଲେ ଡ୍ରାଇଭର : ଆମ୍ବୁଲାନ୍ସରେ ମହିଳାଙ୍କ ମୃତ୍ୟୁ

ରାଜସ୍ଥାନ : ରାଜସ୍ଥାନର  ଭିଲ ୱାରାଠାରେ  ଆମ୍ବୁଲାନ୍ସ ଗେଟ ଖୋଲି ନଥିବାରୁ   ଆମ୍ବୁଲାନ୍ସ ଗାଡିରେ ହିଁ ମହିଳାଙ୍କ ଜୀବନ ଚାଲିଗଲା । ମହିଳା ଜଣଙ୍କ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିଲେ । ହେଲେ ତାଙ୍କୁ  ଗୁରୁତର ଅବସ୍ଥାରେ  ତାଙ୍କୁ  ଆମ୍ବୁଲାନ୍ସ ଯୋଗେ ମେଡିକାଲ ନିଆଯାଇଥିଲା ।  ମହିଳାଙ୍କ ବୟସ ପାଖାପାଖି  ୪୬ ବର୍ଷିୟ ।   ତାଙ୍କ ପୁଅ ଅଭିଯୋଗ କରିଛନ୍ତି ଚିକିତ୍ସା ବିଭାଗର ଅବହେଳା ଯୋଗୁଁ  ତାଙ୍କ ମାଆ ପ୍ରାଣ ହରାଇଛନ୍ତି । ଆମ୍ବୁଲାନ୍ସରେ   ଅକ୍ସିଜେନ ସିଲିଣ୍ଡର ମଧ୍ୟ ନଥିଲା । ମହିଳାଙ୍କ ପୁଅ କହିଛନ୍ତି ,  ମୁଁ ବିଳମ୍ବରେ ଶୋଇଥିଲି   । ଫୋନ ବାଜିବାରୁ ମୁଁ  ଉଠିଲି । ସେହି ସମୟରେ  ମୋ ମାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଲି ।  କିନ୍ତୁ ମୋ ମାଙ୍କର ନିଃଶ୍ୱାସ ପ୍ରଶ୍ୱାସ ଚାଲିଥିଲା । ତାପରେ ଆମେ ଆମ୍ବୁଲାନ୍ସ ଯୋଗେ ମେଡିକାଲ ଆଣିଲୁ ହେଲେ   ଡ୍ରାଇଭର ବାଟ ଭୁଲିଯାଇଥିଲା ।   ଅକ୍ସିଜେନ ସିଲିଣ୍ଡରର ଯାନ୍ତ୍ରିକ ତ୍ରୁଟି ଥିଲା । ତାପରେ ବାଟ ପାଇ ମେଡିକାଲରେ ପହଞ୍ଚିବା ବେଳେ   ମେଡିକାଲ ଗେଟ ପ୍ରାୟ ୨୦ ମିନିଟ ଧରି ବନ୍ଦ ରହିଥିଲା । ଫଳରେ ମାଙ୍କର ଆମ୍ବୁଲାନ୍ସରେ ହିଁ ଜାବନ ଚାଲିଯାଇଥିଲା । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି  ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking