19.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଦିଲ୍ଲୀରେ ଭାଙ୍ଗିଲା କି ଏନ୍‌ଡିଏ ମେଣ୍ଟ? ଆକ୍ସନ ମୋଡ୍‌ରେ ଅଜିତ ପୱାର, ଟେନଶନରେ ମୋଦୀ

ଦିଲ୍ଲୀରେ ଭାଙ୍ଗିଲା କି ଏନ୍‌ଡିଏ ମେଣ୍ଟ? ଆକ୍ସନ ମୋଡ୍‌ରେ ଅଜିତ ପୱାର, ଟେନଶନରେ ମୋଦୀ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଏନ୍‌ଡିଏ ମେଣ୍ଟ ଧର୍ମ ପାଳନ କରୁଥିବା ଅନ୍ୟତମ ଅଂଶୀଦାର ଦଳ ଏନ୍‌ସିପି (ଅଜିତ୍ ପୱାର ଗୋଷ୍ଠୀ), ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ କିନ୍ତୁ ଏନ୍‌ଡିଏର ସବୁଠୁ ବଡ଼ ସତ୍ତ୍ୱାଧିକାରୀ ଦଳ ବିଜେପିର ମୁଣ୍ଡବିନ୍ଧାର କାରଣ ସାଜିଛି। ରିପୋର୍ଟ ଅନୁସାରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଅଣ୍ଟା ଭିଡିଛନ୍ତି ଅଜିତ୍ ପୱାର। ଅଜିତ୍ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ଏକ ୩୦ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛନ୍ତି। ଏସବୁ ମଧ୍ୟରେ ସେ ନିଜେ ସ୍ପଷ୍ଟ କରିଛନ୍ତି ଯେ, ଦିଲ୍ଲୀ ବିଧାନସଭା ପାଇଁ ତାଙ୍କ ଦଳ କୌଣସି ମେଣ୍ଟ ଅଧୀନରେ ନୁହେଁ ବରଂ ଏକାକୀ ନିର୍ବାଚନ ଲଢ଼ିବ। ମହାରାଷ୍ଟ୍ରରେ ଅଜିତ୍ ପୱାରଙ୍କ ଦଳ ଏନ୍‌ଡିଏର ଅଂଶୀଦାର ଦଳ ରହିଥିବା ବେଳେ ଦିଲ୍ଲୀରେ ଏକାକୀ ଲଢ଼ିବାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିରୋଧୀ ଇଣ୍ଡିଆ ମେଣ୍ଟ ପରେ ଏବେ ଏନ୍‌ଡିଏ ମେଣ୍ଟରେ ମଧ୍ୟ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି।

ଏସବୁ ମଧ୍ୟରେ ବିଶ୍ୱନାଥ ଅଗ୍ରୱାଲଙ୍କୁ ଏନ୍‌ସିପି ହାଇ-ପ୍ରୋଫାଇଲ ଆସନ ନୂଆଦିଲ୍ଲୀରୁ ପ୍ରାର୍ଥୀ କରିଛି। ଏଠାରେ ତାଙ୍କ ମୁକାବିଲା ସିଧାସଳଖ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ୍ ସହ ହେବ। ସେହିପରି ବିଜେପି ପ୍ରାର୍ଥୀଙ୍କୁ ମଧ୍ୟ ଏନ୍‌ସିପି ପ୍ରାର୍ଥୀ କଡା ଟକ୍କର ଦେବେ। ଦିଲ୍ଲୀ ବିଧାନସଭାକୁ ଅଜିତ୍ ପୱାରଙ୍କ ଦଳ ଏନ୍‌ସିପିର ଏପ୍ରକାର ଏଣ୍ଟ୍ରି କେବଳ ବିଜେପି ପାଇଁ ନୁହେଁ ବରଂ ଶାସକ ଦଳ ଆପ୍‌, କଂଗ୍ରେସ ସମେତ ବିଜେପି ପାଇଁ ମଧ୍ୟ ଚିନ୍ତା ସୃଷ୍ଟି କରିଛି। ପ୍ରକାଶ, ଏନସିପି ପୂର୍ବରୁ ତାର ପ୍ରଥମ ତାଲିକା ପ୍ରକାଶ କରିସାରିଛି ଏବଂ ଏବେ ଦ୍ୱିତୀୟ ତାଲିକା ସହିତ ଦଳ ନିଜର ରଣନୀତିକୁ ଆହୁରି ମଜବୁତ କରିଛି। ଦଳ ବିଭିନ୍ନ ର୍ନିବାଚନମଣ୍ଡଳୀରେ ପ୍ରାର୍ଥୀଙ୍କୁ ଚୂଡ଼ାନ୍ତ କରିଛି, ଯେଉଁଥିରେ ଦିଲ୍ଲୀର ବିଭିନ୍ନ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ମଧ୍ୟ ସାମିଲ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking