ପୁରୀ :ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ବୈଠକରେ ୫ ସୂତ୍ରୀ ଅନୁସୁଳୀନ କାଯ୍ୟାବଳୀ ଉପରେ ଆଲୋକପାତ କରାଯାଉଛି । ନିତି ପ୍ରଶାସକ , ଉନ୍ନୟନ ପ୍ରଶାସକ , ସୁପର ଭାଇଜର , ରେଭେନ୍ୟୁ ପ୍ରଶାସକ ଏବଂ ସମସ୍ତ ବିଭାଗର ଅଧିକାରୀମାନେ ବୈଠକ ଉପସ୍ଥିତ ଅଛନ୍ତି । ଜାନୁଆରୀ ଶେଶ ସୁଦ୍ଧା ନିଜର ସମ୍ପତ୍ତି ତାଲିକା ଦାଖଲ କରିବେ । ସମସ୍ତ ଶ୍ରୀମନ୍ଦିରର ଅଧିକାରୀ ଏବଂ କର୍ମଚାରୀ । ୨୦୨୪ ବର୍ଷ ପାଇଁ ସମସ୍ତେ ସମ୍ପତ୍ତି ତାଲିକା କରିବା ପାଇଁ ବାଧ୍ୟ । ନଚେତ ବନ୍ଦ ରହିବ ଇନକ୍ରିମେଣ୍ଟ , ପଦୋନ୍ନତି ଏବଂ ପୁରଷ୍କାର । ମିଳିବନି କୌଣସି ଆର୍ଥିକ ପଦୋନ୍ନତି ପ୍ରୋତ୍ସାହନ ରାଶି । ଶ୍ରୀମନ୍ଦିରର ପ୍ରଶାସନର କାଯ୍ୟ ସମୀକ୍ଷା ଅବସରରେ ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ପାଇଁ ୫ ସୂତ୍ରୀ କାଯ୍ୟାବଳୀ ଅନୁପାଳନ ପାଇଁ ପରାମର୍ଶ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । କାଯ୍ୟାବଳୀଗୁଡିକ ହେଲା – ଡ୍ୟୁଟି ସମୟରେ କୌଣସି ଅଧିକାରୀ ଓ କର୍ମଚାରୀ ପାନ , ଗୁଟଖା , ମାଦକ ଦ୍ରବ୍ୟ ସେବନ କରିବେ ନାହିଁ । ପ୍ରତ୍ୟକ ମାସ ତୃତୀୟ ଶୁକ୍ରବାରରେ ବରିଷ୍ଠ ଅଧିକାରୀଙ୍କ ସ୍ତରରେ କାଯ୍ୟ ସମୀକ୍ଷା କରାଯିବ । ପ୍ରତ୍ୟକ ଶୁକ୍ରବାର ସମସ୍ତ ଅଧିକାରୀ ତଥା କର୍ମଚାରୀ ହସ୍ତତନ୍ତ ଲୁଗା ପିନ୍ଧି ଅଫିସ ଆସିବେ । ୟୁନିଫର୍ମ ପୋଷାକଧାରୀଙ୍କ ସକାଶେ ଏହି ନିୟମ ଲାଗୁ ହେବ ନାହିଁ । ତେବେ ଶ୍ରୀମନ୍ଦିର ମଧାରେ ଅଧିକାରୀ , କର୍ମଚାରୀ ମଧ୍ୟରେ ମୋବାଇଲ ମଧ୍ୟ କଟକଣା ଜାରି କରାଯାଇଛି ।