33.1 C
Bhubaneswar
Monday, February 23, 2026
Homeଦେଶ ବିଦେଶସୁନା ଖଣିରେ ଫସିଛନ୍ତି ୫୦୦ରୁ ଊର୍ଦ୍ଧ୍ୱ ଶ୍ରମିକ; ୧୦୦ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କ ମୃତ୍ୟୁ ଆଶଙ୍କା

ସୁନା ଖଣିରେ ଫସିଛନ୍ତି ୫୦୦ରୁ ଊର୍ଦ୍ଧ୍ୱ ଶ୍ରମିକ; ୧୦୦ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କ ମୃତ୍ୟୁ ଆଶଙ୍କା

କେପ୍ ଟାଉନ୍‌: ଦକ୍ଷିଣଆଫ୍ରିକାର ଏକ ବେଆଇନ ଖଣିରେ ଫସିଥିବା ୬୦୦ରୁ ଊର୍ଦ୍ଧ୍ୱ ଶ୍ରମିକଙ୍କ ମଧ୍ୟରୁ ଅନେକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହାକୁ ନେଇ ସମଗ୍ର ଦକ୍ଷିଣ ଆଫ୍ରିକାରେ ଶୋକର ଛାୟା ଖେଳିଯାଇଛି। ରିପୋର୍ଟ ଅନୁସାରେ ଦୀର୍ଘଦିନ ଧରି ଖଣିରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ସରକାର ଏବଂ ପ୍ରଶାସନ ପକ୍ଷରୁ ବହୁ ପରିଶ୍ରମ କରାଯାଇଥିଲେ ମଧ୍ୟ ଶ୍ରମିକମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇପାରିନଥିଲେ। ମାସ ମାସ ଧରି ଭୋକ ଏବଂ ଶୋଷ ସହିତ ସଂଘର୍ଷ କରି କରି ଶେଷରେ ଅନେକ ଶ୍ରମିକ ପ୍ରାଣ ହରାଇଛନ୍ତି।

ଦକ୍ଷିଣ ଆଫ୍ରିକାର ଷ୍ଟିଲଫୋଣ୍ଟେନ ସହର ନିକଟସ୍ଥ ବଫେଲଫୋଣ୍ଟେନରେ ଥିବା ଏକ ପରିତ୍ୟକ୍ତ ତଥା ବେଆଇନ୍ ସୁନା ଖଣିରେ କାମ କରୁଥିବା ଅନେକ ଶ୍ରମିକ ହଠାତ୍ ଫସିଯାଇଥିଲେ। ସୁନାଖଣିଟି ବାହାରୁ ଧଶିପଡିବାରୁ ଶ୍ରମିକମାନେ ଆଉ ବାହାରକୁ ଆସିପାରିନଥିଲେ। ତେବେ ଉଦ୍ଧାରକାରୀ ଟିମ୍ ବର୍ତ୍ତମାନ ସୁଦ୍ଧା ଏହି ଖଣିରୁ ୨୬ ଜଣ ଶ୍ରମିକଙ୍କୁ ଜୀବିତ ଉଦ୍ଧାର କରିଥିବା ବେଳେ ୧୮ ଜଣଙ୍କ ମୃତଦେହ ଜବତ କରି ବାହାରକୁ ଆଣିଛି। ଉଦ୍ଧାର ଶ୍ରମିକଙ୍କ କହିବାନୁସାରେ ଖଣି ମଧ୍ୟରେ ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଶ୍ରମିକ ମୃତ୍ୟୁବରଣ କରିସାରିଥିବା ବେଳେ ୫୦୦ରୁ ଅଧିକ ଫସିରହିଛନ୍ତି। ଖଣିର ଗଭୀରତା ୨.୫ କିଲୋମିଟର ବୋଲି ମାଇନିଂ ଆଫେକ୍ଟଡ କମ୍ୟୁନିଟିଜ ୟୁନାଇଟେଡ ଇନ ଆକ୍ସନ ଗ୍ରୁପ୍ ଦର୍ଶାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking