ନୂଆଦିଲ୍ଲୀ : ସୈଫ ଅଲ୍ଲୀ ଖାନଙ୍କୁ ଛରାମାଡ ଘଟଣାରେ ଡାକ୍ତର ପ୍ରତିକ୍ରିୟା ରଖିଛନ୍ତି କହିଛନ୍ତି , ଅସ୍ତ୍ରୋପଚାର ସମୟରେ ୨.୫ ଇଞ୍ଚର ଛୁରି ମେରୁଦଣ୍ଡରେ ଥିଲା । ତାକୁ ବାହାର କରାଗଲା । ନ୍ୟୁରୋ ସର୍ଜରୀ , ପ୍ଲାଷ୍ଟିକ ସର୍ଜରୀ ଶେଷ ହୋଇଛି । ବେକ ଓ ମେରୁଦଣ୍ଡ ସହ ଅନ୍ୟ ସ୍ଥାନରେ ଗଭୀର ଆଘାତ ଲାଗିଛି । ଏବେ ସୈଫ ଆଇସିୟୁରେ ଅଛନ୍ତି । ୨୪ ଘଣ୍ଟା ତାଙ୍କୁ ଅବଜରଭେସନରେ ରଖାଯାଇଛି । ମୋଟ ୬ ଥର ଛୁରୀରେ ଆଘାତ ଲାଗିଛି । ସେଥିରୁ ୨ଟି ଜାଗାରେ ଗଭୀର କ୍ଷତ ହୋଇଛି । ଅଆଉ ୨ଟି ମଧ୍ୟମ ଧରଣର କ୍ଷତ ହୋଇଛି । ତେବେ ସୈଫଙ୍କୁ ଛୁରାମାଡ କରିଥିବା ଅଭିଯୁକ୍ତକୁ ଚିହ୍ନଟ କରିଛି ପୋଲିସ । ଅଭିଯୁକ୍ତ ଚିହ୍ନଟ ହୋଇଥିବା ନେଇ ମୁମ୍ବାଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ଅଭିଯୁକ୍ତଙ୍କୁ ସିସିଟିଭି ଆଘାରରେ ଚିହ୍ନଟ କରାଯାଇଛି । ଆପାର୍ଟମେଣ୍ଟରେ ସିଢି ଦେଇ ସୈଫଙ୍କ ଘରକୁ ଦୁବୃତ୍ତ ପଶିଥିଲା । ୩ଟି ସ୍ପେଶାଲ ଟିମ ଗଠନ ହୋଇ ଧରିବାକୁ ଉଦ୍ୟମ ଚାଲିଛି ।