30.1 C
Bhubaneswar
Sunday, February 8, 2026
Homeଅପରାଧଗଣଦୁଷ୍କର୍ମ ଘଟଣାରେ ଆଉ ଜଣେ ଗିରଫ

ଗଣଦୁଷ୍କର୍ମ ଘଟଣାରେ ଆଉ ଜଣେ ଗିରଫ

ସାଲେପୁର: ରାମେଶ୍ୱର ହାଟ ଚାଳିରେ ହୋଇଥିବା ମାନସିକ ବିକାରଗ୍ରସ୍ଥ ମହିଳାଙ୍କୁ ଗଣ ବଳାତ୍କାର ଘଟଣା ରେ ଆଉ ଜଣେ ଗିରଫ ହୋଇଥିବା ଜଣାପଡିଛି।ଏହାକୁ ମିଶାଇ ଗିରଫ ସଂଖ୍ୟା ୪କୁ ବୃଦ୍ଧି ପାଇଛି। ଘଟଣା ଅନୁଯାୟୀ କିଛିଦିନ ତଳେ ରାମେଶ୍ୱର ବଜାରରେ ଏକ ଦୋକାନ ବାରଣ୍ଡାରେ ଓଡ଼ିଶା ବାହାରର ଜଣେ ମାନସିକ ବିକାରଗ୍ରସ୍ଥ ମହିଳା ଶୋଇଥିଲେ। ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତି ତାଙ୍କୁ ଉଠାଇ ନେଇ ହାଟ ଚାଳିରେ ଗଣ ବଳାତ୍କାର କରିଥିଲେ।

ଏହି ଘଟଣାରେ ସାଲେପୁର ପୋଲିସ ବିଭିନ୍ନ ଦିଗରୁ ଏବଂ ସିସିଟିଭି ଫୁଟେଜକୁ ଆଧାର କରି ଦୁଇଜଣଙ୍କୁ ଗିରଫ କରିଥିଲେ। ପରେ ଏହି ଘଟଣାକୁ କ୍ରାଇମ ବ୍ରାଞ୍ଚ ହାତକୁ ନେଇଥିଲେ। କ୍ରାଇମବ୍ରାଞ୍ଚ ତଦନ୍ତକରି ଗତ କିଛିଦିନ ପୂର୍ବରୁ ଆଉ ଜଣେ ଅଭିଯୁକ୍ତକୁ ନୟାଗଡରୁ ଗିରଫ କରିଥିଲେ। ଆଜି ପୁଣି କ୍ରାଇମବ୍ରାଞ୍ଚ ଓ ସାଲେପୁର ପୋଲିସ ମିଳିତ ଭାବେ ଚଢ଼ାଉ କରି ରାମେଶ୍ୱର ଅଞ୍ଚଳର ଶଙ୍କର ମଲ୍ଲିକଙ୍କ ପୁଅ ବିକ୍ରମ ମଲ୍ଲିକ(୩୬)କୁ କେନ୍ଦ୍ରାପଡ଼ା ଅଞ୍ଚଳରୁ ଗିରଫକରି କୋର୍ଟଚାଲାଣ କରିଥିବା ସାଲେପୁର ଥାନା ଆଇଆଇସି ମନୋଜ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି। ଏହି ଘଟଣାରେ ଗିରଫ ସଂଖ୍ୟା ବୃଦ୍ଧି ପାଇପାରେ ବୋଲି ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking