20.1 C
Bhubaneswar
Thursday, February 12, 2026
Homeଓଡିଶାନୂତନ ରାଜ୍ୟପାଳଙ୍କୁ ସାକ୍ଷାତ କଲେ ଓଡ଼ିଶା ମାନବାଧିକାର ଆୟୋଗର ଅଧ୍ୟକ୍ଷ

ନୂତନ ରାଜ୍ୟପାଳଙ୍କୁ ସାକ୍ଷାତ କଲେ ଓଡ଼ିଶା ମାନବାଧିକାର ଆୟୋଗର ଅଧ୍ୟକ୍ଷ

ଭୁବନେଶ୍ୱର : ଓଡ଼ିଶା ମାନବାଧିକାର ଆୟୋଗର ଅଧ୍ୟକ୍ଷ ମାନ୍ୟବର ଜଷ୍ଟିସ୍ ଶ୍ରୀ ଶତୃଘନ ପୁଜାହାରୀ ଓଡ଼ିଶାର ନବନିଯୁକ୍ତ ମାନ୍ୟବର ରାଜ୍ୟପାଳ ଡା. ହରି ବାବୁ କାୟାମପତିଙ୍କୁ ରାଜଭବନରେ ସାକ୍ଷାତ କରିଛନ୍ତି । ବୁଧବାର ପୂର୍ବାହ୍ନରେ ଜଷ୍ଟିସ ପୂଜାହାରୀ ମାନ୍ୟବର ରାଜ୍ୟପାଳଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିବା ସହିତ ଓଡିଶା ମାନବାଧିକାର ଆୟୋଗର କାର୍ଯ୍ୟାଧାରା ଏବଂ ତତ୍ସମ୍ବନ୍ଧୀୟ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ବିଷୟ ଉପରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ । ବିଶେଷକରି ଜନସାଧାରଣଙ୍କ ସୁବିଧା ପାଇଁ ଆୟୋଗ ଏକ ନୂତନ କାର୍ଯ୍ୟକ୍ଷମ ଡାଇନାମିକ ୱେବସାଇଟ୍‌ ପ୍ରସ୍ତୁତ କରିଛନ୍ତି, ଯେଉଁଠାରେ ଆୟୋଗ ଦ୍ଵାରା ପଞ୍ଜିକୃତ ସମସ୍ତ ମାମଲାର ବିବରଣୀ, ପ୍ରତ୍ୟେକ ମାମଲାର ସ୍ଥିତି, ଆଦେଶ ଇତ୍ୟାଦି ଯେ କୌଣସି ସମୟରେ, ଯେକୌଣସି ସ୍ଥାନରେ ଯେ କେହି ବି ପାଇପାରିବେ । ଆଗାମୀ ଦିନରେ ଆୟୋଗକୁ ଆହୁରି କ୍ରିୟାଶୀଳ କରାଯିବ ବୋଲି ଜଷ୍ଟିସ ଶ୍ରୀ ପୂଜାହାରୀ ଆଶାବ୍ୟକ୍ତ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking