ନୂଆଦିଲ୍ଲୀ : ବର୍ତ୍ତମାନ ଦିଲ୍ଲୀ – ଏନସିଆର ସମେତ ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଏହା ସହିତ ଘନ କୁହୁଡି ଆହୁରି ବଢିଯାଇଛି । ଏଭଳି ପରିସ୍ଥିତିରେ ପିଲାମାନେ ବିଦ୍ୟାଳୟକୁ ଯିବା ପାଇଁ ଅଭିଭାବକଙ୍କ ମନରେ ପ୍ରଶ୍ନ ସୃଷ୍ଟି ହେଉଛି । ଉତ୍ତରଭାରତର ଅଧିକାଂଶ ରାଜ୍ୟରେ ସ୍କୁଲଗୁଡିକ ୧ରି ୧୫ ଜାନୁଆରୀ ପଯ୍ୟନ୍ତ ବନ୍ଦ ଥିଲା । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ଗୁଡିକ ଆସନ୍ତାକାଲିଠାରୁ ଖୋଲିବ । ଦିଲ୍ଲୀ ନିକଟସ୍ଥ ଗାଜିଆବାଦରେ ଥିବା ସ୍କୁଲଗୁଡିକୁ ଜାନୁଆରୀ ୧୮ , ୨୦୨୫ ପଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତଥାପି ଶୀତ ଓ କୁହୁଡିକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ଅନ୍ୟ ଜିଲ୍ଲାମାନଙ୍କରେ ଶୀତ ଛୁଟି ବଢଆଇବା ନେଇ ଆଶଙ୍କା କରାଯାଉଛି । ତେବେ ଏ ଯାଏଁ କେବେ ସ୍କୁଲ ଖୋଲିବ ସେନେଇ ବିଶେଷ କିଛି ତାରିଖ ଘୋଷଣା ହୋଇନାହିଁ ।