30.1 C
Bhubaneswar
Tuesday, February 10, 2026
Homeଓଡିଶାଜାତି ଭିତ୍ତିକ ଜନଗଣନା ପାଇଁ ଦାବୀ ରଖିଲା ବିଜେଡି

ଜାତି ଭିତ୍ତିକ ଜନଗଣନା ପାଇଁ ଦାବୀ ରଖିଲା ବିଜେଡି

 ପାର୍ଲିଆମେଌକ୍ଷଗ୍ଧ;ାରୀ ଷ୍ଟାଣ୍ଡିଂ କମିଟି ଅନ ୱେଲ୍‌ଫେୟାର ଅଫ ଓବିସିର ଅଧ୍ୟକ୍ଷଙ୍କୁ ଭେଟିଲା ବିଜେଡି ଟିମ
 ଓଡ଼ିଶାର ଏସ୍‌ଇବିସି ତାଲିକାକୁ ଦେଶର ଓବିସି ତାଲିକାରେ ସାମିଲ ପାଇଁ ଦାବୀ
 ଓବିସିଙ୍କୁ ନ୍ୟାୟ ପ୍ରଦାନ ପାଇଁ ଜାତିଭିତ୍ତିକ ଜନଗଣନା ଜରୁରୀ
ଭୁବନେଶ୍ୱର, : ବିଜୁ ଜନତା ଦଳର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱର ଠାରେ ଉପସ୍ଥିତ ଥିବା ପାର୍ଲିଆମେଌକ୍ଷଗ୍ଧ;ାରୀ କମିଟି ଅନ୍ ୱେଲ୍‌ଫେୟାର ଅଫ ଓବିସିର ଅଧ୍ୟକ୍ଷ ଶ୍ରୀ ଗଣେଶ ସିଂଙ୍କୁ ଭେଟି ଜାତିଭିତ୍ତିକ ଜନଗଣନା ଓ ଓଡ଼ିଶାର ଏସ୍‌ଇବିସିଙ୍କୁ ଜାତୀୟ ଓବିସି ତାଲିକାରେ ସାମିଲ କରିବା ପାଇଁ ଦୃଢ଼ ଦାବୀ ଜଣାଇଛନ୍ତି।
ବିଜେଡିର ପ୍ରତିନିଧି ମଣ୍ଡଳୀରେ ଦଳର ବରିଷ୍ଠ ନେତା ଯଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଁ, ଡ଼ଃ ଅରୁଣ କୁମାର ସାହୁ, ରାଜ୍ୟସଭା ସଂସଦ ଶ୍ରୀ ସୁବାଶିଷ ଖୁଌକ୍ଷଗ୍ଧ;ିଆ, ବିଧାୟକ ଶ୍ରୀ ପ୍ରଶାନ୍ତ ବେହେରା, ଶ୍ରୀ ସୁଶାନ୍ତ ରାଉତ, ଶ୍ରୀ ସୌଭିକ ବିଶ୍ୱାଳ, ଶ୍ରୀ ଧ୍ରୁବ ସାହୁ, ଶ୍ରୀ ଅନନ୍ତ ନାରାୟଣ ଜେନା, ଶ୍ରୀ ସାରଦା ପ୍ରସାଦ ଜେନା, ଶ୍ରୀ ପ୍ରଦୀପ ସାହୁ, ଡ଼ଃ ପ୍ରିୟବ୍ରତ ମାଝୀ ଇତ୍ୟାଦି ଶ୍ରୀ ସିଂ ଙ୍କୁ ଭେଟି ଏହି ସନ୍ଦର୍ଭରେ ଏକ ସ୍ମାରକ ପତ୍ର ଦେଇଥିଲେ।
କମିଟିର ଅଧ୍ୟକ୍ଷଙ୍କୁ ବିଜୁ ଜନତା ଦଳ ତରଫରୁ ପ୍ରଦାନ କରାଯାଇଥିବା ଏକ ସ୍ମାରକ ପତ୍ରରେ ଜାତିଭିତ୍ତିକ ଜନଗଣନାର ଆବଶ୍ୟକତା ଉପରେ ଦୃଢ଼ ଯୁକ୍ତି ଉପସ୍ଥାପନ କରାଯାଇଛି।
ସ୍ମାରକପତ୍ରରେ କୁହାଯାଇଛି, ଏସଇସିସି (ସୋସିଓ ଇକୋନୋମିକ କାଷ୍ଟ ସେନସସ) ୨୦୧୧ରେ ଜାତି ସମ୍ୱନ୍ଧରେ ଆବଶକୀୟ ତଥ୍ୟ ସଂଗ୍ରହ ହୋଇ ପାରି ନଥିଲା। ଜାତି ସମ୍ୱନ୍ଧରେ ସବିଶେଷ ତଥ୍ୟର ଉପଲବ୍ଧ ନଥିବା ଯୋଗୁଁ, ଅବହେଳିତ ବର୍ଗର ଉତ୍‌ଥାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ସମ୍ଭବ ହୋଇ ପାରୁ ନାହିଁ।
ଜାତିଭିତ୍ତିକ ଜନଗଣନା ମାଧ୍ୟମରେ ପଛୁଆ ବର୍ଗର ଲୋକ ମାନଙ୍କ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ, ଯଥା ସେମାନଙ୍କ ସାମାଜିକ ସ୍ଥିତି, ରୋଜଗାରର ମାଧ୍ୟମ, ଶିକ୍ଷାଗତ ଯୋଗ୍ୟତା ଇତ୍ୟାଦି ଉପଲବ୍ଧ ହୋଇ ପାରିବ।ଏହି ତଥ୍ୟ ଗୁଡିକ ଉପଲବ୍ଧ ହେଲେ, ଅବହେଳିତ ବର୍ଗର ଉତ୍‌ଥାନ ପାଇଁ ସରକାର ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ସହାୟକ ହେବ। ଜାତି ଭିତ୍ତିକ ସରଂକ୍ଷଣ ବ୍ୟବସ୍ଥା, ସେମାନଙ୍କ ଉନ୍ନତି ପାଇଁ ଆବଶ୍ୟକୀୟ ଅର୍ଥର ବ୍ୟବସ୍ଥା, ସେମାନଙ୍କ ବିକାଶ ପାଇଁ ନୂତନ ନୀତି ନିର୍ଦ୍ଧାରଣ ଇତ୍ୟାଦି କରାଯାଇପାରିବ ବୋଲି ବିଜୁ ଜନତା ଦଳ ତରଫରୁ ସ୍ମାରକପତ୍ରରେ କୁହାଯାଇଛି। ଏହା ଛଡା ଓଡ଼ିଶାର ଏସ୍‌ଇବିସି ତାଲିକାକୁ ଦେଶର ଓବିସି ତାଲିକାରେ ସାମିଲ କରିବାକୁ ସ୍ମାରକ ପତ୍ରରେ ଦାବୀ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking