ଭୁବନେଶ୍ୱର : ସପ୍ତାହରେ ଥରେ କେଶରେ ଭେଣ୍ଡି ପାଣି ଲଗାନ୍ତୁ । ଲୋକମାନେ କେଶ ବଢାଇବା ପାଇଁ ବିଭିନ୍ନ ଘରୋଇ ଉପଚାର ବ୍ୟବହାର କରନ୍ତି । କେଶ ବଢାଇବା ପାଇଁ ଭେଣ୍ଡି ମଧ୍ୟ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଭେଣ୍ଡିରେ ଅ ନେକ ପ୍ରକାର ପୋଷକ ତତ୍ତ୍ୱ ରହିଥାଏ । ଯାହା ସ୍ୱାସ୍ଥ୍ୟ ସହିତ କେଶ ପାଇଁ ମଧ୍ୟ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ । ଭେଣ୍ଡି ପାଣି କେଶ ବୃଦ୍ଧିକୁ ତ୍ୱାରାନ୍ୱିତ କରେ । ଏହି ପାଣିରେ ଭିଟାମିନ ଏ , ସି ଏବଂ କେ , ମ୍ୟାଗ୍ନେସିୟମ ଏବଂ ଆଇରନ ଭଳି ଅତ୍ୟାବଶ୍ୟକ ପୋଷକ ରହିଥାଏ । ଏହି ସମସ୍ତ ପୋଷକ ତତ୍ତ୍ୱ କେଶ ବଢାଇବା ପାଇଁ ସାହାଯ୍ୟ କରେ । ପ୍ରତିଦିନ କେଶରେ ଭେଣ୍ଡି ପାଣି ବ୍ୟବହାର କରିବା ଦ୍ୱାରା କେଶ ମୂଳକୁ ମଜବୁତ କରେ । କେଶ ଝଡାରୁ ମୁକ୍ତି ମିଳେ । ଏହି ଭିଟାମିନ କେଶକୁ ସୁସ୍ଥ ରଖେ । ଏହା କଣ୍ଡିସନର ଭଳି କାମ କରେ । ଏହା କେଶକୁ ନରମ କରିଥାଏ । ଭେଣ୍ଡି ପାଣିରେ ଆଣ୍ଟି – ଇନଫ୍ଲାମେଟୋରୀ ଗୁଣ ମିଳିଥାଏ । ଯାହା ତ୍ୱଚା ପାଇଁ ଅତ୍ୟନ୍ତ ଲାଭ ଦାୟକ ମିଳିଥାଏ । ଭେଣ୍ଡିରେ ଥିବା ଭିଟାମିନ ସି କୋଲେଜନକୁ ବଢାଇଥାଏ ।










